ଭୁବନେଶ୍ୱର ଇ.ଏସ୍.ଆଇ ଡ଼ାକ୍ତରଖାନାରେ ଡ଼ାଇଲିସିସ୍ ୟୁନିଟ ଉଦଘାଟିତ

ଭୁବନେଶ୍ଵର;୨୭/୧୨(ବ୍ୟୁରୋ): ଭୁବନେଶ୍ବରସ୍ଥିତ ଇ.ଏସ୍.ଆଇ ହସ୍ପିଟାଲ ତରଫରୁ ଏକ ଖୁସିର ଖବର ମିଳିଛି। ସମସ୍ତ ବୀମାଭୁକ୍ତ କର୍ମଚାରୀ ତଥା ସେମାନଙ୍କ ପରିବାରବର୍ଗ ଦେୟମୁକ୍ତ ଡ଼ାଇଲିସିସ୍ ସେବା ସୁବିଧାରେ ପାଇପାରିବେ ବୋଲି ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ସୂଚନା ପ୍ରଦାନ କରିଛନ୍ତି।ଏହି ଅବସରରେ ୨୪ ତାରିଖ ବୀମାଭୁକ୍ତ କର୍ମଚାରୀ ଓ ତାଙ୍କ ପରିବାର ବର୍ଗଙ୍କ ନିମନ୍ତେ ଏକ ଡ଼ାଇଲିସିସ୍ ୟୁନିଟ କାର୍ଯ୍ୟକ୍ଷମ ଓ ଲୋକାର୍ପିତ ହୋଇଛି ।ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହାକୁ ଉଦଘାଟନ କରି କହିଲେ ଯେ, ଆଜି ଆମ ସମସ୍ତଙ୍କ ପାଇଁ ଏକ ଆନନ୍ଦର ମୁହୂର୍ତ୍ତ । ସମ୍ପ୍ରତି କିଡ଼ନି, ହୃଦରୋଗ ଇତ୍ୟାଦି ବହୁମାତ୍ରାରେ ଦେଖାଦେଉଥିବା ପରିପ୍ରେକ୍ଷୀରେ ଏହି ଡ଼ାଇଲିସିସ୍ ୟୁନିଟ କାର୍ଯ୍ୟକ୍ଷମ ହେବା ଦ୍ୱାରା ବୀମାଭୁକ୍ତ କର୍ମଚାରୀ ଓ ତାଙ୍କର ପରିବାରର ସଦସ୍ୟଗଣ ବିନା ଦେୟରେ ଡ଼ାଇଲିସିସ୍ ଚିକିତ୍ସା ସେବା ପାଇପାରିବେ। ଭୁବନେଶ୍ୱର ଜୋନ ଅଧିନସ୍ଥ ସମସ୍ତ ଚିକିତ୍ସାଳୟରୁ ମଧ୍ୟ ପ୍ରେରିତ ହୋଇ ଏଠାରେ ଚିକିତ୍ସିତ ହୋଇ ପାରିବେ । ଏହି ଚିକିତ୍ସା ସେବା ପ୍ରଥମ ଥର ପାଇଁ ଭୁବନେଶ୍ୱର ଇ.ଏସ୍.ଆଇ ଡ଼ାକ୍ତରଖାନାରେ ଆରମ୍ଭ କରାଗଲା ଓ ଏହି ସେବା ଯେପରି ସମସ୍ତ ବୀମାଭୁକ୍ତ କର୍ମଚାରୀ ପାଇପାରିବେ ସେଥିପାଇଁ ସମସ୍ତ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀ ଶ୍ରୀ ସିଂ ଖୁଣ୍ଟିଆ ପୁଣି କହିଲେ ଯେ ଏଥି ନିମନ୍ତେ କର୍ମଚାରୀ ରାଜ୍ୟ ବୀମା ଯୋଜନା ଅଧିନରେ ବିନାଦେୟରେ ୧୨ଟି ପରବର୍ତ୍ତୀ ଯତ୍ନ (ସେକେଣ୍ଡାରୀ କେୟାର) ଓ ୧୨ଟି ସ୍ବତନ୍ତ୍ର ବିଶେଷଜ୍ଞ ଯତ୍ନ (ଟର୍ଷିଆରୀ କେୟାର) ସହ ଚୁକ୍ତି କରାଯାଇଛି । ଏହି ଡ଼ାଇଲିସିସ୍ ସେବା ଚୌଦ୍ୱାର ଇ.ଏସ୍.ଆଇ ଚିକିତ୍ସାଳୟରେ ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ। ଖୁବଶୀଘ୍ର ଭୁବନେଶ୍ୱର ଇ.ଏସ୍.ଆଇ ଡ଼ାକ୍ତରଖାନାରେ ଏକ ସୁପର ସ୍ପେସିଆଲିଟି ଆଉଟଡୋର ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଏହାଛଡା ଆଉ ୫ଟି ନୂତନ ଇ.ଏସ୍.ଆଇ ଡ଼ାକ୍ତରଖାନା ଖୋଲାଯିବାର ପ୍ରସ୍ତାବ ରହିଛି ବୋଲି ମନ୍ତ୍ରୀ ମତପ୍ରକାଶ କରିଥିଲେ ।ଏହି ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଚିତ୍ରା ଅରୁମୁଗମ ସମ୍ମାନିତ ଅତିଥିଭାବେ ଯୋଗ ଦେଇ କହିଲେ ଯେ ୧୯୬୦ ମସିହାରୁ କାର୍ଯ୍ୟକାରୀ ହୋଇଆସୁଥିବା କର୍ମଚାରୀ ରାଜ୍ୟ ବୀମା ଯୋଜନାରେ ଓଡ଼ିଶାରେ ୪ ଟି ଇ.ଏସ୍.ଆଇ ହସ୍ପିଟାଲ ଓ ୫୩ ଟି ଇ.ଏସ୍.ଆଇ ଡିସପେନସାରୀ ମାଧ୍ୟମରେ ପ୍ରାୟ ୧୦ ଲକ୍ଷ ବୀମାଭୁକ୍ତ କର୍ମଚାରୀଙ୍କୁ ଚିକିତ୍ସାସେବା ଯୋଗାଇ ଦିଆଯାଉଅଛି। କର୍ମଚାରୀ ରାଜ୍ୟ ବୀମା ଯୋଜନା ଏକ ବହୁମୁଖୀ ସ୍ୱାସ୍ଥ୍ୟ ବୀମା ଓ ସାମାଜିକ ସୁରକ୍ଷା ଯୋଜନା, ଯେଉଁଥିରେ ସଂଗଠିତ କ୍ଷେତ୍ରରେ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ କରାଯାଇଥାଏ । ବୀମାଭୁକ୍ତ କର୍ମଚାରୀ ତଥା ସେମାନଙ୍କ ନିର୍ଭରଶୀଳ ପରିବାର ସଦସ୍ୟମାନେ ମଧ୍ୟ ଏହି ବୀମା ସେବା ପାଇଥାନ୍ତି। ହିତାଧିକାରୀମାନଙ୍କୁ ସଂପୂର୍ଣ ଚିକିତ୍ସା ସେବା ଯୋଗାଇ ଦେବା କର୍ମଚାରୀ ରାଜ୍ୟ ବୀମା ଯୋଜନାର ମୂଳ ଲକ୍ଷ୍ୟ । ରାଜ୍ୟ ସରକାର ବୀମାଭୁକ୍ତ କର୍ମଚାରୀ ମାନଙ୍କୁ ସମସ୍ତ ଚିକିତ୍ସା ସୁବିଧା ବିନା ବାଧାରେ ଯୋଗାଇ ଦେବାକୁ ପ୍ରତିଶୃତିବଦ୍ଧ ବୋଲି ସେ ପ୍ରକାଶ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଶ୍ରମ କମିଶନର ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, କର୍ମଚାରୀ ରାଜ୍ୟ ବୀମା ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ପଣ୍ଡା, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଶ୍ରୀ ରାଜେଶ ଅଗ୍ରୱାଲ ଏବଂ ଭୁବନେଶ୍ୱର ଇ.ଏସ୍.ଆଇ ଡ଼ାକ୍ତରଖାନାର ଅଧ୍ୟକ୍ଷ ଡ଼ାକ୍ତର ଶ୍ରୀକାନ୍ତ ଦେବତା ତଥା ଅନ୍ୟାନ୍ୟ ବୀମା ଚିକିତ୍ସା ଅଧିକାରୀ ଓ ଡ଼ାକ୍ତରଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129