କୋରେଇକୁ ନେଇ ସରଗରମ ରାଜନୀତି,ଆଗାମୀ ନିର୍ବାଚନରେ ନାମ ପରିବର୍ତ୍ତନ କରିବ କି ଦଳ!

ଯାଜପୁର;୩୦/୧୧(ନି ପ୍ର): ସବୁବେଳେ ଚର୍ଚ୍ଚାରେ ରହିଥାଏ କୋରେଇ। ଓଡିଶା ବିଧାନସଭାର ମୋଟ ୧୪୭ ଆସନ ମଧ୍ୟରୁ ୫୩ ନମ୍ବରରେ ଥିବା କୋରେଇ ବିଧାନସଭା ବେଶ ଚର୍ଚ୍ଚାରେ ରହିଥାଏ । ଗତ ୨୦୦୪ ମସିହାରୁ କୋରେଇେ କୌଣସି ନେତା ଦ୍ବିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇନାହାଁନ୍ତି । ୨୦୦୪ରେ ସଞ୍ଜିତା ମହାନ୍ତି, ୨୦୦୯ରେ ପ୍ରୀତ ରଞ୍ଜନ ଘଡେଇ, ୨୦୧୪ରେ ଆକୋଶ ଦାସ ନାୟକ, ୨୦୧୯ ରେ ଅଶୋକ ବଳ ବିଧାୟକ ହୋଇଛନ୍ତି।ରାଜ୍ୟର ଏକ ସର୍ବପୁରାତନ ବିଧାନସଭା ନିର୍ବାଚନ ମଣ୍ଡଳୀ ଯାଜପୁର କୋରେଇକୁ ନେଇ ସରଗରମ ରାଜନୀତି ।୧୯୭୪ ମସିହାରେ ଗଠନ ହୋଇଥିବା କୋରେଇ ବିଧାନସଭା ଆସନର ପ୍ରଥମ ବିଧାୟକ ହୋଇଥିଲ ଅଶୋକ ଦାସ । ପୁଣି ଥରେ ୧୯୭୭ ରେ ବିଜୟୀ ହୋଇଥିଲେ ଅଶୋକ । ଉତ୍କଳ କଂଗ୍ରେସରୁ ପ୍ରଥମ ଥର ପ୍ରାର୍ଥୀ ହୋଇଥିବା ଅଶୋକ ଦାସ ପରବର୍ତ୍ତୀ ସମୟରେ ଜେଡି(ଏସ) ଓ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୮୫ ରେ କଂଗ୍ରେସ ଏଠି ଖାତା ଖୋଲିଥିଲା । ରାମ ଚନ୍ଦ୍ର ଖୁଣ୍ଟିଆ କଂଗ୍ରେସ ଟିକେଟରୁ ବିଧାନସଭା ଯାଇଥିଲେ । ଏହାପରେ ୧୯୯୦ ମସିହା ନିର୍ବାଚନରେ ଅଶୋକ ଦାସ ବିଜୟୀ ହେବା ସହ ଲଗାତାର ହ୍ୟାଟ୍ରିକ ମାରିଥିଲେ । ପରବର୍ତ୍ତୀ ସମୟରେ ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହେବା ସହ ଓଡିଶାରେ ବିଜେଡି ବିଜେପି ମେଣ୍ଟ ଗଠନ ହୋଇସାରିଥାଏ। ଆସନ ବୁଝାମଣା ସ୍ବରୂପ ୨୦୦୪ ନିର୍ବାଚନରେ ବିଜେପି ଭାଗରେ ପଡିଲା କୋରେଇ ଆସନ । ପ୍ରାର୍ଥୀ ହୋଇଥିଲେ ସଞ୍ଜିତା ମହାନ୍ତି । ସଞ୍ଜିତା ମଧ୍ୟ ଗୈରିକ ଉଡାଇ କୋରେଇର ପ୍ରଥମ ମହିଳା ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ । ସେହିପରି ୨୦୦୯ ମେଣ୍ଟ ଭାଙ୍ଗିବା ପରେ କୋରେଇ ରାଜନୀତିରେ କଡ ଲେଇଟାଇଥିଲା । ବିଜେଡି ପ୍ରାର୍ଥୀ ପ୍ରୀତି ରଞ୍ଜନ ଘଡେଇ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୪ ରେ ଶାସକ ଦଳ ପ୍ରାର୍ଥୀ ପରିବର୍ତ୍ତନ କରି ଅଭିନେତାରୁ ରାଜନେତା ପାଲଟିଥିବା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଥିଲା । ଆକାଶ ମଧ୍ୟ ଅଭିନେତା ଛବି ନିଜ ପିତା ତଥା ବିଶିଷ୍ଟ ଶ୍ରମିକ ନେତା ମାୟାଧର ନାୟକଙ୍କ ସଂଗଠନକୁ ପାଥେୟ କରି ବିଜୟୀ ହୋଇଥିଲେ । ପୁଣି ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରିବର୍ତ୍ତନ କରି ତୃଣମୂଳ ସ୍ତରର ନେତା ଅଶୋକ ବଳଙ୍କୁ ପ୍ରାର୍ଥୀ କରିଥିଲା । ଅଶୋକ ବଳ ମଧ୍ୟ ବିଜୟୀ ହୋଇ ଏବେ ବିଧାୟକ ଅଛନ୍ତି । ଏବେ ଚର୍ଚ୍ଚା ଆଗାମୀ ନିର୍ବାଚନରେ ଅଶୋକ ରିପିଟ ହେବେ ନା ପରିବର୍ତ୍ତନ କରିବ ଦଳ ।ଶିଳ୍ପ ବହୁଳ ଯାଜପୁର ଜିଲ୍ଲା ହୋଇଥିବା ସତ୍ବେ କୋରେଇ ବିଧାନସଭା କ୍ଷେତ୍ର ଆଜି ବି ଅବହେଳିତ । ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ପାନୀୟ ଜଳ, ପରିମଳ ଭଳି ମୌଳିକ ସମସ୍ୟାର ସମାଧାନ ହୋଇପାରିନାହିଁ । ନଦୀ, ନାଳ ଥିବା ସତ୍ବେ ଦୀର୍ଘ ମିଆଦି ଯୋଜନା ଓ ପ୍ରକଳ୍ପ ଅଭାବରୁ ଜମିକୁ ଜଳସେଚନ ହୋଇପାରି ନାହିଁ । ବନ୍ୟା ସମସ୍ୟା ଏକ ବଡ ସମସ୍ୟା ହୋଇଥିଲେ ମଧ୍ୟ ଜିଲ୍ଲାର ଟାଣୁଆ ନେତା ମାନେ ଥାଇ ସୁଦ୍ଧା ବନ୍ୟା ନିୟନ୍ତ୍ରଣ ପାଇଁ କୌଣସି ନଦୀନ୍ଧ ସୁଦୃଢୀକରଣ କରାଯାଇ ପାରି ନାହିଁ । ଜିଲ୍ଲାରେ ଏକାଧିକ ଶିଳ୍ପ କଳକାରଖାନା ସ୍ଥାପନ ହୋଇଥିବା ସତ୍ବେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ସେଭଳି ନିଯୁକ୍ତି ମିଳିପାରି ନାହିଁ । ବ୍ୟାସନଗରର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପୁନଃରୁଦ୍ଧାର ତଥା ବିକଶିତ ହୋଇପାରିନାହିଁ । ଆଜି ଯାଏଁ କୋରେଇରେ ଏକ ବସଷ୍ଟାଣ୍ଡ ମଧ୍ୟ ନିର୍ମାଣ ହୋଇପାରିଲା ନାହିଁ । ବ୍ୟାସନଗର ସହର ମଧ୍ୟରେ ଦୀର୍ଘଦିନ ଧରି ଦାବି ହେଉଥିଲେ ସୁଦ୍ଧା ଏକ ରେଳ ଓଭର ବ୍ରିଜ କିମ୍ବା ଗଳି ପୋଲ ହୋଇପାରି ନାହିଁ । ଯାହା ଫଳରେ ଲୋକଙ୍କ ସମସ୍ୟା ଲାଗି ରହିଛି ।ରାଜନୀତି ତା ବାଟରେ କିନ୍ତୁ ସାଧାରଣ ଜନତା ବିକାଶ ପଥ କୁ ଅନାଇ ବସିଛି।କେବେ ସୁଧୁରିବ କୋରେଇ ଆଉ ବ୍ୟାସନଗର ସହର।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129