ଭଣ୍ଡାରିପୋଖରୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ବଣୁଆ ଦନ୍ତା ହାତୀ ଆତଙ୍କ

ଭଦ୍ରକ ;୨୪/୧୧(ମୁକ୍ତିକାନ୍ତ ଙ୍କ ଠାରୁ): ହଦଗଡ଼ ଓ ଆନନ୍ଦପୁର ଅଞ୍ଚଳରୁ ଗୁରୁବାରରୁ ବଣୁଆ ଦନ୍ତା ହାତୀ ଆସି ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ଆତଙ୍କ ଖେଳାଇଛି। ଗାଁ ମୁହାଁ ଦୁଇ ଗୋଟି ବଣୁଆ ଦନ୍ତା ହାତୀ । ଗାଁ ଧାନ ବିଲରେ ପଶିଥିବା ଲୋକେ ଦେଖିବା ପରେ ଆତଙ୍କ ସୃଷ୍ଟି ହୋଇଛି । ତେଣୁ ଭୟରେ ଭଣ୍ଡାରିପୋଖରୀ ଅଞ୍ଚଳର ଲୋକମାନେ ଘର କବାଟ ବନ୍ଦ କରି ବସିଥିବା ଦେଖିବାକୁ ମିଳିଛି। ସେହିପରି ଧାନ ବିଲ ଉପରେ ଅନେକ ସ୍ଥାନରେ ବିପଦ ସଙ୍କୁଳ ଭାବେ ବିଦ୍ୟୁତ ତାର ଝୁଲୁଥିବାରୁ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ କରିଛି ବିଦ୍ୟୁତ ବିଭାଗ ।ଦନ୍ତା ହାତୀ ଗୁରୁବାର ମଞ୍ଜୁରୀ ରୋଡ଼ ଅଞ୍ଚଳରେ ପ୍ରବେଶ କରିଥିବା ବେଳେ ଶୁକ୍ରବାର ଭଣ୍ଡାରିପୋଖରୀ ବ୍ଲକ୍ ଓ ତହସିଲ ଅଫିସ ପାଖ ଅଞ୍ଚଳରେ ଧାନ ବିଲରେ ପ୍ରବେଶ କରିଛନ୍ତି । ସ୍ଥାନୀୟ ଲୋକମାନେ ନିଜ ପାଚିଲା ଧାନ କ୍ଷେତ ନଷ୍ଟ ହେବା ଆଶଙ୍କାରେ ସଙ୍ଘବଦ୍ଧ ହୋଇ ଘଉଡ଼ାଉଛନ୍ତି । ସେହିପରି ଏହି ଦନ୍ତା ହାତୀକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଯେତିକି ହେଉଛି ତାଠୁ ଅଧିକ ଭୟ ସୃଷ୍ଟି ହେଉଛି । ତେବେ ସ୍ଥାନୀୟ ଲୋକମାନେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଛନ୍ତି । ଘଟଣାସ୍ଥଳରେ ବନ ବିଭାଗ ଓ ପୋଲିସ ପହଞ୍ଚି ହାତୀ ଘଉଡ଼ାଉଥିବାର ସୂଚନା ମିଳିଛି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129