“ବନ୍ଦେ ଉତ୍କଳ ଜନନୀ” ଗାନ କଲେ ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଚ୍ଥାତ୍ରୀ ଗଣ

ଯାଜପୁର;୦୫/୦୨(ବ୍ୟୁରୋ): ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟନ ଅବସରରେ ବିରଜା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଚ୍ଥାତ୍ରୀ ଓ କର୍ମଚାରୀମାନେ ଓଡିଶା ରାଜ୍ୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରି ବରପୁତ୍ର ମାନଙ୍କ ପଂଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଓଡିଆ ଭାଷା ସମ୍ମିଳନୀର ଗୈାରବ ବୃଦ୍ଧି କରିଚ୍ଥନ୍ତି । ଭାଷା ଭିତ୍ତିକ ରାଜ୍ୟ ଓଡିଆର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଜ୍ଜାପିତ ହୋଇଯାଇଚ୍ଥି । ଆଲୋଚନା ଚକ୍ରର ମୁଖ୍ୟ ଅତିଥି ଭାବେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ଏବଂ ମୁଖ୍ୟ ବକ୍ତା ଡକ୍ଟର ଦେବ ପ୍ରସାଦ ସାମଲଙ୍କ ଉପସ୍ଥିତିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁକାନ୍ତିଲତା ସାହୁ ସଭାପତିତ୍ୱ କରିଥିଲେ । ଅତିଥି ମହୋଦୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅଧିକ ଋଦ୍ଧିମନ୍ତ କରିବା ପାଇଁ ପ୍ରେରଣା ଦେଇଥିଲେ । ଦାରୁବ୍ରହ୍ମ ଜଗନ୍ନାଥ କେବଳ ଓଡିଶାବାସୀ ଙ୍କର ଦେବତା ନୁହଁନ୍ତି ବରଂ ସମଗ୍ର ବିଶ୍ୱର ଦେବତା ବୋଲି ବକ୍ତବ୍ୟ ରଖିଥିଲେ । ଅଧ୍ୟାପିକା କନକ ମଂଜରୀ ପଟ୍ଟନାୟକ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମହାବିଦ୍ୟାଳୟରେ ଅନୁଷ୍ଠିତ ଓଡିଆ ଭାଷା ସାହିତ୍ୟ ପ୍ରତିଯୋଗିତାରେ କୃତି ଚ୍ଥାତ୍ରୀମାନେ ଅତିଥିଙ୍କ ଠାରୁ ମାନପତ୍ର ଓ ପୁରସ୍କାର ଗ୍ରହଣ କରିଥିଲେ । ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ବୃନ୍ଦ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।ଶେଷରେ ଓଡିଆ ବିଭାଗର ଅଧ୍ୟାପିକା ଅମ୍ୱିକା କର ଧନ୍ୟବାଦ ଅର୍ପଣ କରିଥିଲେ ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129