ବ୍ୟାସନଗର ସ୍ବୟଂ ସାଶିତ ମହାବିଦ୍ୟାଳୟ ଠାରେ ନିଯୁକ୍ତି ମେଳା

ଯାଜପୁର ରୋଡ଼;୦୪/୦୧(ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ସ୍ବୟଂ ସାଶିତ ମହାବିଦ୍ୟାଳୟ ଠାରେ ଜିଲ୍ଲା ପ୍ରଶାସନ, ଯାଜପୁର ଏବଂ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ, ଯାଜପୁରର ମିଳିତ ସ‌ହ‌ଯୋଗରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି  । ଏହି ନିଯୁକ୍ତି ମେଳାକୁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବସ୍ତୀ ପ୍ରତ୍ୟକ୍ଷ ଭାବେ ପରିଚାଳନା କରିଥିଲେ । ଏହି ନିଯୁକ୍ତି ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୩୦ଗୋଟି ପ୍ରତିଷ୍ଠିତ ବେସରକାରୀ ସଂସ୍କାର ନିଯୁକ୍ତି ଦାତାମାନେ ଅଂଶ ଗ୍ରହଣ କରି ସମୁଦାୟ ୩୯୧ ଜଣ ପ୍ରାର୍ଥୀ ଓ ପ୍ରାର୍ଥନୀଙ୍କୁ ନିଯୁକ୍ତି ପାଇଁ ପ୍ରତ୍ୟକ୍ଷ ଭାବେ ଚୟନ କରିଛନ୍ତି । ଏହି ନିଯୁକ୍ତି ମେଳାରେ ୫୬୦ ଜଣ ନିଯୁକ୍ତି ଆଶାୟୀ ଯୁବକ ଓ ଯୁବତୀ ପଞ୍ଜିକୃତ ହୋଇଥିବା ବେଳେ ୧୬୯ ଜଣ ପ୍ରାର୍ଥୀ ଓ ପ୍ରାର୍ଥନୀ ନିଯୁକ୍ତି ଭିତିକ ସ୍ବଳ୍ପ ଅବଧୂର ଦକ୍ଷତା ବିକାଶ ତାଲିମ ନିମନ୍ତେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ଦ୍ବାରା ମନୋନିତ ହୋଇଛନ୍ତି । ଏହି ନିଯୁକ୍ତି ମେଳାରେ ୧୮ ବର୍ଷ ବୟସରୁ ୩୫ବର୍ଷ ବୟସ ମଧ୍ୟରେ ଏବଂ ଶିକ୍ଷକତା ଯୋଗ୍ୟତା ୫ମ ଶ୍ରେଣୀ ପାସ୍‌ ଠାରୁ ସ୍ନାତକ ଏବଂ ଆଇ.ଟି.ଆଇ ଓ ଡିପ୍ଲୋମା ପାସ୍‌ ପ୍ରାର୍ଥୀ ଓ ପ୍ରାର୍ଥନୀମାନେ ଯୋଗଦାନ କରି ପ୍ରତ୍ୟକ୍ଷ ନିଯୁକ୍ତି ଓ ଦକ୍ଷତା ବିକାଶ ତାଲିମ ନିମନ୍ତେ ସୁଯୋଗ ପାଇଛନ୍ତି ।ଉକ୍ତ ନିଯୁକ୍ତି ମେଳାରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନଳିନୀପ୍ରଭା ଜେନା ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକୃଷ୍ଣ ଜେନା, କୋରେଇ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ଦଳାଇ, ବ୍ୟାସନଗର ପୌରପାଳିକାର ଅଧ୍ୟକ୍ଷା ସଙ୍ଗିତା ପିଙ୍ଗୁଆ ଏବଂ ବ୍ୟାସନଗର ସ୍ଵୟଂ ସାଶିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲିପ କୁମାର ମହାନ୍ତି ପ୍ରମୁଖ ସମ୍ମାନୀୟ  ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ନିଯୁକ୍ତି ମେଳାରେ ଅଗ୍ନିଶମ ବିଭାଗର କର୍ମଚାରୀ, ହସ୍ପିଟାଲ କର୍ମଚାରୀ ଓ ଆମ୍ବୁଲାନ୍ସ ଏବଂ ଆଇନ୍‌ ଶୃଙ୍ଖଳା ପାଇଁ ପୋଲିସ କର୍ମଚାରୀମାନେ ସହଯୋଗ କରିଥିଲେ ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129