ଜିଲ୍ଲା ସ୍ତରୀୟ ସମ୍ୱିଧାନ ଦିବସ ପାଳିତ

ଯାଜପୁର;୨୭/୧୧(ନି ପ୍ର) : ଭାରତକୁ ଏକ ସଂପୂର୍ଣ୍ଣ ପ୍ରଭୁତାସଂପନ୍ନ ସମାଜବାଦୀ, ଧର୍ମ ନିରପେକ୍ଷ ଲୋକତନ୍ତ୍ରାତ୍ମକ ଗଣରାଜ୍ୟ ଗଠନ କରିବା ନିମିତ୍ତ ଏବଂ ଏହାର ସମସ୍ତ ନାଗରିକଙ୍କୁ ସାମାଜିକ, ଆର୍ଥିକ ଓ ରାଜନୈତିକ ନ୍ୟାୟ ତଥା ବିଚାର, ଅଭିବ୍ୟକ୍ତି, ବିଶ୍ୱାସ, ଧର୍ମ ଓ ଉପାସନାର ସ୍ୱାଧୀନତା ଏବଂ ପ୍ରତିଷ୍ଠା ଓ ସୁଯୋଗର ସମତା ପ୍ରାପ୍ତ କରାଇବା ନିମିତ୍ତ, ତଥା ସେମାନଙ୍କ ମଧ୍ୟରେ ବ୍ୟକ୍ତିର ଗରିମା ଓ ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରୁଥିବା ଭାତୃତ୍ୱ ବର୍ଦ୍ଧନ କରାଇବା ନିମିତ୍ତ ଦୃଢ ସଂକଳ୍ପ ହୋଇ ଆମ୍ଭମାନଙ୍କର ଏହି ସମ୍ୱିଧାନ ସଭାରେ ଅଦ୍ୟ ୧୯୪୯ ମସିହା ନଭେମ୍ୱର ମାସ ଷଡବିଂଶ ଦିବସରେ ଏହି ସମ୍ୱିଧାନକୁ ଏତଦ୍ୱାରା ଅଙ୍ଗିକୃତ , ଅଧିନିୟମିତ ଏବଂ ଅତ୍ମାର୍ପିତ କରିବାର ମୂଳ ମନ୍ତ୍ର ବୋଲି ଆଜି ଜିଲ୍ଲା ସ୍ତରୀୟ ସମ୍ୱିଧାନ ଦିବସ ପାଳନ ଉପଲକ୍ଷେ ଊପ-ଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ୍ ଶ୍ରୀ ଗୋପୀନାଥ କୁଅଁର ଜିଲ୍ଲା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନଙ୍କୁ ସମ୍ୱିଧାନ ଦିବସର ଶପଥ ପାଠ କରାଇଚ୍ଥନ୍ତି ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରାଙ୍କ ପରିଚାଳନାରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ଶପଥ ପାଠରେ ଜିଲ୍ଳ୍‌ା କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଶପଥ ପାଠ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଊପ-ବିଭାଗ ଅଧିକାରୀ, ଲକ୍ଷ୍ମୀଧର ସଏ, ବରିଷ୍ଠ ରାଜସ୍ୱ ସହାୟକ ଶ୍ରୀ ସୁବ୍ରତ କୁମାର କାନୁନଗୋ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର ଶ୍ରୀମତୀ ମିନତୀ ଦାଶ, ଶ୍ରୀ ସତ୍ୟଜିତ ନାୟକ, ଏବଂ ନିର୍ବାଚନ କାର୍ଯ୍ୟାଳୟ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ ।

 

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129