ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ତିନିଦିନିଆ କ୍ରୀଡା ଦିବସର ଶୁଭାରମ୍ଭ

ବ୍ୟାସନଗର; ୦୧/୧୨(ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ତିନିଦିନିଆ କ୍ରୀଡା ଦିବସର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି।ସକାଳ ୮ଘଟିକାରୁ ଏହି କର୍ଯ୍ୟକ୍ରମ ର ଶୁଭାରମ୍ଭ କରାଯାଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବ୍ୟାସନଗର ପୌରପରିଷଦର ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା କ୍ରୀଡା ସଂଘର ଅଧ୍ୟକ୍ଷ ରସାନନ୍ଦ ମହାନ୍ତି ଓ ସମ୍ନାନିତ ଅତିଥି ଭାବେ କ୍ରୀଡାବିତ୍ ସୋହେଲ ଖାନ ଯୋଗ ଦେବା ସହ ବିଦ୍ୟାଳୟର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ , ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା,ଉପପ୍ରଧାନାଚାର୍ୟ ଆର ଏନ ରୟତ ସିଂ , ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ,ସି ସି ଏ ପରିଚାଳକ ବଲବିର୍ ସିଂ ଓ ଯୋଗେନ୍ଦ୍ର କୁମାର ପଣ୍ଡା ଉଦଘାଟିତ କରିଥିଲେ।ମୁଖ୍ୟ ଅତିଥି ତଥା ପ୍ରଶାସନିକ ଅଧିକାରୀ ଖେଳର ମହତ୍ତ୍ଵ ସମ୍ବନ୍ଧରେ ବିଶେଷ ବିବରଣୀ ନିଜ ବକ୍ତବ୍ୟ ରେ ପ୍ରଦାନ କରିଥିଲେ।ଏହି ଦିବସରେ ପ୍ରଥମ ଶ୍ରେଣୀରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସ୍କାଉଟ ମାଷ୍ଟର ଶ୍ରୀମନ୍ତ୍ କୁମାର ରାୟ, ଏନ୍ ସି ସି ମାଷ୍ଟର ସୁକାନ୍ତ କୁମାର ପାତ୍ର ଙ୍କ ଦ୍ଵାରା ମାର୍ଚ୍ଚ ପାଷ୍ଟ ର ଆୟୋଜିତ କରାଯାଇଥିଲା। କ୍ରୀଡା ଶିକ୍ଷିକା ସୁଚିତ୍ରା ମନ୍ତ୍ରୀ ଓ ଫୁଲ ବିଶ୍ଵାଳ ସମସ୍ତ ଖେଳର ଆୟୋଜନ କରିଥିଲେ। ପ୍ରଥମେ ଦୁଇ ଶହ ମିଟର ଦୌଡ ରୁ ଖେଳ ଆରମ୍ଭ କରାଯାଇଥିଲା।ଆଙ୍କର ଦୀପକ ରଞ୍ଜନ ପାଣିଗ୍ରାହୀ ଓ ସତ୍ୟ ନାରାୟଣ ପଣ୍ଡାଙ୍କ ଦ୍ଵାରା ମଞ୍ଚ ପରିଚାଳନା କାର୍ଯ୍ୟ ସମ୍ପାଦନ ହୋଇଥିଲା।ପିଲା ଠାରୁ ଅଭିଭାବକ ପର୍ଯ୍ୟନ୍ତ ସମସ୍ତେ ଖୁବ ଆନନ୍ଦ ଉତ୍ସାହର ସହ ଖେଳର ମଜା ନେଇଥିଲେ।

 

 

 

 

 

 

 

 

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129