କଳିଙ୍ଗନଗର ଶିଶୁ ମନ୍ଦିର ସୋଲେଇ ରେ ମାତୃ ସମ୍ମିଳନୀ ଓ ସରସ୍ୱତୀ ପୂଜା ଅନୁଷ୍ଠିତ

ଯାଜପୁର /ଦାନଗଦୀ;୧୫/୦୨(ବସନ୍ତ କୁମାର ପାତ୍ରଙ୍କ ଠାରୁ): କଳିଙ୍ଗନଗର ଶିଶୁ ମନ୍ଦିର ସୋଲେଇ ରେ ମାତୃ ସମ୍ମିଳନୀ ଓ ସରସ୍ୱତୀ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ସଭା ଆରମ୍ଭ ରୁ ପ୍ରଦୀପ ପ୍ରଜ୍ବଳନ, ମାତୃ ବନ୍ଦନା, ଗୁରୁ ବନ୍ଦନା ହୋଇଥିଲା । ମୁଖ୍ୟ ଅତିଥି ବରିଷ୍ଟ ଆଇନଜୀବି ସୁବାଷ ଚନ୍ଦ୍ର ନନ୍ଦ ଓ ସମ୍ମାନିତ ଅତିଥି ଭାବେ ହିନ୍ଦୁ ସୁରକ୍ଷା ସେନା ର ଜିଲ୍ଲା ସଭାପତି  ବସନ୍ତକୁମାର ପାତ୍ର ଯୋଗଦେଇଥିଲେ l ପ୍ରଧାନ ଗୁରୁଜୀ ସୁବାଷ ଚନ୍ଦ୍ର ଦେଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ଗୋପୀନାଥ ରାଉତ  ଶିଶୁ ମାନଙ୍କ ପ୍ରଥମ ଗୁରୁମା ନିଜ ‘ମା,’ ନିଜ ଘରେ କିପରି ଦୈନନ୍ଦିନ ଶିଶୁ ମାନଙ୍କୁ ସୁ ଶିକ୍ଷା ପ୍ରଦାନ କରି ରାଷ୍ଟ୍ର ନିର୍ମାଣ ପାଇଁ ଏକ ଆଦର୍ଶ ମଣିଷ ରୂପେ ଗଢିବେ ତାହା ଉଦାହରଣ ମାଧ୍ୟ୍ୟମ ରେ ବୁଝାଇ ଥିଲେ ।ମୁଖ୍ୟ ବକ୍ତା ସୁବାଷ ଚନ୍ଦ୍ର ନନ୍ଦ ତାଙ୍କ ମାର୍ଗ ଦର୍ଶନ ରେ ମାତୃ ସମ୍ମିଳନୀ ରେ ଉପସ୍ଥିତ ମା’ମାନେ ସମସ୍ତେ ମା ଭାରତୀଙ୍କର ସନ୍ତାନ ଯେଉଁ ରାଷ୍ଟ୍ର ରେ ମା’ ମାନେ ଆଗରେ ସେହି  ରାଷ୍ଟ୍ର ନିଶ୍ଚିତ ଆଗକୁ ବହୁତ ଉନ୍ନତ ରାଷ୍ଟ୍ର ହୋଇପାରିବ ବୋଲି କହିବା ସହ ଭାରତୀୟ ସଂସ୍କୃତି ପରମ୍ପରା ରକ୍ଷା କରିବା ପାଇଁ ଶିଶୁ ମନ୍ଦିର ନିତ୍ୟାନ୍ତ ପ୍ରୟୋଜନ ଓ ଶିଶୁ ମନ୍ଦିର ଶିଶୁ ମାନଙ୍କ ପାଇଁ ଏକ ବିରାଟ ଉଜ୍ଜଳ ଭବିଷ୍ୟତ ଗଠନର ଅନୁଷ୍ଠାନ ବୋଲି କହିଥିଲେ l

ସୁ ଶିକ୍ଷା ପ୍ରଦାନକିପରି କରାଯିବା ସହ ଶିଶୁଙ୍କୁ ସଂସ୍କୃତି ଓ ସଂସ୍କାର ଘରେ ଶିକ୍ଷା କେମିତି ଦିଆଯିବ ସେ ବିଷୟ ରେ ମାର୍ଗ ଦର୍ଶନ ଦେଇଥିଲେ lସମସ୍ତ ମା ମାନଙ୍କୁ ଦୈନିକ ନିଜ ପରିବାର କିପରି ଶିଶୁ ମାନଙ୍କ ସହ ପୂଜାପାଠ, ଠାକୁର ଘରେ କଣ କରାଯିବ, ରୋଷେଇ ଘରେ କଣ କରାଯିବ, ନିଜ ଶିଶୁ ମାନଙ୍କୁ ରାଷ୍ଟ୍ର ନିର୍ମାଣ ପାଇଁ କିପରି ତାଲିମ ଓ ପଠନ ଦ୍ୱାରା ଏହାର ମହତ୍ୱ ସମ୍ପର୍କରେ ଆଲୋଚନା କରିବା ସହ କିପରି ସୁନ୍ଦର ସୁଖୀ ପରିବାର ଗଠନ ହୋଇ ପାରିବ ବୋଲି ମୁଖ୍ୟ ବକ୍ତା  ସୁବାଷ ନନ୍ଦ ମାର୍ଗ ଦର୍ଶନ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଦୁଇ ଶହରୁ ଉର୍ଦ୍ଧ ମା’ ମାନେ ଉପସ୍ଥିତ ଥିଲେ । ଲକ୍ଷ୍ମୀ ପ୍ରିୟା ନାୟକ, ଗୀତାଞ୍ଜଳି ସାମନ୍ତରାୟ, ଚାଇନା ମୁଦୁଲି, ମନୋରମା ସାହୁ,ଶରଣ ମଲ୍ଲିକ ,କୃଷ୍ଣ ଚନ୍ଦ୍ର ମାଝୀ, ଅସିତ୍ ଦାସ ଏବଂ ମାତୃ ଭାରତୀ ବଳ ,ବିରଞ୍ଚି ନାରାୟଣ ସାହୁ ଓ ଶିଶୁ ମନ୍ଦିର ର ସମସ୍ତ ଗୁରୁମା ଗୁରୁଜୀ ଉପସ୍ଥିତ ଓ ସହଯୋଗ ରେ ଶାନ୍ତି ଶୃଙ୍ଖଳା ର ସହ ମାତୃ ସମ୍ମିଳନୀ ଶେଷ ହୋଇଥିଲା l 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129