କାନପୁର ସାଳନ୍ଦୀ ମହୋତ୍ସବର ରଙ୍ଗାରଙ୍ଗ କର୍ଯ୍ୟକ୍ରମରେ ଝୁମିଲେ କୁନି କୁନି ପିଲା ଓ ଦର୍ଶକ – ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଜାଗୃତ କରାଉଛି ସାଳନ୍ଦୀ ମହୋତ୍ସବ

କାନପୁର; ୧୨/୦୨(ନି ପ୍ର) : କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ କାନପୁର ଗ୍ରାମରେ ଦଶମ ବାର୍ଷିକ ସାଳନ୍ଦୀ ମହୋତ୍ସବ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି।ଏହି ଉତ୍ସବର ରୂପେଲି ସନ୍ଧ୍ୟାରେ ନାଚ ଗୀତରେ ଝୁମିଲେ କୁନି କୁନି ପିଲା ଓ ଦର୍ଶକ ।ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ଜାଗୃତ କରାଉଛି ସାଳନ୍ଦୀ ମହୋତ୍ସବ।ସାଳନ୍ଦୀ ଉତ୍ସବରେ ନିଜର ପ୍ରତିଭା ଦେଖାଇବାକୁ ପିଲାମାନଙ୍କ ମଧ୍ୟରେ ଅନେକ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା। ନାଚ ଗୀତରେ କମ୍ପି ଉଠିଥିଲା ସାଳନ୍ଦୀ ଉତ୍ସବର ରଙ୍ଗମଞ୍ଚ। ମହୋତ୍ସବ ହେଉଛି ସାମାଜିକ ଜନ ଜୀବନର ଚିତ୍ରଲିପି।ଏହି କାର୍ଯ୍ୟକ୍ରମ ରେ ଉଦ୍ଘାଟକ ଓ ମୂଖ୍ୟ ଅତିଥି ଭାବେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଜେପି ନେତା ଆଲୋକ ସେଠୀ, ଅବସରପ୍ରାପ୍ତ ଶିକ୍ଷାବିତ୍ ବିଜୟ କୁମାର ଜେନା, ଅଧ୍ୟାପକ ଡ଼ ସୁଧାଂଶୁ ଶେଖର ନାୟକ,ସମାଜସେବୀ ଡ଼ ଶମ୍ଭୁନାଥ ରାଉତ, ସମାଜସେବୀ ଶରତ ଚନ୍ଦ୍ର ସେଠୀ, ଅଧ୍ୟକ୍ଷ ଚିନ୍ତାମଣି ପାଣିଗ୍ରାହୀ,ନାଟ୍ୟକାର ଗୋପୀନାଥ ପାଢ଼ୀ,ଜିଲ୍ଲା ବିଜେପି ମହିଲାମୋର୍ଚା କୋଷାଧ୍ୟକ୍ଷ। ଦିପ୍ତିମୟୀ ଖୁଣ୍ଟିଆ,ମହିଳାମୋର୍ଚ୍ଚା ସମ୍ପାଦିକା ତୃପ୍ତିମୟୀ ଜେନା,ମଞ୍ଚ ସଭାପତି ତଥା କମିଟିର ଉପଦେଷ୍ଟା ଗଙ୍ଗାଧର ରାଉତ ଯୋଗ ଦେଇ ପ୍ରଥମେ ଦୀପ ପ୍ରଜ୍ବଳିତ କରିବା ସହ ସାଳନ୍ଦୀ ମହୋତ୍ସବ ବିଷୟ ରେ ନିଜ ବକ୍ତବ୍ୟ ରଖିଥିଲେ।କୁନି କୁନି ପିଲାମାନଙ୍କୁ ଉତ୍ସାହିତ କରିବା ସହ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।ଉକ୍ତ କାର୍ଯକ୍ରମରେ କମିଟିର ସାଧାରଣ ସଂପାଦକ ସାମ୍ବାଦିକ ବିଶ୍ବରଂଜନ ପାଣିଗ୍ରାହୀ ବାର୍ଷିକ ବିବରଣୀ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବ୍ରଜମୋହନ ଭୋଇ,ଉତ୍ତମ ପେଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଜୟଲକ୍ଷ୍ମୀ ଦାଶ ନୃତ୍ୟ ପରିବେଷଣ କରିଥିଲେ।ଉକ୍ତ ସଭାକୁ କୋଷାଧ୍ୟକ୍ଷ ଗୌରାଙ୍ଗ ରାଉତ,ଯୁଗ୍ମ ସମ୍ପାଦକ ଚୈତନ୍ୟ ମହାପାତ୍ର,ଉପ ସଭାପତି ବୈଲୋଚନ ନାୟକ,ଗଣେଶ ଚନ୍ଦ୍ର ଜେନା,ଉତ୍ତମ ବେହେରା, ଶତ୍ରୁଘ୍ନ ରାଉଳ,ବସନ୍ତ ଧଳ, ପୁରୁଷୋତ୍ତମ ଧଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।ସମ୍ପାଦକ ବିଶ୍ବରଂଜନ ପାଣିଗ୍ରାହୀ ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭା କୁ ଲୋକଲୋଚନକୁ ଆଣିବାକୁ ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଲୁ ରଖି ସମସ୍ତଙ୍କ ମୁଖରେ ହସ ଫୁଟାଇବେ ବୋଲି କହିବା ସହ ସମସ୍ତଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲେ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129