ବିଜେଡିକୁ ପୁରୀ ସଂଗଠନ ଚିନ୍ତା; କାହାକୁ ଦିଆଯିବ ଜିଲ୍ଲା ସଂଗଠନ ଦାୟିତ୍ବ

ପୁରୀ: ବିଜେଡିକୁ ପୁରୀ ସଂଗଠନ ଚିନ୍ତା…କାହାକୁ ଦିଆଯିବ ଜିଲ୍ଲା ସଂଗଠନ ଦାୟିତ୍ବ…୨୪ ଭୋଟରେ କିଏ ହେବେ MLA ପ୍ରାର୍ଥୀ ? ନବୀନଙ୍କ ଉପରେ ନିଷ୍ପତ୍ତି ଛାଡିଲେ ନେତା…ସମୀକ୍ଷକ କହିଲେ ମହେଶ୍ବରଙ୍କ ପୁଅକୁ ସାମ୍ନାକୁ ଆଣିପାରେ ଦଳ…

ବିଜେଡିକୁ ପୁରୀ ସଂଗଠନ ଚିନ୍ତା। ମହେଶ୍ବର ମହାନ୍ତିଙ୍କ ପରଲୋକ ପରେ ଜିଲ୍ଲା ସଂଗଠନ ଦାୟିତ୍ବ କାହାକୁ ଦିଆଯିବ ସେନେଇ ଚାଲିଛି ଅଙ୍କକଷା। ସେପଟେ ୨୪ ଭୋଟରେ କିଏ ହେବେ MLA ପ୍ରାର୍ଥୀ ସେନେଇ ସରଗରମ ହୋଇଛି ରାଜନୀତି। ବିଜେଡି ନେତାଏ ସୁପ୍ରିମୋଙ୍କ ଉପରେ ନିଷ୍ପତ୍ତି ଛାଡିଥିବା ବେଳେ ସମୀକ୍ଷକ କହିଛନ୍ତି ମହେଶ୍ବରଙ୍କ ପୁଅକୁ ସାମ୍ନାକୁ ଆଣିପାରେ ଦଳ ।

ପାଖ ମାଡ଼ିବନି ଡାଇବେଟିସ! ଶୋଇବା ପୂର୍ବରୁ ପ୍ରତିଦିନ ଗୋଟିଏ ଲେଖାଏଁ ଚୋବାନ୍ତୁ….

ଆସୁଛି ୨୪ ନିର୍ବାଚନ। ତେଣୁ ପୂର୍ବତନ ବାଚସ୍ପତି ତଥା ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ବର ମହାନ୍ତିଙ୍କ ମୃତ୍ୟୁ ପରେ ଜିଲ୍ଲାରେ ବିଜେଡି ସଙ୍ଗଠନକୁ ଚର୍ଚ୍ଚା। ଏବେ କିଏ ହେବ ଜିଲ୍ଲା ବିଜେଡିର ନୂଆ ମୁଖିଆ। ୧୯୯୫ରୁ ୨୦୧୪ ପର୍ଯ୍ୟନ୍ତ ମହେଶ୍ବର ଜିତିଥିଲେ ୫ ଥର ନିର୍ବାଚନ। ହେଲେ ୨୦୧୯ରେ ସହଯୋଗୀ ଜୟନ୍ତ ଷଡଙ୍ଗୀ ବିଜେଡି ଛାଡି ବିଜେପିରୁ ଲଢ଼ି ମହେଶ୍ବରଙ୍କୁ ହରାଇଥିଲେ। ଫଳରେଦୋହଲିଥିଲା ବିଜେଡି ସଙ୍ଗଠନ। ହେଲେ ହାରିବା ପରେ ବି ଦଳର ସୁପ୍ରିମୋ ମହେଶ୍ୱରଙ୍କ ଉପରେ ଭରସି ଜିଲ୍ଲା ସଭାପତି ଦାୟିତ୍ବ ଦେଇଥିଲେ। ତେବେ ମହେଶ୍ବରଙ୍କ ଆବର୍ତ୍ତମାନରେ କିଏ ଧରିବ ବିଜେଡି ମଙ୍ଗ ତାକୁ ନେଇ ଜାରି ରହିଛି ଅଙ୍କକଷା। ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ, ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ, ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀଙ୍କ ଭଳି ନେତା ପୁରୀ ଜିଲ୍ଲାରେ ଅଛନ୍ତି। ତେଣୁ କାହାକୁ ଜିଲ୍ଲା ଦାୟିତ୍ବ ଦେବେ ବିଜେଡି ସୁପ୍ରିମୋ। ସେହିପରି ପୁରୀ ନିର୍ବାଚନମଣ୍ଡଳୀରୁ କିଏ ହେବ MLA ପ୍ରାର୍ଥୀ ସେନେଇ ସରଗରମ ହୋଇଛି ଶ୍ରୀକ୍ଷେତ୍ର ରାଜନୀତି। ମହେଶ୍ବରଙ୍କ ମୃତ୍ୟ ପରେ ତାଙ୍କ ପୁଅଙ୍କୁ ପ୍ରାର୍ଥୀ କରିବ କି ବିଜେଡି। ମହେଶ୍ବରଙ୍କ ବଡପୁଅ ସୁନିଲ ମହାନ୍ତି ଏବେ ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଅଛନ୍ତି । ଅନୁକମ୍ପା ଭୋଟ ପାଇଁ ମହେଶ୍ବରଙ୍କ ପରିବାରରୁ ପ୍ରାର୍ଥୀ ଦେବ କି ବିଜେଡି ? ଏହାମଧ୍ୟ ଚର୍ଚ୍ଚା ହେଉଛି ଯେ ମହେଶ୍ୱରଙ୍କ ଏକଦା ନିକଟତର ଥିବା ତଥା ରାଜ୍ୟ ଯୁବ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ମଧ୍ୟ ରେସରେ ଅଛନ୍ତି ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129