ବ୍ୟାସନଗର ପବ୍ଲିକ ସ୍କୁଲ ରେ ୭୮ତମ ସ୍ଵାଧୀନତା ଦିବସ ପାଳିତ

ଯାଜପୁର/ବ୍ୟାସନଗର ;୧୭/୦୮ (ନି. ପ୍ର ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ ବ୍ୟାସନଗର ପବ୍ଲିକ ସ୍କୁଲରେ ୭୮ତମ ସ୍ଵାଧୀନତା ଦିବସ ବହୁ ଆଡମ୍ବରେ ପାଳିତ ହୋଇଯାଇଅଛି I ଏହି ଅବସର ରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଭାରତଭୂଷଣ ଦେଓ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ମିତା ସାହୁ ନିଜର ଅଭିଭାଷଣ ରେ ପିଲାମାନଙ୍କୁ ଆଗାମୀ ଭବିଷ୍ୟତ ନିମନ୍ତେ କିପରି ପ୍ରସ୍ତୁତ ରହିବେ ଏବଂ ଦେଶପ୍ରତି ପିଲାମାନଙ୍କର କର୍ତ୍ତବ୍ୟ ବିଷୟରେ ଅବଗତ କରାଇଥିଲେ I ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗ୍ରୁପ ପ୍ୟାରେଡରେ ଭାଗ ନେଇଥିଲେ ଏଥିସହ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏରୋବିକ୍ , ଦେଶାତ୍ମକବୋଧ ସଙ୍ଗୀତ ଗାନ, ଓ ଦେଶାତ୍ମକ ବୋଧ ସଙ୍ଗୀତ ରେ ନୃତ୍ୟ ପରିବେଷଣ କରିଥିଲେ I ବିଦ୍ୟାଳୟରେ ପୂର୍ବରୁ ହୋଇଯାଇଥିବା ବିଭିନ୍ନ ପ୍ରକାର ପ୍ରତିଯୋଗୀତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସାର୍ଟିଫିକେଟ ଏବଂ ମେଡାଲ ମଧ୍ୟ ପ୍ରଦାନ କରଯାଇଥିଲା I ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ରାଉଳ ନିଜର ଅଭିଭାଷଣ ରେ ପିଲାମାନଙ୍କୁ ଦେଶପ୍ରତି ଆହୁରି ସଜାଗ ସୁଦୃଢ ହେବାକୁ ଅବଗତ କରାଇଥିଲେ I ବିଦ୍ୟାଳୟର ସିନିୟର ସେକେଣ୍ଡାରୀ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଗଜେନ୍ଦ୍ର ବେହେରା ନିଜର ବକ୍ତବ୍ୟ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ Iଏହି କାର୍ଯ୍ୟକ୍ରମରେ ମଦନ ମୋହନ, ବିଚିତ୍ରା ନନ୍ଦ ବିଶ୍ଵାଳ, ପ୍ରଜ୍ଞା ପରମିତା ରାଉତ, ଆନନ୍ଦିତା ମିଶ୍ର, ନିକିତା ଜସୱାଲ, ମୁକୁନ୍ଦ ପ୍ରସାଦ ଶତପଥୀ, ବବିତା ଛାବ୍ରା, ଶ୍ୟାମସୁନ୍ଦର ରାଉତ, ସୂର୍ୟା ଶତପଥୀ, ଦେବାଶିଷ ପଣ୍ଡା, ରଘୁନାଥ ମିଶ୍ର, ହରପ୍ରିୟା କର, ନୃତ୍ୟ ଶିକ୍ଷକ କୃଷ୍ଣଚନ୍ଦ୍ର ମହାରଣା, ପ୍ରଶାନ୍ତି ଦେଓ, ଶ୍ରେୟା ଶ୍ରିବାସ୍ତବ ଏବଂ ଅନ୍ୟ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହାୟତାରେ କାର୍ଯ୍ୟକ୍ରମ ଟି ସୂଚାରୁ ରୂପେ ସମ୍ପନ୍ନ ହୋଇଥିଲା ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129