ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ଦିନ ରଙ୍ଗଭୂମି ଯାଜପୁର ତରଫରୁ ପ୍ରଯୋଜିତ ନାଟକ “ସମର୍ପଣ” ପରିବେଷିତ

ଯାଜପୁର;୨୧/୦୧(ବ୍ୟୁରୋ) : ଜାନୁୟାରୀ ୧୭ ତାରିଖରେ ଶ୍ରୀକ୍ଷେତ୍ର ଧାମରେ ଅନନ୍ୟ ଐତିହାସିକ କାର୍ଯ୍ୟକ୍ରମ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ସମସ୍ତ ଜିଲ୍ଲା ସଂସ୍କତି ପରିଷଦର ମିଳିତ ଆନୁକୁଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀ ଦ୍ବାରା ଆୟୋଜିତ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଭାବି ଉଦ୍ଘାଟନ ଉପଲକ୍ଷେ ଶ୍ରୀ ଜଗନ୍ନାଥ ସଂସ୍କୃତି କୁ ଆଧାର କରି ରଙ୍ଗଭୂମି ଯାଜପୁର ତରଫରୁ ପ୍ରଯୋଜିତ ନାଟକ “ସମର୍ପଣ” ଯାଜପୁର ଟାଉନ୍ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି ।ଭାବରୁ ଜାତ ଭକ୍ତି,ତେଣୁ ଭକ୍ତିର ଆଧାର ପ୍ରେମ,ଆଉ ପ୍ରେମର ପରିପୂର୍ଣତା କେବଳ ସମର୍ପଣ ରେ ହିଁ ରହିଥାଏ। ପଣ୍ଡିତ ରାଧାରମଣ ଦାସଙ୍କ ଏହି ରଚନାରେ ତଥା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାମଲ (ମଣ୍ଟୁ) ଙ୍କ ନିର୍ଦ୍ଦେଶନା କ୍ରମେ ଏକ ଭାବ ଭକ୍ତିର ନାଟକ ପରିବେଷିତ ହୋଇଯାଇଛି। ଜଗନ୍ନାଥ ସଂସ୍କୃତିରେ ସମର୍ପଣ ଅଧ୍ୟାୟକୁ ନାଟ୍ୟାଭିନୟରେ ଦେଖିବା ପାଇଁ ନାଟ୍ୟପ୍ରେମୀ ମାନଙ୍କ ଉତ୍ସାହ ଉପରେ ଆଲୋକପାତ କରାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି,କଳାକାର,ଦର୍ଶକ ଏହି ନାଟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ । ୧୫ ଜଣ କଳାକାରଙ୍କୁ ନେଇ ଉଚ୍ଚ କୋଟୀର ନାଟକ ପରିବେଷଣକୁ ସମସ୍ତେ ପ୍ରଶଂସା କରିଥିଲେ । ସମସ୍ତ କଳାକାର ମାନଙ୍କ ଦ୍ୱାରା ପରିବେଷିତ କଳାର ପ୍ରଶଂସା କରି ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129