ଓଡ଼ିଆ ଯାତ୍ରା ଜଗତର ବରିଷ୍ଠ କଳାକାର କମେଡି କିଙ୍ଗ୍ ରବି ଶତପଥି ଆରପାରିରେ

ଜଗତସିଂପୁର;୧୮/୧୧(ବ୍ୟୁରୋ ): ଓଡ଼ିଆ ଯାତ୍ରା ଜଗତର ବରିଷ୍ଠ କଳାକାର ହଜାର ହଜାର ଦର୍ଶକ ଓ ସାଧାରଣ ଲୋକଙ୍କୁ ହସାଇ ବେଦମ କରୁଥିବା କମେଡି କିଙ୍ଗ୍ ରବି ଶତପଥି ଶୁକ୍ରବାର ସଂନ୍ଧ୍ୟା ୭ଟା ୪୦ ରେ ୬୫ ବର୍ଷ ବୟସରେ ନିଜ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତ ଅଗପାଳ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଗପାଳ ଗ୍ରାମରେ ଜନ୍ମିତ ଓ ଓଡିଶାରେ ପୁରପଲ୍ଲୀରେ ପରିଚିତ ଏହି ବର୍ଷିୟାନ କଳାକାର ବିଗତ ଛଅ ମାସ ଧରି କର୍କଟ ରୋଗରେ ପୀଡୀତ ହୋଇ ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯାଇଛନ୍ତି।ଏକଦା ଓଡ଼ିଆ ଯାତ୍ରା ଦୁନିଆରେ ଚହଳ ପକାଇଥିବା ‘ଜନତ‌ା ଗଣନାଟ୍ୟ’ର ‘ଶାଗୁଣା ବସିଛି ଡେଲା ମେଲେଇ’ ‌ରେ ସେ ହାସ୍ୟ ଅଭିନେତା ଥିଲେ। ପଦୁ ମହାନ୍ତି ଚରିତ୍ରରେ ଅଭିନୟ କରି ରବି ଶତପଥି ଦର୍ଶକଙ୍କ ମନ ଜିଣିଥିଲେ। ସେହିପରି ଗୌରୀ ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ ,ବିଶ୍ଵ ଦରବାର ଭଳି ‌ଅନେକ ଯାତ୍ରା ଅନୁଷ୍ଠାନରେ ସେ ହାସ୍ୟ ଅଭିନେତା ଭୂମିକାରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଥିଲେ। ଯାତ୍ରା ଜଗତରେ କମେଡି କିଙ୍ଗ ରବି ଶତପଥୀଙ୍କ ଅଭିନୟ ଥିବା ନାଟକ ଯେଉଁ ସ୍ଥାନରେ ପଡ଼ିଥାଏ ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକଙ୍କ ଖଚାଖଚ ଭିଡ଼ ଲାଗିଥାଏ। ୫୦୦ରୁ ଅଧିକ ଯାତ୍ରା ପେଣ୍ଡାଲରେ ନାଟକ କରି କରି ଅନେକ ପୁରସ୍କାର ପାଇଥିଲେ। ରବି ଶତପଥୀଙ୍କ ପରଲୋକରେ ଯାତ୍ରା ଜଗତରେ ଏକ ଅପୂରଣୀୟ କ୍ଷତି ହୋଇଛି।ତାଙ୍କର ପରଲୋକରେ କେବଳ ନିଜ ଜନ୍ମ ମାଟି ଅଗପାଳ ନୁହେଁ ସମଗ୍ର କଳା ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଁହଁରେ ପାଉଡର ଲଗାଇ ସାରା ରାଜ୍ୟବାସୀଙ୍କୁ ହସେଇ ହସେଇ ବେଦମ କରୁଥିବା ଏହି ପ୍ରତିଭାବାନ କଳାକାର ଆଉ ମଞ୍ଚକୁ ଚଢିବା ଦେଖିବାକୁ ମଳିବନି। ବିଗତ ପାଞ୍ଚ ଦଶନ୍ଧି ଧରି ହାସ୍ୟ ଓ ଚରିତ୍ର ଅଭିନୟରେ ରାଜ୍ୟ ବାସୀଙ୍କୁ ହସାଉଥିବା କଳାକାର ଯେ ଘରେ ଗୁରୁ ଗମ୍ଭୀର ଓ କମ୍ କଥା ହୁଅନ୍ତି ଏକଥା ହୁଏତ ବହୁତ କମ୍ ଲୋକେ ଜାଣିଥିବେ ବୋଲି ତାଙ୍କ ପତ୍ନୀ ବିଦୁଲତା ଶତପଥି କୁହନ୍ତି।ବିଗତ ୬ ମାସ ହେଲା ପ୍ରଥମେ ପେଟରେ ଯନ୍ତ୍ରଣା ହେବାରୁ ଏଏମ୍‌ସ ମେଡିକାଲରେ ଦେଖାଇବାରୁ ପାକସ୍ତଳି କର୍କଟ ଆକ୍ରାନ୍ତ ହୋଇଥିବା ଘରେ ରହି ଚିକିତ୍ସତ ହେଉଥିଲେ। ଗତ ଦୁର୍ଗାପୂଜା ପୂବରୁ ଏହି କଳାକାରଙ୍କୁ ଯାତ୍ରାଜଗତର ପ୍ରସିଦ୍ଧ ଖଳନାୟକ ଦୈତାରୀ ପଣ୍ଡା, ରତି, ମିଟୁନା, ଜିତେନ୍ଦ୍ର ଦାସଙ୍କ ସହ ଅନ୍ୟ କଳାକାର, ବହୁ ନିର୍ଦ୍ଦେଶକ ଓ ନାଟ୍ୟକାର ତାଙ୍କୁ ଦେଖା କରିବାକୁ ଆସିଥିଲେ ଓ ଭଲ ହୋଇ ଆଉଥରେ ଯାତ୍ରାକୁ ଫେରିବାକୁ ଉତ୍ସାହ ଦେଇଥିଲେ।


ଅଭିନୟ କଥା କହିଲେ ଠାକୁରାଣୀ ଅପେରାରୁ ଅସି ଦଶକରେ ନିଜର ଅଭିନୟ ଆରମ୍ଭ କରିଥିବା ଏହି କଳାକାର ଏବେ ୬୫ ବର୍ଷରେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି। ଏହି ସମର୍ପିତ କଳାକାର ଠାକୁରାଣୀ, ତୁଳସୀ, ପାର୍ବତୀ, ଗୌରୀ, ସ୍ୱର୍ଣମହଲ, ମାୟାନଗରୀ ପ୍ରଭୃତି ସାରା ରାଜ୍ୟରେ ୧୫ରୁ ଉର୍ଦ୍ଧ୍ୱ ଯାତ୍ରା ପାର୍ଟିରେ ଅଭିନୟ କରି ଶହ ଶହ ରାତ୍ରି ଅନିଦ୍ରା ହୋଈ ସାରା ରାଜ୍ୟ ବାସୀଙ୍କୁ ହସ ବାଣ୍ଟିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ ବିଦୁଲତା, ୩ପୁଅ ଓ ଜଣେ ଝିଅ ଉପସ୍ଥିତ ଥିଲେ।ଗ୍ରାମ ସ୍ମଶାନରେ ଶୋକାକୂଳ ପରିବେଶରେ ଶେଷକୃତ କରାଯାଇଥିବା ବେଳେ ଜ୍ୟେଷ୍ଠ ପୁଅ ସୂଯ୍ୟାଂଶୁ ଶତପଥି ମୁଖାଗ୍ନୀ ଦେଇଥିଲେ। ତାଙ୍କ ପରଲୋକରେ କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନୀନାରାଣୀ ସାହୁ, ସ୍ଥାନୀୟ ସରପଞ୍ଚ ବିପିନ ବିଶ୍ୱାଳ, ବିଜେଡି ନେତା ଅରୁଣ କୁମାର ବେହେରା, ସୁକାନ୍ତ ମୁଦୁଲି, ଦିଲୀପ ମହାପାତ. ନୀରଞ୍ଜନ ପ୍ରଧାନ, ଇଂ ଲଳିତ ବସ୍ତିଆ ଓ ନକୂଳ ବେହେରା ପ୍ରମୁଖ ଶହ ଶହ ଗ୍ରାମବାସୀ ଓ କଳାକାର ମାନେ ଶେଷଦର୍ଶନ କରିବା ସହ ଶୋକ ବ୍ୟକ୍ତ କରିଛନ୍ତି।ଏହା ଯାତ୍ରା ଜଗତର ଏକ ଅପୂରଣୀୟ କ୍ଷତି କହିଲେ ନ ସରେ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129