ଏକ ଦିବସୀୟ ପାରମ୍ପରିକ ଲୋକକଳା ପ୍ରୟୋଗ ଆଇ.ଇ.ସି. କର୍ମଶାଳା ଅନୁଷ୍ଠିତ

 

ଯାଜପୁର;୧୧/୦୧(ବ୍ୟୁରୋ): ଗୁରୁବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ପାରମ୍ପରିକ ଲୋକକଳାର ପ୍ରୟୋଗ ଜନିତ ଜିଲ୍ଲା ସ୍ତରୀୟ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଚ୍ଥି । ଜିଲ୍ଳ୍‌ା ସଂସ୍କୃତି ପରିଷଦ, ଯାଜପୁର ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଓ ଜିଲ୍ଳା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାକୁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିବା ସହ ପାରମ୍ପରିକ ଲୋକକଳା ଆମ ଶରୀର ଓ ଜୀବନର ଚଳଣି ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି ଉଥାପନ କରି ପାରମ୍ପରିକ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କର ଲୋକାଭିମୁଖୀ ଯୋଜନା ଗୁଡିକର ପ୍ରଚାର, ପ୍ରସାର କରିବାରେ କଳାକାର ମାନଙ୍କର ଭୂମିକା ଏବଂ ମାର୍ଗ ଦର୍ଶନ ଅତ୍ୟନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ ।ଏହି ପରିପ୍ରେକ୍ଷୀରେ ଶ୍ରୀ ବେହୁରିଆ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକୁ କଳାକାରମାନେ ନିଜର ନିପୁଣ କଳାକାର ଅଭିନୟରେ ଲୋକ ମାନଙ୍କ ନିକଟରେ ପହଞ୍ଚାଇ ସେମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଇ ବହୁତ ପାଂଇଦା ଦେବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଳ୍‌ା ସଂସ୍କୃତି ପରିଷଦ ସଦସ୍ୟା ଆବାହିକା ସୁଶ୍ରୀ ସୋନାଲି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବେ ଶ୍ରୀ ପ୍ରପୁଂଲ ସାମନ୍ତରାୟ, ଅବସର ପ୍ରାପ୍ତ ସହକାରୀ ନିର୍ଦ୍ଦେଶକ, ଆଇ.ଇ.ସି. କାର୍ଯ୍ୟକ୍ରମ ସଂଯୋଜକ, ମଞ୍ଚକଳା, ଶ୍ରୀ ହଳଧର ନାୟକ, ସ୍ୱତନ୍ତ୍ର ଅଧିକାରୀ, ଓଡିଆ ଭାଷା, ସାହିତ୍ୟ ଓ ସସ୍କୃତି ବିଭାଗ ଯୋଗ ଦେଇ ଯାଜପୁର ଐତିହ୍ୟ ଓ ସଂସ୍କୃତି ସମ୍ୱନ୍ଧରେ ଗୁରୁତ୍ୱାରୋପ କରିବା ସହ ଯାଜପୁରର ପାରମ୍ପରିକ ଲୋକକଳା ମାଧ୍ୟମରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଗ୍ରଣୀ ମୂଳକ ଯୋଜନା ତୃଣମୂଳ ସ୍ତର ଠାରୁ ଆରମ୍ଭ କରି ଜିଲ୍ଳା ସଦର ମହକୁମା ପର୍ଯ୍ୟନ୍ତ ମିଶନ ମୋଡରେ ପ୍ରଚାର, ପ୍ରସାର କରି ଲୋକକଳାକୁ ବଞ୍ଚାଇ ରଖିବା ଏବଂ କଳାକାର ମାନଙ୍କ ଜୀବନ ଜିବୀକାକୁ ସୁଗମ କରିବା ପାଇଁ ରାଜ୍ୟ ସରକାରଙ୍କର ଯେଉଁ ଅଭିନବ ଯୋଜନା ସପଂଳ ରୂପାୟନରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ବିଷୟ ବିଷାରଦ ତଥା ସଂସାଧକ ଭାବେ ବ୍ଳ୍‌କ କଳା ସଂସ୍କୃତି ସଂଘ ଊପ-ସଭାପତି ଶ୍ରୀ ତରଣୀସେନ୍ ରାଉତ, ଜିଲ୍ଲା କଳା ସଂସ୍କୃତି ସଂଘ ଉପ-ସଭାପତି ଶ୍ରୀ ମୋହନ ଚରଣ ମଲି୍ଳକ, ଅଗ୍ରଣୀ ବ୍ୟାଙ୍କ କାର୍ଯ୍ୟାଳୟର ଆର୍ଥିକ ସାକ୍ଷରତା ପାରିଷଦ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, ଆଞ୍ଚଳିକ ପରିବହକ କାର୍ଯ୍ୟାଳୟ, ଯାଜପୁରର କନିଷ୍ଠ ମୋଟର ଯାନ ନିରୀକ୍ଷକ ଶ୍ରୀ ପ୍ରଦୀପ୍ତ ବେହେରା ଏବଂ ସର୍ବୋପରି ଜିଲ୍ଳ୍‌ା ସଂସ୍କୃତି ଅଧିକାରୀ ସୁଶ୍ରୀ ସୋନାଲି ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କ ଯୋଜନା ମୋ ବ୍ୟାଙ୍କ, ଲକ୍ଷ୍ମୀ ବସ୍‌, ଆମ ଐତିହ୍ୟ ନବୀନ ଓଡିଶା ଆଦି ବିଭିନ୍ନ ଯୋଜନାର ଶିକ୍ଷା, ସୂଚନା ଓ ଯୋଗାଯୋଗ ପାରମ୍ପରିକ ଲୋକକଳା ମାଧ୍ୟମରେ କିଭଳି ଜନସାଧାରଣ ମାନଙ୍କୁ ସଚେତନ କରାଯାଇପାରିବ ସେ ସମ୍ୱନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବ୍ଳକ କଳା ସଂସ୍କୃତି ସଂଘର ଉପ-ସଭାପତି, କଳାକାର ଅନୁଷ୍ଠାନର ଗୁରୁ ଏବଂ ସରକାରୀ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129