ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମରେ ନବମ ଶ୍ରେଣୀ ଛାତ୍ରୀ ଅନନ୍ୟା ସିଂ ଙ୍କ ସଫଳତା

ଯାଜପୁର/ବ୍ୟାସନଗର;୧୩/୧୨(ବ୍ୟୁରୋ): ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଅନୁଷ୍ଠିତ ହୋଇଯାଇଛି। ଏହି ୟାଟସ୍ କାର୍ଯ୍ୟକ୍ରମ ଜ୍ୟୋତିର୍ବିଜ୍ଞାନର ରହସ୍ୟ ସମ୍ପର୍କରେ ଯୁବ ପ୍ରତିଭାମାନଙ୍କ ଜ୍ଞାନ ପରିସୀମାକୁ ବୃଦ୍ଧି କରିବା ଦିଗରେ ୧୭ ବର୍ଷ ପୁରଣ କରିସାରିଛି। ଓଡ଼ିଶାର ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନକୁ କିମ୍ବଦନ୍ତୀ ପୁରୁଷ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନର ପ୍ରସାର କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ୟାଟସ୍ ଆୟୋଜନ କରାଯାଉଛି । ଏହି ଅନ୍ୱେଷଣ ରେ କୁସୁନପୁର ସ୍ଥିତ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଅନନ୍ୟା ସିଂ ତାଙ୍କର ପ୍ରତିଭା ଦେଖାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ପୁରସ୍କାର ପ୍ରାପ୍ତ କରିଛନ୍ତି। ଏହାକୁ ନେଇ ବିଦ୍ୟାଳୟ ତଥା ତାଙ୍କର ପରିବାରରେ ଖୁସିର ଲହରୀ ଖେଳିଯାଇଛି। ଅନ୍ୟାନ୍ୟ ର ଏହି ସଫଳତା ପାଇଁ ବିଦ୍ୟାଳୟ ର ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।ଏଥି ସହ ଟାଟା ଷ୍ଟିଲ କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା,ଏକାଡେମୀକ କୋର୍ଡିନେଟର ସୋନିଆ ବେଦୀ,ବଲବିର ସିଂ ତାଙ୍କର ପ୍ରଶଂସା କରିବା ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ତାଙ୍କର ସଫଳତାରେ ଚାରିଆଡୁ ପ୍ରଶଂସା ର ସୁଅ ଛୁଟୁଛି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129