ଘରକୁ ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ୪ ଓଡ଼ିଆ ଶ୍ରମିକ, ପରିବାରରେ ଖୁସିର ଲହରୀ

ଭୁବନେଶ୍ୱର;୦୧/୧୧(ଜ୍ୟୋତି ରଞ୍ଜନ ଙ୍କ ଠାରୁ): ଦୀର୍ଘଦିନ ଅପେକ୍ଷାର ଅନ୍ତ୍ ଘଟିଲା ଘରକୁ ଫେରିଲେ ଉତ୍ତରକାଶୀ ଟନେଲରୁ ଉଦ୍ଧାର ୪ ଓଡ଼ିଆ ଶ୍ରମିକ । ଚାରି ଶ୍ରମିକଙ୍କୁ ନେଇ ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଆସିଛନ୍ତି ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ନାୟକ । ବିମାନ ବନ୍ଦରରେ ଚାରି ଓଡ଼ିଆ ଶ୍ରମିକଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ତେବେ ଅନ୍ୟଜଣେ ଶ୍ରମିକ ତପନ ମଣ୍ଡଳ ନିଜ ଭାଇଙ୍କ ସହ ପରେ ଭୁବନେଶ୍ୱର ପହଞ୍ଚିବେ ବୋଲି ସୂଚନା ମିଳିଛି ।ଗତକାଲି ୠଷିକେଶ ଏମ୍ସ ହସ୍ପିଟାଲରୁ ସମସ୍ତ ୪୧ ଶ୍ରମିକଙ୍କ ସମେତ ୫ ଓଡ଼ିଆଙ୍କୁ ଡିସଚାର୍ଜ କରିଦିଆଯାଇଥିଲା । ସେଠାରୁ ପ୍ରଥମେ ଡେରାଡୁନ ଏବଂ ଡେରାଡୁନରୁ ଦିଲ୍ଲୀରେ ପହଞ୍ଚିଥିଲେ । କାମ କରୁଥିବା ବେଳେ ମାଟି ଅତଡ଼ା ଧସିବାରୁ ଟନେଲରେ ଫସି ଯାଇଥିଲେ ୪୧ ଶ୍ରମିକ । ୧୭ ଦିନ ପରେ ଗତ ମଙ୍ଗଳବାର ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।
୧୭ ଦିନ, ୪ଶହ ଘଣ୍ଟାରୁ ଅଧକ ସମୟର ମହାଅପରେସନ୍ ପରେ ସୁରକ୍ଷିତ ଉଦ୍ଧାର ହେଲେ ସମସ୍ତ ୪୧ ଜଣ ଶ୍ରମିକ । ୪୧ ଶ୍ରମିକଙ୍କ ମଧ୍ୟରେ ୫ ଓଡ଼ିଆ ଶ୍ରମିକ ମଧ୍ୟ ଟନେଲରୁ ଉଦ୍ଧାର ହୋଇଛନ୍ତି । ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ ବୋଲି ସୂଚନା ମିଳିଛି। ଶ୍ରମିକଙ୍କ ପରିବାରର ଖୁସିର ଲହରୀ ଖେଳିଯାଇଛି। ସତରେ ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129