ମା’ ବିରଜାଙ୍କ ସ୍ୱନକ୍ଷତ୍ରୋତ୍ସବ ଫେବୃଆରୀ ୯ ରେ

ଯାଜପୁର;୦୬/୦୨(ବ୍ୟୁରୋ): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କର ପବିତ୍ର ସ୍ୱ ନକ୍ଷତ୍ର ଦିବସ ପାଳିତ ହୁଏ ପ୍ରତ୍ୟେକ ବର୍ଷ ମାଘ ମାସ ଅମାବାସ୍ୟା ତିଥିରେ । ଚଳିତ ବର୍ଷ ଏହି ତିଥି ଫେବୃଆରୀ ୯ ତାରିଖରେ ପଡୁଥିବାରୁ ମା’ ଙ୍କର ଜନ୍ମ ଦିନ ପାଳନ ପାଇଁ ରୀତିନୀତି ଅନୁସାରେ କାର୍ଯ୍ୟସୂଚୀ ଚୁଡାନ୍ତ ହୋଇଚ୍ଥି ।୯ ତାରିଖ ଦିନ ବ୍ରାହ୍ମମୁହୁର୍ତ୍ତରେ ନିତ୍ୟସ୍ନାନ, ସ୍ନାନାନ୍ତେ ବେଶଲାଗି ଓ ପିଷ୍ଟକାଦି ନୈବେଦ୍ୟ ସମର୍ପଣ ଅନୁଷ୍ଠିତ ହେବ । ପ୍ରାତଃ ସୂର୍ଯ୍ୟୋଦୟ ଠାରୁ ଘ. ୭.୫୭ ମିନିଟ ମଧ୍ୟେ ଦେବୀଙ୍କ ସ୍ୱ ନକ୍ଷତ୍ର ବିହିତ ମହାସ୍ନାନ ଏବଂ ମହାସ୍ନାନ ପରେ ଚନ୍ଦନଲାଗି, ସାବିତ୍ରୀ ବେଶ, ଅଳଙ୍କାର ଲାଗି ବେଶ ଅନୁଷ୍ଠିତ ହେବ । ବେଶ ଅନ୍ତେ ସିଂହାସନେ ଷୋଡଶୋପଚାର ପୂଜା ବିଧି ଓ ସ୍ୱ ନକ୍ଷତ୍ର ପୂଜା, ପୂଜାନ୍ତେ ଯଜ୍ଞାରମ୍ଭ, ନବରତ୍ନ ମଣ୍ଡପେ ଯଜ୍ଞବେଦୀରେ ଯଜ୍ଞାନୁଷ୍ଠାନ ଓ ଯଜ୍ଞାନ୍ତେ ପୂର୍ଣ୍ଣାହୁତି, ଆରତୀ ଦର୍ଶନ, ଘଟ ବିସର୍ଜନାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବିରଜା ମନ୍ଦିରର ମୁଖ୍ୟ ପରିଚାଳକ ତଥା ଉପ-ଜିଲ୍ଲାପାଳ ଶ୍ରୀ ଗୋପିନାଥ କୁଅଁର ଓ ବିରଜା ମନ୍ଦିରର ମୁଖ୍ୟ ପୁରୋଧା ଶ୍ରୀ ହିମାଂଶୁ ଶେଖର ପତି ମିଶ୍ର ଅବଗତ କରାଇଚ୍ଥନ୍ତି । ମା’ ଙ୍କର ଏହି ପବିତ୍ର ଓ ଦୁର୍ଲଭ ବେଶକୁ ଦର୍ଶନ କରିବା ସହ ଆଶିଷ ପ୍ରାପ୍ତ ହେବାକୁ ଉପ ଜିଲ୍ଲାପାଳ ଶ୍ରୀ କୁଅଁର ଅନୁରୋଧ କରିଚ୍ଥନ୍ତି ।

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129