ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନାଥ ଆଶ୍ରମର ପିଲାମାନଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ

ବ୍ୟାସନଗର;୨୬/୧୧(ବ୍ୟୁରୋ): ବ୍ୟାସନଗର ପୌରାଞ୍ଚଳ ଅନ୍ତର୍ଗତ କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ଅନ୍ନପୂର୍ଣ୍ଣା କନ୍ୟାଶ୍ରମର ଅନାଥ ପିଲାମାନଙ୍କୁ କମ୍ବଳ ଓ ମିଷ୍ଟାନ୍ନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସେବାମୂଳକ କାର୍ଯ୍ୟପାଇଁ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ମତ ଦେଇଥିବା ବେଳେ ଏକାଡେମିକ କୋର୍ଡିନେଟର ସୋନିଆ ବେଦୀ ଓ ସି ସି ଏ କୋର୍ଡିନେଟର ବଲବିର୍ ସିଂ କାର୍ଯ୍ୟକ୍ରମ ସଫଳ ପାଇଁ ଉତ୍ସାହିତ କରିଥିଲେ।
ଅନାଥ ଆଶ୍ରମରେ କୁନି କୁନି ପିଲାଙ୍କ ମୁଖରେ ହସ ଫୁଟାଇବାକୁ ଚେଷ୍ଠା କରିଥିଲେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଛାତ୍ରୀଗଣ।କୁନି କୁନି ପିଲାଙ୍କୁ ବିସ୍କୁଟ,ଚକୋଲେଟ୍,ଡ୍ରେସ୍,ଖାତା,କଲମ ସହ ଅନେକ ଉପହାର ପ୍ରଦାନ କରିଥିଲେ।ଅନାଥ ପିଲାଙ୍କ ମୁଖରେ ନାହିଁ ନ ଥିବା ଖୁସି ଦେଖିବାକୁ ମିଳିଥିଲା। କିଛି ପିଲାଙ୍କୁ ଦେଖି ଛାତ୍ର ଛାତ୍ରୀ ଭାବ ବିହୋଳ ହୋଇପଡ଼ିଥିଲେ।ଆଶ୍ରମର ପିଲା ମାନେ ସୁନ୍ଦର ଗୀତ ମାଧ୍ୟମରେ ଖୁସି ବ୍ୟକ୍ତ କରିଥିଲେ।କିଛି ମୁହୂର୍ତ୍ତ ପାଇ ପିଲାମାନେ ନିଜର ଆତ୍ମୀୟ ମାନଙ୍କୁ ପାଇଗଲା ଭଳି ଖୁସିରେ ନିଜକୁ ହଜାଇ ଦେଇଥିଲେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଙ୍କ ମେଳରେ। ଏହି ଅନ୍ନପୂର୍ଣ୍ଣା କନ୍ୟାଶ୍ରମ ଦୀର୍ଘଦିନ ଧରି ପିଲାମାନଙ୍କ ପ୍ରତି ସେବା କରି ଆସିଛି। ଆଶ୍ରମରେ ଏଭଳି ସେବା ମୂଳକ କାର୍ଯ୍ୟକ୍ରମ କୁ ସ୍ଵାଗତ କରିବା ସହ ପରିଚାଳକ ପଙ୍କଜିନି ସାହୁ ଓ ପବିତ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଶ୍ରମରେ ପିଲାଙ୍କ ସହ ସୁଖ ଦୁଃଖର ସାଥୀ ହେଉଥିବା ସହ କର୍ମୀ ମମତା ମୁଦୁଲି,ଅଞ୍ଜନା ମହାନ୍ତ,ଶ୍ରଦ୍ଧାଞ୍ଜଳି ବେହେରା ପିଲାଙ୍କୁ ସାନ୍ତ୍ଵନା ପ୍ରଦାନ କରିଥିଲେ। ବିଦ୍ୟାଳୟର ଅଧ୍ୟାପିକା ପୁଷ୍ପା ମ୍ୟାଡମ୍,ତୃପ୍ତି ରାୟ,ପ୍ରମିଳା ବେହୁରା,ଅଧ୍ୟାପକ ଦୀପକ ରଞ୍ଜନ ପାଣିଗ୍ରାହୀ, କାଳୀଚରଣ ବାସ୍କେ,ସପନ ବାନାର୍ଜୀ କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ପୂର୍ଣ୍ଣ ସହଯୋଗ କରିଥିଲେ।ବିଦ୍ୟାଳୟ ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଏଭଳି ସେବା ମୂଳକ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଅନାଥ ଆଶ୍ରମ ର ସମସ୍ତ ପିଲାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129