ଖାଦ୍ୟସାମଗ୍ରୀର ଦର ଆହୁରି ବଢିବ, କ’ଣ ରହିଛି କାରଣ ଜାଣନ୍ତୁ

ନୂଆଦିଲ୍ଲୀ;୨୨/୧୧(ବ୍ୟୁରୋ): ମହାରାଷ୍ଟ୍ରରେ ସୃଷ୍ଟି ହୋଇଥିବା ମରୁଡି ପରି ସ୍ଥିତି କାରଣରୁ ପିଆଜ, ଡାଲି, ଚିନି, ଫଳ ଓ ପନିପରିବା ଯୋଗାଣ ସାରା ଦେଶରେ ପ୍ରଭାବିତ ହେବ ବୋଲି କୁହାଯାଉଛି ।
ଆଗାମୀ ଦିନରେ ଆପଣଙ୍କ ରୋଷେଇଘରର ବଜେଟ୍ ପୁଣି ଆଶାତୀତ ଭାବରେ ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ମହାରାଷ୍ଟ୍ର ରେ ବର୍ଷା କମ୍ ହୋଇଥିବାରୁ ଚଳିତ ବର୍ଷ ଜଳାଶୟ ସ୍ତର ପୂର୍ବ ବର୍ଷ ତୁଳନାରେ ୨୦% କମ୍ ରହିଛି ।ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ମହାରାଷ୍ଟ୍ରରେ ଜଳର ଅଭାବ କାରଣରୁୁ ରବି ଋତୁରେ ପିଆଜ ଅମଳ ହ୍ରାସ ପାଇବ । ହରଡ ଓ ଆଖୁ ଉତ୍ପାଦନ ମଧ୍ୟ ପୂର୍ବରୁ ହ୍ରାସ ପାଇଛି । ଏହାପରେ ଗହମ ଓ ଚଣା ଫସଲ ମଧ୍ୟ ଏତେ ଭଲ ହୋଇନାହିଁ । ଅନ୍ୟପଟେ ପିଆଜର ମୂଲ୍ୟ ପୂର୍ବରୁ ତ ବଢିକରି ରହିଛି ।ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ଅନୁସାରେ ମୌସୁମୀ ଆସିବା ସମୟରେ ମହାରାଷ୍ଟ୍ରରେ ସ୍ୱଭାବିକ ବର୍ଷା ହୋଇଥିଲା ।କିନ୍ତୁ ରାଜ୍ୟର ମରାଠାୱାଡା , ମଧ୍ୟମହାରାଷ୍ଟ୍ର, ଉତ୍ତର ମହାରାଷ୍ଟ୍ର ପରି ବହୁ ଅଞ୍ଚଳରେ କମ୍ ବର୍ଷା ହୋଇଥିଲା । ଫଳରେ ଯେଉଁଠି କୃଷକ ୫ ଏକରରରେ ପିଆଜ ଲଗାଉଥିଲେ ସେଠି ସେମାନେ ମାତ୍ର ୨ ଏକରରେ ପିଆଜ ଲଗାଇଲେ । ୧ ଅକ୍ଟୋବରରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ରବି ଋତୁ ରହିଥାଏ । ପିଆଜ ଫସଲ କମ୍ ହୋଇଥିବାରୁ ଆଗାମୀ ବର୍ଷ ପିଆଜ ଯୋଗାଣ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129