କାନପୁର ଗ୍ରାମରେ ସାର୍ବଜାନୀନ ସପ୍ତମର୍ବାର୍ଷିକ ଦୁର୍ଗାପୁଜା ମହାସମାରୋହରେ ଅନୁଷ୍ଠିତ

କାନପୁର; ୧୪/୧୦(ବ୍ୟୁରୋ) : କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ କାନପୁର ଗ୍ରାମ କହ୍ନେଶ୍ୱର ମନ୍ଦିରରେ ନିକଟରେ ସାର୍ବଜାନୀନ ସପ୍ତମର୍ବାର୍ଷିକ ଦୁର୍ଗାପୁଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମାଙ୍କର ଅଷ୍ଟମୀ ,ନବମୀ,ଦଶମୀ ପୂଜା ଯଥାବିଧି ଅନୁସାରେ ସମାପନ ହୋଇଛି। ଅଷ୍ଟମୀର ଏହି ପୁଣ୍ୟ ତିଥିରେ ଶତାଧିକ ଭକ୍ତ ମେଳରେ ଘଣ୍ଟ କର ତାଳିରେ କମ୍ପିଉଠିଥିଲା ଗ୍ରାମାଞ୍ଚଳ। ମହାଷ୍ଟମୀରେ ବହୁ ସଂଖ୍ୟାରେ ମହିଳା ମାନେ ବ୍ରତପୂଜା କରୁଥିବାରୁ ଶୁକ୍ରବାର ମଣ୍ଡପରେ ମହିଳା ଓ ଯୁବତୀ ମାନଙ୍କ ଶୃଙ୍ଖଳିତ ପୂଜା ଓ ଦର୍ଶନ ପାଇଁ ସୂତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷିତ ଏବଂ ସୃଙ୍ଖଳିତ ଦର୍ଶନ ଲାଗି ଦୁର୍ଗାପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। କମିଟିର କର୍ମକର୍ତା ଓ ସଭ୍ୟମାନେ ମା’ଙ୍କ ପୂଜାକୁ ଠିକ୍ ଭାବେ ସଂପାଦନ କରିଥିଲେ।
ମାଙ୍କ ଆଶିର୍ବାଦ ପାଇଁ ଦୂର ଦୁରାନ୍ତର ଗ୍ରାମରୁ ଛୁଟି ଆସିଥିଲେ ଭକ୍ତ। ଅତି ଆନନ୍ଦ ଉତ୍ସାହ ସହ ଜନ ଗହଳିରେ ପୁରି ଉଠିଥିଲା ମାଙ୍କ ପୂଜା ମଣ୍ଡପ। ସମସ୍ତଙ୍କ ମୁଖରେ ଭକ୍ତିପୂର୍ଣ୍ଣ ବାତାବରଣ ଖେଳିଯାଇଥିଲା। ଉକ୍ତ ପୂଜା ରେ କର୍ତ୍ତା ଭାବେ ଶ୍ରୀ ବିଜୟ କୁମାର ଜେନା ଓ ତାଙ୍କ ପତ୍ନୀ କେତେକୀ ଭୂୟାଁ ମୁଖ୍ୟ କଳସ ଆଣି ଥିଲେ। ପୂଜାକାନ୍ତିରେ କମିଟିର ସଭାପତି ଶ୍ରୀ ନିଳମଣୀ ଧଳ, ସମ୍ପାଦକ ଶ୍ରୀ ବିଜୟ କୁମାର ଜେନା,ସଭ୍ଯ ଦେବାଶିଷ ରାଉତ(ମାନୁଆ) ଗୌରାଙ୍ଗ ଚରଣ ରାଉତ,ଶତୃଘନ ରାଉତ,ଗୌରାଙ୍ଗ ଚରଣ ବାରିକ,ରତିକାନ୍ତ ରାଉତ,ବସନ୍ତ ଧଳ ,ଶତୃଘନ ମହାରଣା,ବସନ୍ତ ମହାରଣା,ନିରଞ୍ଜନ ଜେନା,ଗଣେଷ ଚନ୍ଦ୍ର ଜେନା,ପ୍ରଫୁଲ୍ଲ କୁମାର ଜେନା,ଅମର କୁମାର ଜେନା,ଚୈତନ୍ଯ ମହାପାତ୍ର,ଉତ୍ତମ ବେହେରା,ଉପେନ୍ଦ୍ର ବେହେରା,ବିଜୟ କୁମାର ଧଳ,ଧର୍ମପଦ ବେହେରା,ପୁର୍ଣଚନ୍ଦ୍ର ଜେନା,ଅଭିରାମ ରାଉତ,ସାମ୍ବାଦିକ ତଥା ମାନବାଧିକାର କର୍ମୀ ବିଶ୍ୱରଞ୍ଜନ ପାଣିଗ୍ରାହୀ ପ୍ରମୂଖ ମାଙ୍କ ଦର୍ଶନଲାଭ ନିମନ୍ତେ ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳନା ଦାୟିତ୍ୱ ନିଭାଇଥିଲେ। ପୂଜକ ଶ୍ରୀ ଭକ୍ତ ଚରଣ ଶତପଥୀ ,ସୁବାସ ଚନ୍ଦ୍ର ଦାସ, ଓ ନାରାୟଣ ଚନ୍ଦ୍ର ସଢଙ୍ଗି ପୂଜାକାର୍ଯ୍ଯ ସୁଚାରୁରୂପେ ତୁଲାଇଥିଲେ। ପୂଜାକାନ୍ତି ରେ କମିଟିର ସମସ୍ତ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129