ଷ୍ଟେଟ ବ୍ୟାଙ୍କର ମନମାନି,ବ୍ୟାସନଗର ସହରରୁ ସମସ୍ତ ଜମା ମେସିନ କୁ ଉଠାଇ ଦିଆ ଯାଇଛି

ବ୍ୟାସନଗର;୦୨/୧୨(ବ୍ୟୁରୋ): ବ୍ୟକ୍ତିଗତ ଓ ସାମୂହିକ ପ୍ରଗତିରେ ଆଜିକାଲି ବ୍ୟାଙ୍କ ବ୍ୟବସ୍ଥାର ଭୂମିକା ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ଷ୍ଟେଟ ବ୍ୟାଙ୍କର ସେବା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ବିଶ୍ୱାସ ଜିତିଥିବା ବ୍ୟାଙ୍କ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅନ୍ୟତମ। କିନ୍ତୁ ତାହାର ନାମ ଦିନକୁ ଦିନ ପଦାରେ ପଡ଼ିବାକୁ ଯାଉଛି। ବିଶ୍ୱାସ ଓ ଭରଷା ର ପ୍ରତୀକ ଥିବା ଷ୍ଟେଟ ବ୍ୟାଙ୍କ୍ ବିଶ୍ୱାସ ହରାଉଛି। ବ୍ୟାସନଗର ଅଞ୍ଚଳରୁ ସମସ୍ତ ଜମା ମେସିନ କୁ ବ୍ୟାଙ୍କ୍ ଉଠାଇ ନେଇ ଗୋଟିଏ ବ୍ରାଞ୍ଚ ରେ ରଖିବାର କାରଣ କଣ? ଏହା ଦ୍ବାରା ସାଧାରଣ ଜନତା ଟଙ୍କା ଜମା କରିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ଗୋଟିଏ ଜାଗାରେ ପାଞ୍ଚ ଗୋଟି ମେସିନ ଥିବା ବେଳେ ମାତ୍ର ଗୋଟିଏ କାମ କରୁଛି।ଯାହାଫଳରେ ଲୋକଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି।ହଠାତ୍ ବ୍ୟାଙ୍କର ଏଭଳି ପଦକ୍ଷେପ କଣ ପାଇଁ? ଅନ୍ୟ ପକ୍ଷରେ ଯେଉଁ ଉଠାଣ ମେସିନ ରହିଛି ତାହା ବି ଅନେକ ସମୟରେ ଖରାପ। ଅଞ୍ଚଳ ର ଏ ଟି ଏମ ମେସିନ ଘରର ସ୍ୱଚ୍ଛତା ନା କହିବା ଭଲ।ମେସିନ ର ପ୍ରସେଶିଂ ବି ବହୁତ୍ ଧିମା ରହୁଛି। ବ୍ରାଣ୍ଡ ବ୍ୟାଙ୍କ ର ସେବା ଯଦି ଏଭଳି ପ୍ରଶ୍ନବାଚୀ ସୃଷ୍ଟିକରେ ଅନ୍ୟ ବ୍ୟାଙ୍କ କଥା କଣ କହିବା।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129