୨ ଥର ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର ;୧୭/୧୧(ଜ୍ୟୋତି ରଞ୍ଜନ ଙ୍କ ଠାରୁ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ମାସ ଶେଷ ସପ୍ତାହରେ ୨ ଥର ଓଡ଼ିଶା ଗସ୍ତରେ ଆସିବେ ବୋଲି ସୂଚନା ରହିଛି। ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୨୦ରୁ ୨୨ ତିନି ଦିନିଆ ଗସ୍ତରେ ଆସିବେ । ପୁଣିଥରେ ନଭେମ୍ବର ୨୬ରୁ ୨୭ ଦୁଇ ଦିନିଆ ଗସ୍ତରେ ଆସିବେ ।ଏଥିପାଇଁ ସେ ନଭେମ୍ବର ୨୦ ତାରିଖ ପୂର୍ବାହ୍ନ ୧.୫୫ ମିନିଟରେ କଲାଇକୁଣ୍ଡା ବିମାନ ବନ୍ଦରରୁ ଆସି ବାରିପଦା ହେଲିପ୍ୟାଡରେ ଓହ୍ଲାଇବେ । ବାରିପଦା ଆସିବା ପରେ ସେ ରାଇରଙ୍ଗପୁରସ୍ଥିତ ନିଜ ବାସଭବନରେ ରହି ପାରନ୍ତି ବୋଲି କୁହାଯାଉଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ୨ୟ ମୟୂରଭଞ୍ଜ ଜିଲ୍ଲାଗସ୍ତ । ଏହା ପୂର୍ବରୁ ଚଳିତବର୍ଷ ଜୁଲାଇ ଶେଷରେ ସେ ମୟୂରଭଞ୍ଜ ଆସିଥିଲେ । ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ବାଦାମପାହାଡ ରେଳ ଷ୍ଟେସନରୁ ରାଇରଙ୍ଗପୁର ୩୨ କିମି ଟ୍ରେନ ଯାତ୍ରା କରି ନିଜ ଜନ୍ମସ୍ଥାନକୁ ଯିବେ । ଏହି ଅବସରରେ ସେ ତିନୋଟି ନୂଆ ଟ୍ରେନର ଉଦଘାଟନ କରିବେ । ଟାଟାନଗର-ବାଦାମପାହାଡ ମେମୁ, ବାଦାମପାହାଡ-ରାଉରକେଲା ଏକ୍ସପ୍ରେସ ଏବଂ ଶଲିମାର-ବାଦାମପାହାଡ ଏକ୍ସପ୍ରେସ । ଏହା ପୂର୍ବରୁ ମୁର୍ମୁ ମୟୂରଭଞ୍ଜର ପାହାଡପୁରଠାରେ ହେବାକୁ ଥିବା ଦକ୍ଷତା ତାଲିମ କେନ୍ଦ୍ରକୁ ଉଦ୍ଘାଟନ କରିବେ । ନଭେମ୍ବର ୨୧ ତାରିଖ ଅପରାହ୍ନରେ ବୁର୍ଲା ଗସ୍ତ କରିବେ । ସେଠାରେ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଆଣ୍ଡ ଟେକ୍ନୋଲଜିରର ୧୫ତମ ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ୨୨ ତାରିଖରେ ସମ୍ବଲପୁର ବ୍ରହ୍ମାକୁମାରୀ ସଂସ୍ଥାର ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ୨ୟ ପର୍ଯ୍ୟାୟ ଗସ୍ତରେ ସେ ନଭେମ୍ବର ୨୬ ତାରିଖରେ ଭୁବନେଶ୍ୱର ଆସିବେ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ସାମିଲ ହେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମୁଖ୍ୟ ଶାସନ ସଚିବ ପିକେ ଜେନାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ କିପରି ଶୃଙ୍ଖଳିତ ଭାବେ ହେବା ସହ ସୁରକ୍ଷା କୁ କଡାକଡି ଭାବେ କରାଯିବାକୁ ନେଇ ଏକ ଆଲୋଚନା ହୋଇଯାଇଛି ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129