୧୩ ଜାନୁଆରୀ ହାତ ମୁଠାରେ ମୁଖ୍ୟ ଖବର

୧.ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି । ସେନାରେ ସାମିଲ ହେବ ଅତ୍ୟାଧୁନିକ ମିସାଇଲ।
୨.ଦେଶର ଦୀର୍ଘତମ ସମୁଦ୍ର ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ମୁମ୍ବାଇ-ନଭି ମୁମ୍ବାଇକୁ ଯୋଡିବ ୨୨ କିଲୋମିଟର ଅଟଳ ସେତୁ।
୩.ଓଡ଼ିଶାରେ ବଲିଉଡ୍ ଅଭିନେତା ନବାଜୁଦ୍ଦିନ୍ ସିଦ୍ଦିକି : ହସ୍ତଶିଳ୍ପ, ହସ୍ତତନ୍ତ ଓ କଳା କାରୁକାର୍ଯ୍ୟର କଲେ ପ୍ରଶଂସା।
୪. ବଡ଼ ଓ ସ୍ପଷ୍ଟ ଅକ୍ଷରରେ ଲେଖିବେ ଡାକ୍ତର: ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶନାମା ଜାରି।ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତରଙ୍କୁ ନିର୍ଦ୍ଦେଶ।
୫.ଆସନ୍ତା ୧୯ରେ ହେବ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଟି ଟେଷ୍ଟ ପରୀକ୍ଷା। ମୋଟ୍ ୪୭ହଜାର ୭୮୪ ପରୀକ୍ଷାର୍ଥୀ ଦେବେ ଏହି ପରୀକ୍ଷା।
୬.ପୁରୀ: ପରିକ୍ରମା ମାର୍ଗ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଆଚାର୍ଯ୍ୟବରଣ ଓ ଅଙ୍କୁରାରୋପଣ ଅନୁଷ୍ଠିତ।
୭.କୃଷି ୠଣ ଆବେଦନ ପାଇଁ ସଫଲ ପୋର୍ଟାଲ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,୭ ଦିନରେ ଚାଷୀଙ୍କୁ ମିଳିବ ୠଣ।
୮.ଭୁବନେଶ୍ୱର:ଆଜିଠୁ ବଢ଼ିବ ଶୀତ,୧୫ ଯାଏଁ ଘନ କୁହୁଡି ସମ୍ଭାବନା।
୯.ବ୍ରହ୍ମପୁର:ତ୍ରିକୋଣୀୟ ପ୍ରେମରୁ ବିଷ୍ଣୁଗୌଡ଼ଙ୍କ ହତ୍ୟା ମାମଲାର ଚୂଡାନ୍ତ ରାୟ, ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ ଜେଲ୍ ଦଣ୍ଡ।
୧୦.ଏବର୍ଷ ହୀରାକୁଦକୁ ଆସିଛନ୍ତି ୧୧୩ ପ୍ରଜାତିର ୩ ଲକ୍ଷ ୪୨ ହଜାର ପକ୍ଷୀ, ଗତବର୍ଷ ଅପେକ୍ଷା ବଢିଛି ପ୍ରଜାତି ଓ ସଂଖ୍ୟା।
୧୧.ମନ୍ମଥ ହେବେ ଜଟଣୀ ବିଧାୟକ ପ୍ରାର୍ଥୀ, ଘୋଷଣା କଲେ ସୁର ରାଉତରାୟ।
୧୨.ଚାରିଆଡ଼େ କୁଢ଼ କୁଢ଼ ଅଳିଆ, ସ୍ୱଚ୍ଛତା ତାଲିକାରେ ତଳକୁ ଖସିଲା ଷ୍ଟିଲ ସିଟି।ଚଳିତ ବର୍ଷ ବହୁ ତଳକୁ ଖସି ୧୧୯ ନମ୍ବରରେ ପହଞ୍ଚିଛି ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129