ଯାଜପୁରରେ ବିଶ୍ୱ ମୃତିକା ଦିବସ ପାଳିତ , ମୃତ୍ତିକା ଓ ଜଳ ଜୀବନଧାରଣର ଊତ୍ସ – ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ତ୍ରିପାଠୀ

ଯାଜପୁର;୦୫/୧୨(ବ୍ୟୁରୋ): ମଙ୍ଗଳବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ କୃଷି ଅଧକାରୀ, ଯାଜପୁରଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷରେ “ବିଶ୍ୱ ମୃତିକା ଦିବସ” – ୨୦୨୩ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଊଦିପ୍ତ କୁମାର ତ୍ରିପାଠୀ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଦିବସକୁ ଉଦ୍‌ଘାଟନ କରିବା ସହ ମୃତ୍ତିକା ଓ ଜଳ ଜୀବନଧାରଣ ଊତ୍ସ ବୋଲି ପ୍ରକାଶ କରି ମାଟି ମା’ କୁ ସୁରକ୍ଷା ଦେବା ଆମ ସମସ୍ତଙ୍କର ଧେୟ ହେଊ ବୋଲି ଆହ୍ୱାନ ଦେଇଥିଲେ । ଉପ-ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା ଶ୍ରୀ ହେମନ୍ତ କୁମାର ସାମଲଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ପବିତ୍ର ଦିବସରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା. ଶ୍ରୀନିବାସ କର, ଜିଲ୍ଲା କୃଷି ଅଧିକାରୀ, ଯାଜପୁର ରୋଡ ଶ୍ରୀ ଅରୁଣ କୁମାର ସାହୁ, କୃଷି ଜିଲ୍ଲା ଅଧିକାରୀ, ଧର୍ମଶାଳା ଶ୍ରୀମତୀ ରାଜଶ୍ରୀ ବେହେରା, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ଶ୍ରୀ ରାଧାଶ୍ୟାମ ବେହେରା, ବରିଷ୍ଠ କୃଷି ବୈଜ୍ଞାନିକ ତଥା କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ, ବଡଚଣା ଡଃ ସୁନିଲ କୁମାର ମହାପାତ୍ର, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଚ୍ଥାୟା ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ବେହେରା ପ୍ରମୁଖ ଯୋଗଦେଇ ମାଟି ଏବଂ ପାଣି ସୁରକ୍ଷା ପାଇଁ ବିଭିନ୍ନ କୈାଶଳ ଓ ଦିଗ ସମ୍ୱନ୍ଧରେ ବକ୍ତବ୍ୟ ରଖିବା ସହ ଚାଷ ନିମନ୍ତେ ମାଟିକୁ ସର୍ବଦା ଜୈବିକ ଖତ, ସାର ପ୍ରୟୋଗ କରି ମାଟିର ଉର୍ବରତା ବଜାୟ ରଖିବା, କ୍ଷେତରେ ଉଚ୍ଚରୁ ନିମ୍ନକୁ ଗଡୁଥିବା ପାଣିକୁ ଅଟକାଇବା, ପଲିଥିନ୍ ବ୍ୟତୀତ ଘରେ ବ୍ୟବହାର କରୁଥିବା ଅନ୍ୟାନ୍ୟ ବର୍ଯ୍ୟବସ୍ତୁକୁ ଗାଢ କରି ପୋତି କମ୍ପୋଷ୍ଟ କରି କୃଷି କ୍ଷେତ୍ରରେ ପ୍ରୟୋଗ କରିବା, ସମନ୍ୱିତ କୃଷି ଚାଷ କରି ପୃଷ୍ଟ ମାଟିର ୬ ଇଞ୍ଚ ପର୍ଯ୍ୟନ୍ତ ଗଭୀର ମାଟିକୁ ଅମ୍ଳ ଦୋଷ କାଟି ଊର୍ବର ରଖିବା ଓ ବ୍ୟାପକ ବୃକ୍ଷ ରୋପଣ କରିବା ଏବଂ ବିଭିନ୍ନ କୃଷି ଓ ସମନ୍ୱିତ କୃଷି ଆଦି ବିଷୟବସ୍ତୁ ଉପରେ ଆଲୋଚନା କରି ଚାଷି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ସଭାପତି ଭାଷଣରେ ଊପ-ପ୍ରକଳ୍ପ ନିର୍ଦ୍ଦେଶକ, ଆତ୍ମା ଶ୍ରୀ ଅରୁଣ କୁମାର ସାହୁ ଯୋଗଦେଇ ଅଭିଭାଷଣରେ କହିଲେ ଯେ, ଜୀବନଧାରଣ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହର ପ୍ରାୟ ୯୫ ଶତକଡା ଉତ୍ସ ମାଟି ଓ ଜଳ ହିଁ ପ୍ରଦାନ କରୁଚ୍ଥି । ଏହି କ୍ରମେ ମିଳିତ ଜାତି ସଂଘରେ ୨୦୦୨ ମସିହାରେ ମାଟି ଓ ପାଣି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଚେତନତା ପାଇଁ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯିବାକୁ ବିଧିବଦ୍ଧ ଭାବେ ନିଷ୍ପତ୍ତି ନିଆଯାଇଥିଲା ଏବଂ ପରେ ୨୦୧୪ ଡିସେମ୍ୱର ୫ ତାରିଖରେ ପ୍ରଥମ ବିଶ୍ୱ ମୃତ୍ତିକା ଦିବସ ପାଳନ ହେବାସହ ପର୍ଯ୍ୟାୟ କ୍ରମେ ପ୍ରତ୍ୟେକ ବର୍ଷ ଆଜିର ଦିନଟିକୁ ମୃତ୍ତିକା ଦିବସ ଭାବେ ପାଳନ କରାଯାଉଅଚ୍ଥି । ସେହିପରି ଚାଷୀମାନେ ସମନ୍ୱିତ ସାର ପରିଚାଳନା, ପ୍ରାକୃତିକ କୃଷିକୁ ଆଦରିବା, ମାଟିର ଜୈବ ପରିପକ୍ୱତାକୁ ବଜାୟ ରଖିବା, କୃଷି ସହ ସମନ୍ୱିତ କୃଷି ଚାଷ କରିବା, ପୋଖରୀ ଖନନ କରି ଜଳ ଉତ୍ସ କରିବା, ସମନ୍ୱିତ ରୋଗ ପୋକ ପରିଚାଳନା ବ୍ୟବସ୍ଥାକୁ ବ୍ୟବହାର କରିବା, ପାରମ୍ପରିକ କୃଷି ପଦ୍ଧତିକୁ ଆଦର କରିବା ଆଦି ବିଭିନ୍ନ ଦିଗ ସମ୍ୱନ୍ଧରେ ବକ୍ତବ୍ୟ ରଖିଥିଲେ ।ଶେଷରେ ଦିବସ ଊପଲକ୍ଷେ ମୃତ୍ତିକା ଓ ଜଳ ଜୀବନର ଉତ୍ସ ଆଧାରରେ ଅନୁଷ୍ଠିତ ବରିଷ୍ଠ ଓ କନିଷ୍ଠ ବିଭାଗର ପୋଷ୍ଟର ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ସାଟିିପିଂକେଟ ଓ ଟ୍ରପିଂ ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ସେହିପରି ଜିଲ୍ଳ୍‌ାର ବିଭିନ୍ନ ବ୍ଳକର ୩୦ ଜଣ ଅଗ୍ରଣୀ ଚାଷୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ବୃନ୍ଦ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଥିଲେ । ପରିଶେଷରେ ବିଭାଗୀୟ ଅଧିକାରୀ ଡଃ ପରେଶ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ଦିବସର ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ସ୍କୁଲର ଚ୍ଥାତ୍ର ଚ୍ଥାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ଚାଷୀ , ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗ ଦେଇଥିଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129