ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ତରଫରୁ ଆୟୋଜିତ ଆଲୋଚନା ଚକ୍ର ଉଦଯାପିତ 

ଯାଜପୁର;୦୪/୦୨(ନି ପ୍ର): ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଟୋଲକାନୀ ସ୍ଥିତ ଝାଡେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ତରଫରୁ ଦୁଇଦିନ ଧରି ଆୟୋଜିତ ଆଲୋଚନା ଚକ୍ର ଓ ଉଦଯାପିତ ହୋଇଯାଇଅଛି । ୩୧ତାରିଖ ଆଲୋଚନା ଚକ୍ରରେ ଶୀର୍ଷକ “ଓଡିଆ କଳା ଓ ସଂସ୍କୃତି ରେ ଶ୍ରୀ ଜଗନ୍ନାଥ” ଓ ୦୧ ଫେବୃଆରୀ ଆଲୋଚନା ଚକ୍ରର ଶୀର୍ଷକ “ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା” ଉପରେ ଆଲୋଚନା କରଯାଇଥିଲା। କଲେଜର ଅଧ୍ୟକ୍ଷ ଡ. ଯୁଗଳ କିଶୋର ସଭାପତିତ୍ବ କରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ପ୍ରଥମ ଦିନ ମୁଖ୍ୟ ବକ୍ତା ଭାବରେ ପ୍ରଫେସର ଉମାକାନ୍ତ ନାୟକ , ମୁଖ୍ୟ ଅତିଥି ଭାବରେ ପ୍ରଫେସର ଦେବେନ୍ଦ୍ରନାଥ ପୁହାଣ , ନୋଡାଲ ଅଫିସର ଗୋବର୍ଦ୍ଧନ ସାହୁ, ପରିଚାଳକ କାର୍ଯ୍ୟରେ ଅଧ୍ୟାପକ ରଞ୍ଜନ କୁମାର ଖଣ୍ଡା ଯୋଗଦେଇଥିଲେ। ଏଥିରେ ଅତିଥି ପରିଚୟ ଅଧ୍ୟାପକ ଡ. କ୍ଷୀରୋଦ ଚନ୍ଦ୍ର ବେହେରା ଓ ଧନ୍ୟବାଦ ଅର୍ପଣରେ ଅଧ୍ୟାପିକା ଇତିଶ୍ରୀ ମଲ୍ଲିକ ଦେଇ ପ୍ରଥମ ଦିନଟିକୁ ଉତ୍ସବ ମୁଖର କରିଥଲେ।
ଦ୍ୱିତୀୟ ଦିନରେ ଓଡ଼ିଆ ସାହିତ୍ୟରେ ଶ୍ରୀ ଜଗନ୍ନାଥ ଚେତନା’ ଶୀର୍ଷକ ଆଲଚନାଚକ୍ର ଆୟୋଜିତ ହୋଇଥିଲା। ଏଥିରେ କଲେଜ ର ଅଧ୍ୟକ୍ଷ ଡ ଯୁଗଳ କିଶୋର ହୋତା ସଭାପତିତ୍ବ କରିଥିଲେ। ମୁଖ୍ୟ ବକ୍ତା ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର ଓଡ଼ିଆ ପ୍ରଧ୍ୟାପିକା ଡ ବିଜୟ ଲକ୍ଷ୍ମୀ ଦାଶ, ମୁଖ୍ୟ ଅତିଥି ଭାବରେ ପ୍ରଫେସର ଶିବ ଚରଣ ମାଝୀ , ଅତିଥି ପରିଚୟ ଅଧ୍ୟାପକ ରଂଜନ କୁମାର ଖଣ୍ଡା,ଓ ଧନ୍ୟବାଦ ଅର୍ପଣ ରେ ଡ. ଅକ୍ଷୟ କୁମାର ପଣ୍ଡା ଦେଇଥିଲେ ଏବଂ ଶେଷରେ ପିଲାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଆନୁଷ୍ଠାନିକ ଢଙ୍ଗରେ ଶେଷରେ ଉଦଯାପନ କରାଯାଇଥିଲା। ଏଥିରେ କଲେଜର ସମସ୍ତ ଶିକ୍ଷକ ଓ ଅଣ କର୍ମଚାରୀ ସହଯୋଗ କରି ସଭାକର୍ଯ୍ୟକୁ ସଫଳ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129