ଆସନ୍ତା ଜାନୁଆରୀ ୨୨ରେ ୧୪୦ କୋଟି ଲୋକ ଘରେ ପାଳନ୍ତୁ ଦୀପାବଳି…ମୋଦିଙ୍କ ବଡ଼ ଆହ୍ୱାନ..

ନୂଆଦିଲ୍ଲୀ;୩୦/୧୨(ବ୍ୟୁରୋ): ଅଯୋଧ୍ୟାରେ ନବ ନିର୍ମିତ ଶ୍ରୀରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିବସ ନିମନ୍ତେ ଜାନୁଆରୀ ୨୨ ତାରିଖରେ ସାରା ଦେଶରେ ଦୀପାବଳି ପାଳିବାକୁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପ୍ରଧାନମନ୍ତ୍ରୀଙ୍କ ଏହି ନିଆରା ଆହ୍ୱାନ୍‌କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି ।ଅନେକ ମହଲରେ ମୋଦିଙ୍କ ଏଭଳି ଆହ୍ୱାନକୁ ସ୍ୱାଗତ କରାଯାଇଥିବା ବେଳେ ଅନେକ ଏହାକୁ ଖୁବ୍‌ ପ୍ରଶଂସା କରିଛନ୍ତି । ମୋଦି ଆହୁରି କହିଛନ୍ତି ଅଯୋଧ୍ୟା ନଗରି ଦୀପ ଆଲୋକରେ ଆଲୋକିତ ହେଉଥିବା ବେଳେ ସାରା ଦେଶ ବି ସେହି ଦିନ ଦୀପରେ ସଜେଇ ହେଉ । ଏହା ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଏହି ଉତ୍ସବ ସାରା ଦେଶରେ ଏକ ସକରାତ୍ମକ ମାହୋଲ ସୃଷ୍ଟି କରିବ । ଶାନ୍ତି ଓ ମୈତ୍ରୀ ପାଇଁ ଏହି ଜାନୁଆରୀ ୨୨ରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ଖାଲି ସେତିକି ନୁହେଁ, ମୋଦି ଆହୁରି କହିଛନ୍ତି ଏଭଳି ଐତିହାସିକ ମୂହୁର୍ତ୍ତ ରେ ଦୀପ ଜାଳି ଆମେ ଦେଶ ପାଇଁ କିଛି ଭଲ ପ୍ରତିଜ୍ଞା କରିବା ଆଉ ନିଜ ଭିତରେ ଆତ୍ମବିଶ୍ୱାସର ଶକ୍ତିକୁ ବୃଦ୍ଧି କରିବା । ତେଣୁ ଦେଶର ୧୪୦ କୋଟି ଜନତା ନିଜ ଘରେ ରାମଙ୍କ ପାଇଁ ଜାନୁଆରୀ ୨୨ ତାରିଖରେ ଦୀପ ଜାଳନ୍ତୁ । ସେପଟେ ଶନିବାର ନବକଳେବର ହୋଇଥିବା ଅଯୋଧ୍ୟା ଧାମ ଷ୍ଟେସନର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୪୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟା ଧାମ ଷ୍ଟେସନର ଆଧୁନିକୀକରଣ କରାଯାଇଛି । ଏହି ଅତ୍ୟାଧୁନିକ ଷ୍ଟେସନରେ ଯାତ୍ରୀଙ୍କୁ ଅନେକ ସୁବିଧା ମିଳିପାରିବ। ଷ୍ଟେସନରେ ଯାତ୍ରୀଙ୍କ ସୁବିଧା ପାଇଁ ଲିଫ୍ଟ ଏସକେଲେଟର, ଫୁଡ୍ ପ୍ଲାଜା, ପୂଜା ସାମଗ୍ରୀ ଦୋକାନ, ଯାତ୍ରୀ ଜିନିଷ ରଖିବା ସ୍ଥାନ, ଶିଶୁ ଯତ୍ନ ଗୃହ ଓ ପ୍ରତୀକ୍ଷାଳୟ ରହିଛି । ଷ୍ଟେସନ ଲୋକାର୍ପଣ ଉତ୍ସବରେ ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ୍ ପଟେଲ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଉପସ୍ଥିତ ଥିଲେ ।ଏହି ଅବସରରେ ପ୍ରଧାନମନ୍ତ୍ରୀ ୨ଟି ଅମୃତ ଭାରତ ଟ୍ରେନ୍ ଓ ୬ଟି ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିଥିଲେ । ଅମୃତ ଭାରତ ଟ୍ରେନ୍ ହେଉଛି ଦେଶର ଏକ ନୂତନ ଧରଣର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ୍ । ଯେଉଁଥିରେ ଏକ ଅଣ-ଶୀତତାପ ନିୟନ୍ତ୍ରିତ କୋଚ୍ ସହିତ LHB କୋଚ ଦ୍ୱାରା ଚଳାଚଳ କରିବ ।ଏହା ଏକ ପୁସ୍ ପୁଲ ଟ୍ରେନ୍ ଭାବେ ଉଭୟ ପାର୍ଶ୍ୱରେ ଇଂଜିନ ସହିତ ଚଳାଚଳ କରିବ । ଟ୍ରେନରେ ଯାତ୍ରୀଙ୍କ ପାଇଁ ସୁନ୍ଦର ତଥା ଆକର୍ଷଣୀୟ ଡିଜାଇନ୍ ସିଟ୍, ଉନ୍ନତ ଲଗେଜ୍ ର୍ୟାକ୍, ଉପଯୁକ୍ତ ମୋବାଇଲ୍ ଧାରକ ସହିତ ମୋବାଇଲ୍ ଚାର୍ଜିଂ ପଏଣ୍ଟ, ଏଲଇଡି ଲାଇଟ୍, ସିସିଟିଭି, ସର୍ବସାଧାରଣ ସୂଚନା ବ୍ୟବସ୍ଥା ଭଳି ଉନ୍ନତ ସୁବିଧା ରହିଛି ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129