ଲୁଟେରା ସାମ୍ବାଦିକଙ୍କୁ ବି ଛାଡ଼ିଲେନି,ନୁଆ ଢଙ୍ଗରେ ଲୁଟିନେଲେ ବରିଷ୍ଠ ସାମ୍ବାଦିକଙ୍କ ମୋବାଇଲ

ବ୍ଯାସନଗର;୨୮/୧୧(ନି ପ୍ର): ବ୍ଯାସନଗର ସହରରେ ଚୋରଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି।ସୁନା ଗହଣା ଠାରୁ ଆରମ୍ଭ କରି ମୋବାଇଲ ପର୍ଯ୍ୟନ୍ତ । ଦିନ ଦ୍ବିପହରରେ ମୋବାଇଲ ଲୁଟେରାଙ୍କ ପ୍ରାଦୁର୍ଭାବ ରେ ସହରବାସୀ ଅତିଷ୍ଠ ହୋଇଗଲେଣି। ସହରର ବରିଷ୍ଠ ସାମ୍ବାଦିକ ଉମାପଦାର ଚିନ୍ତାମଣି ପାଢୀଙ୍କ ବାସଭବନ ସମ୍ମୁଖରୁ ରବିବାର ଅପରାହ୍ନରେ ଅଭିନବ ଉପାୟରେ ମୋବାଇଲ୍ ଚୋରି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି | ମିଳିଥିଲା ସୂଚନା ଅନୁଯାୟୀ ଗତକାଲି ଅପରାହ୍ନରେ ଶ୍ରୀ ପାଢି ନିଜ ବାସଭବନ କୁ ପ୍ରବେଶ କରୁଥିବା ବେଳେ ଦୁଇ ଯୁବକ ଜଗନ୍ନାଥ ସିନେମା ହଲ ପାଖରୁ ତାଙ୍କୁ ପିଛା କରି ତାଙ୍କ ଘର ସମ୍ମୁଖରେ ଜାଣି ଶୁଣି ବାଇକରୁ ପଡ଼ି ଯାଇଥିଲେ। ବାଇକ୍ ରୁ ପଡ଼ି ଚିତ୍କାର କରି ଉଠା ଉଠା ବୋଲି ଶ୍ରୀ ପାଢୀଙ୍କୂ ଡାକିଥିଲେ। ଶ୍ରୀ ପାଢୀ ଦୈ।ଡିଯାଇ ପଡ଼ିଥିବା ଯୁବକଙ୍କୁ ଉଠାଇଥିଲେ। ଏହି ସମୟରେ ଶ୍ରୀ ପାଢୀଙ୍କ ସାର୍ଟ ଉପର ପକେଟରୁ ମୋବାଇଲ ଟିକୁ ସମ୍ପୃକ୍ତ ଦୁର୍ବୃତ୍ତ ଝାମ୍ପି ନେଇ ଦ୍ରୁତ ଗତିରେ ପଳାଇଥିଲେ। ଏ ସମସ୍ତ ଘଟଣା ସିସିଟିଭି ରେ କଏଦ ହୋଇଛି। ମୋବାଇଲ୍ ଝାମ୍ପି ନେଇ ଥିବା ଦୁଇ ଯୁବକ ତେଲୁଗୁ ଭାଷାରେ କଥା ହେଉଥିଲେ। ଶ୍ରୀ ପାଢୀ ତାଙ୍କୁ ପିଛା କରିଥିଲେ ମଧ୍ୟ ସେମାନଙ୍କୁ ପାଇଁ ନଥିଲେ। ପରେ ସିସିଟିଭି ଫୁଟେଜ ସହିତ ଏନେଇ ଯାଜପୁର ରୋଡ଼ ଥାନା ରେ ଲିଖିତ ଅଭିଯୋଗ କରାଯାଇଛି। ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ଚୋରି ସଙ୍କ୍ରାନ୍ତରେ ପୁଲିସ କୈାଣସି ସୂଚନା ହାସଲ କରି ପାରି ନାହିଁ। ସହରରେ ପ୍ରତିଦିନ ମୋବାଇଲ୍ ଚୋରି ହେଉଥିବା ବେଳେ, ଗତ ସପ୍ତାହରେ କାଳୀ ମେଲଣ ସମୟରେ ରାତି ଆଠ ରୁ ନଅଟା ମଧ୍ୟରେ ରେ ଗାୟତ୍ରୀ ବିହାର ଜଣକ ଘରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ସହ ଟଙ୍କା ମଧ୍ୟ ଲୁଟିନେଇଥିଲେ।ଏଥିରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ଗୋଷ୍ଠୀ ସାମିଲ ରହିଥିବା ପୁଲିସ ଜାଣିଥିଲେ ମଧ୍ୟ ସେମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରିବାରୁ ଦିନକୁ ଦିନ ସେମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ତୁରନ୍ତ ପୁଲିସ ପ୍ରଶାସନ ଏ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129