ହଳଦିଗଡିଆ ପ୍ରାଥମିକ କୃଷି ସମବାୟ ସମିତିରେ ଧାନକ୍ରୟ ଆରମ୍ଭ

ଯାଜପୁର;୩୦/୦୧(ନି ପି ) : ଯାଜପୁର ଜିଲ୍ଲା କୋରେଇ ବ୍ଲକସ୍ଥିତ ହଳଦିଗଡ଼ିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଖୋଲାଯାଇଥିବା ନୁତନ ସେବା ସମବାୟ ସମିତି ଲି ପକ୍ଷରୁ ମଙ୍ଗଳବାର ଓଜନ କଣ୍ଟା ଓ ଧାନକ୍ରୟ ଆରମ୍ଭ କରାଯାଇଅଛି।ଉକ୍ତ କାର୍ଯ୍ୟକ୍ରମରେ ସି.ଇ. ଓ.କୋରେଇ ପ୍ରଶାନ୍ତ କୁମାର କର ହଳଦିଗଡିଆ ପ୍ରାଥମିକ କୃଷି ସମବାୟ ଲି ର ସଭାପତି ମଦନ ମୋହନ ମହାପାତ୍ର, ସଂପାଦିକା ଅନିତା ବେହେରା ପ୍ରମୁଖ ଉପସ୍ଥିତିରେ କଣ୍ଟାପୁଜା ଓ ଦୁଇଟ୍ରିପ ଧାନ କ୍ରୟ କରାଯାଇଥିଲା।ଏଥିରେ ହଳଦିଗଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ଅନିଲ କୁମାର ମହାପାତ୍ର ଓ ଧାନ କ୍ରୟ କମିଟିର ସଦସ୍ୟଓ ସଦସ୍ୟା ସମ୍ମିତା ଶଂଖୁଆ,ସୁରେସ ସ୍ୱାଇଁ ,ସନାତନ ବାରିକ ପ୍ରମୁଖ ସହଯୋଗ କରିଥିବାବେଳେ ସମବାୟ ସମିତିର ମେମ୍ବର ଦୁର୍ଗା ପ୍ରସାଦ ଦାସ, ସନ୍ତୋଷ କୁମାର ସ୍ଵାଇଁ, ବସନ୍ତ କୁମାର ବେହେରା ,ହଲିମା ବେଗମ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ସି.ଇ. ଓ.ଶ୍ରୀଯୁକ୍ତ କର ସୁଚନା ପ୍ରଦାନ କରିଥିଲେ।