ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ

ଯାଜପୁର;୧୮/୦୮(ନି ପ୍ର): ଅଗଷ୍ଟ ସତର ତାରିଖ ରବିବାର ସକାଳ ୧୦ ଘଟିକା ସମୟରେ ବ୍ୟାସନଗର ପ୍ରଖଣ୍ଡ ବଜରଙ୍ଗ ଦଳ ତରଫରୁ ବିଶ୍ୱହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜନ୍ମାଷ୍ଟମୀ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ବଳିଦାନ ଦିବସ ଅବସରରେ ୨୬ ନମ୍ବର ୱାର୍ଡ ମୁଣ୍ଡମାଳ ଗ୍ରାମ (ଡାହିସାହି)ଠାରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ପ୍ରାନ୍ତ ମାତୃଶକ୍ତି ସହ ସଂଯୋଜିକା ମାନନୀୟା ପ୍ରଣତି ସାହୁ,ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ଗୋରକ୍ଷା ପ୍ରମୁଖ ମଦନମୋହନ ବିନ୍ଧାଣି,ଯାଜପୁର ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବସନ୍ତ କୁମାର ପାତ୍ର, ଜିଲ୍ଲା ସହ ସାପ୍ତାହିକ ମିଳନ କେନ୍ଦ୍ର ପ୍ରମୁଖ ପ୍ରଭାତ ଭୂୟାଁ,ବ୍ୟାସନଗର ବଜରଙ୍ଗ ଦଳ ସଂଯୋଜକ ଶାନ୍ତନୁ ସାହୁ,ବିଶ୍ଵହିନ୍ଦୁ ପରିଷଦ ପୂର୍ବତନ ସଭାପତି ପ୍ରସନ୍ନ କୁମାର ସାମଲ,ପୂର୍ବତନ ଜିଲ୍ଲା ସଂଯୋଜକ ପ୍ରତାପ ନାୟକ ଯୋଗ ଦେଇ ହିନ୍ଦୁ ଧର୍ମ ବିଷୟରେ ହେଉଥିବା କୁଠାର ଘାତ ,ମଠ ମନ୍ଦିର ସୁରକ୍ଷା,ମାଭଉଣୀ ମାନଙ୍କ ସୁରକ୍ଷା,ଗୋ ମାତା ସୁରକ୍ଷା ପ୍ରତି ପଦକ୍ଷେପ ସହିତ ସମ୍ପୂର୍ଣ ହିନ୍ଦୁ ଯୁବକ ମାନଙ୍କୁ ବଜରଙ୍ଗ ଦଳରେ ଯୋଗ ଦେବାପାଇଁ ଆହ୍ୱାନ କରାଯାଇଥିଲା।ଏଥିରେ ବ୍ୟାସନଗର ସହ ସଂଯୋଜକ ସୁବାଷ ଜେନା ଓ ପ୍ରତାପ ସେଠି, ସୁରକ୍ଷା ପ୍ରମୁଖ ଅରୁଣ କୁମାର ଦାସ, ମହାବିଦ୍ୟାଳୟ ପ୍ରମୁଖ ରଜତ ସେଠି, ସଙ୍ଘ ସ୍ୱୟଂସେବକ ସୁଧାଂଶୁ ଦାସ, ପ୍ରଭାତ ବଳ ଙ୍କ ସମେତ ବଜରଙ୍ଗ ଦଳ ୨୬ ନମ୍ବର ୱାର୍ଡ ର ନୂତନ ଦାୟିତ୍ୱ ଭାବେ ସଂଯୋଜକ ବିଶ୍ୱନାଥ ମହାରଣା, ସହ ସଂଯୋଜକ ସନ୍ତୋଷ ବିଶ୍ୱାଳ ଙ୍କ ଦାୟିତ୍ୱ ଘୋଷଣା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଚିତ୍ତରଞ୍ଜନ ମିଶ୍ର, ସ୍ମୃତି ରଂଜଜ ପଣ୍ଡା,ଦୀପକ.ଚିତ୍ତରଞ୍ଜନ, ସଞ୍ଜୟ,ପୂର୍ଣ୍ଣ,ଅଜୟ,ରାଜା, ଚନ୍ଦୁ,ଟୁନା ନନା ଙ୍କ ସମେତ ଶତାଧିକ ମା ଭଉଣୀ ଓ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129