ପରିବେଶ ଓ ଖଣି ସହ ଜଡ଼ିତ ଏକ ସଚେତନତା କାର୍ଯ୍ୟକ୍ରମ କୁଇଜରେ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ର ଛାତ୍ରୀଙ୍କୁ ପ୍ରଥମ ପୁରସ୍କାର

ବ୍ୟାସନଗର;୧୫/୧୧(ବ୍ୟୁରୋ) : ୧୯୯୦ ମସିହାରୁ ଆୟୋଜିତ ହୋଇ ଆସୁଥିବା ପରିବେଶ ଓ ଖଣିସହ ଜଡ଼ିତ ସଚେତନତା ଭିତ୍ତିକ କାର୍ଯ୍ୟକ୍ରମରେ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ର ସଫଳତା। ଟାଟା ଷ୍ଟିଲ ତରଫରୁ ଆୟୋଜିତ ପରିବେଶ ଓ ଖଣି ସହ ଜଡ଼ିତ ଏହି ସଚେତନତା କାର୍ଯ୍ୟକ୍ରମରେ କୁଇଜ୍ ପ୍ରତିଯୋଗିତାରେ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ର ନବମ ଶ୍ରେଣୀର ଛାତ୍ରୀ ପ୍ରୀତି ପୁଣ୍ୟତୋୟା ବାରିକ ଓ ମିତାଲି ପ୍ରିୟଦର୍ଶିନୀ ଙ୍କୁ ପ୍ରଥମ ପୁରସ୍କାର ପ୍ରାପ୍ତ ହୋଇଛି।ଜିଲ୍ଲା ସ୍ତରୀୟ ଅନେକ ହାଇସ୍କୁଲ ର ଛାତ୍ର ଛାତ୍ରୀ ପ୍ରତିଯୋଗିତାରେ ଯୋଗ ଦେଇଥିବା ବେଳେ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ କୁ ପ୍ରଥମ ପୁରସ୍କାର ପ୍ରାପ୍ତ ହୋଇଥିବା ବେଳେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶୁଭାଶିଷ ପତି ଓ ସାମାଜିକ ବିଜ୍ଞାନ ଶିକ୍ଷକ ବିଦ୍ୟାଧର ପରିଡା ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ, ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା,ଏକାଡେମୀକ କୋର୍ଡିନେଟର ସୋନିଆ ବେଦି ଓ ବଲବିର୍ ସିଂ ଛାତ୍ର ଛାତ୍ରୀ ଙ୍କ ଉଜ୍ବଳ ଭବିଷ୍ୟ କାମନା କରିଛନ୍ତି।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129