JEE MAIN ପରୀକ୍ଷା ରେ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ଛାତ୍ରଙ୍କ ସଫଳତା

ବ୍ୟାସନଗର; ୧୩/୦୨(ନି ପ୍ର ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳର କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ସଫଳତା ଗୋଟିଏ ପରେ ଗୋଟିଏ ପାହାଚ ଦେଇ ଗତି କରିଚାଲିଛି। ଏହାରି ଭିତରେ JEE MAIN ପରୀକ୍ଷାରେ ୧୫ ଜଣ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ପାଞ୍ଚ ଜଣ ସଫଳତାର ସହ କୃତିତ୍ୱ ଅର୍ଜନ କରିଛନ୍ତି। JEE MAIN ପରୀକ୍ଷାରେ ଆଶୁତୋଷ ମିଶ୍ର ୯୭.୮ ପ୍ରତିଶତ,ନିହାର ରଞ୍ଜନ ସାହୁ ୯୭.୫ ପ୍ରତିଶତ,ଏସ କୁଲଦୀପ ୯୭.୨ ପ୍ରତିଶତ,ଯଥାର୍ଥ କୁମାର ସିଂ ୯୨.୨ ପ୍ରତିଶତ,ଏସ କେ ଅରବାଜ୍ ହୁସେନ ୯୦.୩ ପ୍ରତିଶତ ରଖି ସଫଳତା ହାସଲ କରିଛନ୍ତି ।ମାତା ପିତାଙ୍କ ସ୍ବପ୍ନକୁ କୁ ସାର୍ଥକ କରିଥିବାରୁ ସମସ୍ତେ ନିଜକୁ ଧନ୍ୟ ମନେ କରିଛନ୍ତି।ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା, ଉପ ପ୍ରଧାନାଚାର୍ୟ ଆର ଏନ ରୟତ ସିଂ , ଏକାଡେମିକ କୋର୍ଡିନେଟର ବଲବୀର ସିଂ ଓ ସୋନିଆ ବେଦୀ ସହ ସମସ୍ତ ଅଧ୍ୟାପକ/ଅଧ୍ୟାପିକା, କର୍ମକର୍ତା ପ୍ରମୁଖ ଖୁସି ବ୍ୟକ୍ତ କରିଛନ୍ତି। ଅଧ୍ୟକ୍ଷ ବୁଦ୍ଧଦେବ ରାଉତ ଛାତ୍ର ଛାତ୍ରୀଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ଏହା ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ପାଇଁ ଗର୍ବ ଏବଂ ଆନନ୍ଦର ଆଉ ଏକ ସମ୍ମାନଜନକ ମୁହୂର୍ତ୍ତ ବୋଲି କୁହାଯାଉଛି।

 

 

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129