ଡ. ହୁସେନ ରବିଗାନ୍ଧୀଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ପାଳିତ

ଯାଜପୁର / ବ୍ୟାସନଗର/ କୋରେଇ ;୨୮/୦୧(ବ୍ୟୁରୋ): ଯାଜପୁର ଜିଲ୍ଲା କୋରେଇ ବ୍ଲକସ୍ଥିତ ହଳଦିଗଡିଆ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବର୍ଷିୟାନ ସାହିତ୍ୟକ ଓଡିଶା ସାହିତ୍ୟ ଏକାଡେମୀର ପୁର୍ବତନ ସଭାପତି ଡ. ହୁସେନ ରବିଗାନ୍ଧୀଙ୍କର ପ୍ରଥମ ଶ୍ରାଦ୍ଧ ଉତ୍ସବ ଓ ଆଲୋଚନା ଚକ୍ର କବିଙ୍କ ଜନ୍ମମାଟି ହଳଦିଗଡିଆ ଗ୍ରାମପଞ୍ଚାୟତ ଠାରେ ସ୍ମୃତିଲିପି ସାହିତ୍ୟ ପତ୍ରିକାର ମିଳିତ ଉଦ୍ୟମରେ ପଞ୍ଚାୟତର ସରପଞ୍ଚ ଅନିଲ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ଉଦଘାଟକ ରୁପେ କୋରେଇମଣ୍ଡଳ ସାହିତ୍ୟସଂସଦର ସଂପାଦକ ଡ. ସୁର୍ଯ୍ୟମଣୀ ଖୁଣ୍ଟିଆ,ମୁଖ୍ୟଅତିଥି ଭାବେ ବରିଷ୍ଠ ଶିଶୁ ସାହିତ୍ୟକ ତଥା କୋରେଇ ମଣ୍ଡଳ ସାହିତ୍ୟ ସଂସଦର ସଭାପତି ନନ୍ଦ କିଶୋର ସିଂହ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ରାଜନେତା ହରେକୃଷ୍ଣ ସାହୁ , ପୁର୍ବତନ ସମିତି ସଭ୍ୟ ପ୍ରମୋଦ କୁମାର ସାହୁ ,ପୁର୍ବତନ ସରପଞ୍ଚ ଦିପ୍ତୀମୟୀ କୁଅଁର , ଅଧ୍ୟାପିକା ଅନୁସୟା ପାତ୍ର,ସମାଜସେବୀ ବନୋଜ କୁମାର ଜେନା ଓ ସମ୍ମାନୀତ ବକ୍ତା ଭାବେ ମଧୁଓଡିଆ ସେନାର ସଭାପତି ପଦ୍ମାକର ଗୁରୁ ପ୍ରମୁଖ ଯୋଗଦେଇ ଦିବଂଗତ ଆତ୍ମାର ଅତୀତ ଦିନର କାର୍ଯ୍ୟବଳୀ ଉପରେ ଆଲୋକପାତ କରିଥିଲେ। ଏଥିରେ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ହଳଦିଗଡ଼ିଆ ସେବାସମବାୟ ସମିତିର ସଭାପତି ମଦନ ମୋହନ ମହାପାତ୍ର ପ୍ରଦାନକରିଥିବା ବେଳେ ସ୍ମୃତିଚାରଣ ସଭାଟିକୁ ସ୍କୃତିଲିପିର ସଂପାଦକ ଭୁବନ ମୋହନ ମହାନ୍ତି ସଂଚାଳନ କରିଥିଲେ । ଉତ୍ସବର ଆରମ୍ଭରେ ବର୍ଷିଆନ ସ୍ଵାଧିନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବିୟୋଗରେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ପରେପରେ ନିମନ୍ତ୍ରିତ ଭଦ୍ରବ୍ୟକ୍ତିମାନଙ୍କ ମଧ୍ୟରୁ ସର୍ବଶ୍ରୀ ପିତାମ୍ବର ନନ୍ଦ, ଅଜୟ କୁମାର ଜେନା, ଗୋବିନ୍ଦ ଚନ୍ଦ୍ର ଖଣ୍ଡେଇ, ଇନ୍ଦ୍ରମଣୀ ମହାକୁଡ, ସାମ୍ବାଦିକ ପବିତ୍ର ରାଉତରାୟ, କବୀ ବିଜୟାଲକ୍ଷ୍ମୀ ମହାପାତ୍ର ,ରାକେଶ ସାହୁ, କବି ଶରତ କୁମାର ଦାସ, ଅଖିଳ ମୋହନ ମହାନ୍ତି, ପଦ୍ମଲୋଚନ ମହାନ୍ତି, ଆଲୋକ ମହାନ୍ତି ,ଡ. ନିର୍ମଳ ରଥ ,କାର୍ତ୍ତିକ ଚନ୍ଦ୍ର ଦ୍ଵିବେଦୀ ,ନବଘନ ସ୍ଵାଇଁ, ଶିବ ପ୍ରସାଦ ବେହେରା ,ଦୟାନିଧି ନାୟକ, ସରୋଜ କୁମାର ମହାନ୍ତି, ରୁଲମଣୀ ଶଂଖୁଆ ,ସତ୍ୟନାରାୟଣ ମହାନ୍ତି ,ସ୍ମୃତିଚାରଣ କରିଥିବାବେଳେ ଉତ୍ସବରେ ୱାର୍ଡସଭ୍ୟ ସୁଧାଂଶୁ ବିଶ୍ଵାଳ ,ଅଧର ଚନ୍ଦ୍ର ନାଥ,ସନାତନ ବାରିକ ପ୍ରମୁଖ ସହଯୋଗ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129