ବ୍ୟାସନଗର ପବ୍ଲିକ୍ ସ୍କୁଲର ୧୨ତମ ଦୁଇଦିନିଆ ବାର୍ଷିକ ଉତ୍ସବ (ଆରୋହଣ – ୧୨) ରେ ଝୁମିଲେ ଦର୍ଶକ

ବ୍ୟାସନଗର;୧୯/୦୧(ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳ ହାଉସିଂ ବୋର୍ଡସ୍ଥିତ ବ୍ୟାସନଗର ପବ୍ଲିକ୍ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ (ଆରୋହଣ – ୧୨) ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନିଆ ବାର୍ଷିକ ଉତ୍ସବର ପ୍ରଥମ ଦିନରେ ଅତିଥି ବିଶେଷ ଗଣଙ୍କ ମଧ୍ୟରେ ଡଃ. ପ୍ରିୟଦର୍ଶିନୀ ନାୟକ ଚେୟାରମ୍ୟାନ୍‌ ଇଷ୍ଟର୍ଣ୍ଣ ସହୋଦୟ ଓଡିଶା , ଶ୍ରୀଯୁକ୍ତ ଅମିତାଭ ମହାପାତ୍ର, ଏସିପି ଜୋନ୍-୨ କଟକ, ଡଃ. ରଶ୍ମି ରଞ୍ଜନ ପଶାୟତ ମୋ ସ୍ବାସ୍ଥ୍ୟ ସେବା ଅଧିକାରୀ ବଡଚଣା, ଶ୍ରୀମତୀ ସବିତା ରାଉତ୍ ସଭାପତି ବିଜୁ ମହିଳା ଦଳ ଯାଜପୁର, ସିନିଅର ଆଡଦ୍ଭୋକେଟ ଚନ୍ଦ୍ର ଶେଖର ପଣ୍ଡା,  ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ଭାରତ ଭୂଷଣ ଦେଓ ଓ ପରିଚାଳନା ନିର୍ଦେଶକ ତଥା ଅଧ୍ଯକ୍ଷା ଡଃ. ଦେବସ୍ମିତା ସାହୁ ପ୍ରମୁଖ ପ୍ରଥମେ ପ୍ରଭୁ ଜଗନ୍ନାଥ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଠିକ୍ ସେହିପରି ଦ୍ଵିତୀୟ ଦିନରେ ଓଡିଶାର ଚର୍ଚ୍ଚିତ ଚେହେରା ତଥା ସିନେତାରକା ପୂର୍ବତନ ବିଧାୟକ କୋରେଇ ଓ ମୋ କଲେଜର ସଭାପତି ଶ୍ରୀଯୁକ୍ତ ଆକାଶ ଦାସ ନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ କୋରେଇ ଶ୍ରୀଯୁକ୍ତ ସୁଦର୍ଶନ ମଲ୍ଲିକ, କଳିଙ୍ଗ ନଗର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ତୋଷ ମିଶ୍ର, ଚେୟାରମ୍ୟାନ୍ ବ୍ୟାସନଗର ମ୍ୟୁନିସିପାଲିଟି ଶ୍ରୀମତୀ ସଙ୍ଗୀତା ପିଙ୍ଗୁଆଙ୍କ ସମେତ ସ୍ଥାନୀୟ ଅଞ୍ଚଳ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରେସ ମିଡିଆର ସାମ୍ବାଦିକ ଗଣ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଡଃ. ଦେବସ୍ମିତା ସାହୁ ସ୍ବାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଶ୍ରୀଯୁକ୍ତ ଭାରତ ଭୂଷଣ ଦେଓ ବିଦ୍ୟାଳୟ ର ସମୃଦ୍ଧି ଓ ବିକାଶ ପାଇଁ ସମସ୍ତ ଶ୍ରେୟ ଅଭିଭାବକ, ଛାତ୍ର-ଛାତ୍ରୀ ଓ ଶିକ୍ଷକ –ଶିକ୍ଷିକା ମାନଙ୍କୁ ପ୍ରଦାନ କରିଥିଲେ । ଭି. ପି. ଏସ୍ କେବଳ ଯାଜପୁର ଜିଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନୁହେଁ ବରଂ “ପ୍ରକୃତରେ ଏକ ମଣିଷ ଗଢା କାରଖାନା” । ପିଲାମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ପରିସ୍ଫୁଟନ ନିମନ୍ତେ ଏକ ଉପଯୁକ୍ତ ମଞ୍ଚ ବୋଲି ଉଦ୍ ଘାଟକ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଭି. ପି. ଏସ୍ ର ଶିକ୍ଷା ଛାତ୍ର-ଛାତ୍ରୀ ମାନଙ୍କ ଜୀବନକୁ ଶୃଙ୍ଖଳିତ କରିପାରିଛି ବୋଲି ମତ ବ୍ୟକ୍ତ କରିଥିଲେ । ଶିକ୍ଷା ମାଧ୍ୟମରେ ଛାତ୍ର-ଛାତ୍ରୀ ଦେଶର ଏକତା, ଅଖଣ୍ଡତା ଓ ନିରାପତ୍ତା କୁ ବଜାୟ ରଖୁବା ସହିତ ଧର୍ମ, ଭାଷା, ସଂସ୍କୃତି, ପରମ୍ପରା ଓ ବିବିଧତା ମଧ୍ୟରେ ମାନବ ଜୀବନର ଶୃଙ୍ଖଳ ପ୍ରାକରଣ, ଏବଂ ପ୍ରଭୁତା, ସ୍ଥିରତା ଓ ଅନ୍ତ ର୍ନିହିତ ଶକ୍ତିକୁ ପୁନଃରୁଥାନ୍ କରିବାର ସନ୍ଦେଶ ମୁଖ୍ୟ-ବକ୍ତା ମାନେ ପ୍ରଦାନ କରିଥିଲେ । ଭି. ପି. ଏସ୍ ଚିରାଚରିତ ଭାବେ ତା’ର ଭିନ୍ନ‌ତା ଓ ଆଦର୍ଶ ପାଇଁ ପ୍ରସିଦ୍ଧ ଓ ଅନନ୍ୟ, କାରଣ ମା’ ବାଗ୍‌ ଦେବୀ ସରସ୍ବତୀ ଓ ବିଘ୍ନ ବିନାଶକ ଗଜାନନଙ୍କ ଅପୂର୍ବ ସମ୍ମନ୍ୱୟ ର ଏକ ସାରସ୍ବତ ଭଣ୍ଡାର ବୋଲି ଛାତ୍ର-ଛାତ୍ରୀ ମାନଙ୍କୁ ସମ୍ବୋସ୍ତ କରି ମୁଖ୍ୟ – ଅତିଥ୍ ମାନେ ନିଜ ନିଜ ଅଭିଭାଷଣ ରେ ମତ ରଖିଥିଲେ । ଏହାର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଡଃ କଳ୍ପତରୁ ସାହୁ ଜଣେ କର୍ମନିଷ୍ଠ, ସତ୍ୟବାଦୀ ଓ ଆଦର୍ଶ ବାଦର ଏକ କମନୀୟ ପ୍ରତୀକ ଓ ତାଙ୍କ ଆବର୍ତ୍ତମାନ ପରେ ପରେ ଡଃ. ଦେବସ୍ମିତା ସାହୁ ଙ୍କ ଆପ୍ରାଣ ଉଦ୍ୟମ, ଚେଷ୍ଟା ଓ ସାଧନା ବଳରେ ବହୁ ଘାତ ପ୍ରତିଘାତ ଅତିକ୍ରମ କରି ସମୟର ସ୍ରୋତରେ ଆଜି ଏହି ଶିକ୍ଷାନୁଷ୍ଠାନ ସମଗ୍ର ରାଜ୍ୟରେ ସୃଷ୍ଟି କରିପାରିଛି ଏକ ଗୌରବମୟ ଦିଗ୍ ଦର୍ଶନ । ଯାହାର ଉଦାହରଣ ରେ ଏହାର ଏକାଧିକ ଛାତ୍ର-ଛାତ୍ରୀ ରାଜ୍ୟ, ଜାତୀୟ, ଓ ଆନ୍ତର୍ଜାତୀୟ ସ୍ତରୀୟ ବହୁ ବିଭାଗରେ ହାସଲ କରିଛନ୍ତି ଅନେକ କୃତିତ୍ୱ । ଶେଷ ଦିନରେ ବିଦ୍ୟାଳୟ ତରଫରୁ ବହୁ ପୁରାତନ କର୍ମଚାରୀ ମାନଙ୍କୁ ମାନପ‌ତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ବିଦ୍ୟାଳୟ ପ୍ରତିଯୋଗିତାରେ ବିଭିନ୍ନ ଶୈକ୍ଷିକ ଓ ଅଣଶୈକ୍ଷିକ ବିଜେତା ମାନଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇ ପୁରଷ୍କାର ବିତରଣ କରଯାଇଥିଲା । ଉଭୟ ସନ୍ଧ୍ୟାରେ ଛାତ୍ର-ଛାତ୍ରୀ ମାନଙ୍କ ଦ୍ବାରା ବନ୍ଦେ ଭାରତ କୁ ପାଥେୟ କରି ପ୍ରସ୍ତୁତ ହୋଇଥିଲା ଉଚ୍ଚ କୋଟୀର ସଂସ୍କୃତିକ କାର୍ଯ୍ୟକ୍ରମ । ବିଦ୍ୟା ବିଷୟକ ନିର୍ଦେଶକ ଡଃ ବୈରାଗୀ ଚରଣ ଦ୍ବିବେଦୀ ବାର୍ଷିକ ବିବରଣୀ ପାଠ କରିବା ସହିତ ସମସ୍ତଙ୍କ ସଦୟ ସହ‌ଯୋଗ ପାଇଁ କୃତଜ୍ଞତା ଅର୍ପଣ କରିଥିଲେ । ଏହି ସୁବର୍ଣ୍ଣ ଦିନଟିକୁ ଅପୂର୍ବ ସଫଳ କରିବାରେ ସମସ୍ତ ଶିକ୍ଷକ – ଶିକ୍ଷୟିତ୍ରୀ ମାନଙ୍କ ର ବିଶେଷ ସହଯୋଗ ରହିଥିଲା । ସମସ୍ତଙ୍କୁ ଶ୍ରେୟ ପ୍ରଦାନ କରି ପ୍ରଥମ ସନ୍ଧ୍ୟାରେ ଉପାଧ୍ୟକ୍ଷ ନାରାୟଣ ଚନ୍ଦ୍ର ରାଉଳ ଓ ଦ୍ଵିତୀୟ ସନ୍ଧ୍ୟାରେ ଉପାଧ୍ୟକ୍ଷ ଗଜେନ୍ଦ୍ର କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।ଶ୍ରୀମତୀ ହରପ୍ରିୟା କର ମଞ୍ଚ ପରିଚାଳନା ଦାଇତ୍ୱ ନିଭାଇଥିଲେ। ଏହି ମଞ୍ଚରେ ହରପ୍ରିୟା କର ,ତୃପ୍ତି ରାଣୀ ଚକ୍ର, ଜ୍ୟୋତିର୍ମୟୀ ଧିର, ମହେଶ୍ଵରୀ ବେହେରା, ନାରାୟଣ ଚନ୍ଦ୍ର ରାଉଳ ,ଜୟଶ୍ରୀ ରଥ,ପ୍ରଶାନ୍ତି ଦେଓ ,ବବିତା ଛାବ୍ରା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷା ଡଃ. ଦେବସ୍ମିତା ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଛାତ୍ରଛାତ୍ରୀଙ୍କର୍ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129