ଯାଜପୁର ଜିଲ୍ଲା ବଜରଙ୍ଗ ଦଳର ନୂତନ ପରିଚାଳନା କମିଟି ଗଠିତ

ଯାଜପୁର ;୨୭/୦୨ (ବସନ୍ତ କୁମାର ପାତ୍ରଙ୍କ ଠାରୁ ): ଫେବୃଆରି ମାସ ୨୫ରିଖ ରବିବାର ଅପରାହ୍ନରେ କୁଆଖିଆ ସ୍ଥିତ ସୀତା ରାମ ମଠ ପ୍ରାଙ୍ଗଣରେ ବଜରଙ୍ଗ ଦଳର ୧୦ଜଣିଆ ଜିଲ୍ଲା ପରିଚାଳନା କମିଟି ବଜରଙ୍ଗ ଦଳ ସଂଯୋଜକ ଚନ୍ଦ୍ରକାନ୍ତ କର ଙ୍କ ଉପସ୍ଥିତରେ ଘୋଷଣା କରାଯାଇଛି। ବଡ଼ଚଣା ପ୍ରଖଣ୍ଡ ରୁ ସାରଦା ପ୍ରସନ୍ନ ବଳ, ହରିପୁର ପ୍ରଖଣ୍ଡ ରୁ ଶରତ ସାହୁ, ଧର୍ମଶାଳା ପ୍ରଖଣ୍ଡ ରୁ କିଶୋର ସାମଲ, ବ୍ୟାସନଗର ପ୍ରଖଣ୍ଡ ରୁ ବସନ୍ତ କୁମାର ପାତ୍ର,କୋରେଇ ପ୍ରଖଣ୍ଡ ରୁ ରାଜକିଶୋର ମଲ୍ଲିକ, ଦଶରଥପୁର ପ୍ରଖଣ୍ଡ ରୁ ଦିଲୀପ ଦେବତା, ଵରୀ ପ୍ରଖଣ୍ଡ ରୁ ଶ୍ରୀକାନ୍ତ ଦାସ, ଯାଜପୁର ସଦର ପ୍ରଖଣ୍ଡ ରୁ ପାର୍ଥ ସରଥୀ,ଯାଜପୁର ପ୍ରଖଣ୍ଡ ରୁ ସନ୍ତୋଷ ପତିଙ୍କୁ ଚୟନ କରାଯାଇଥିବା ବେଳେ ଏଥି ସହିତ ବିଶ୍ୱ ହିନ୍ଦୁ ପରିଷଦର ଆଡ଼ଭାଇଜର ଜିଲ୍ଲା କମିଟି ରେ କୋରେଇ ପ୍ରଖଣ୍ଡରୁ ଚିତ୍ତରଞ୍ଜନ ବିନ୍ଧାଣି, ଯାଜପୁର ପ୍ରଖଣ୍ଡ ରୁ ସମୀର ସାମଲ, ଦାନଗଦି ପ୍ରଖଣ୍ଡରୁ ତ୍ରିଲୋଚନ ମହନ୍ତ, ସୁକିନ୍ଦା ପ୍ରଖଣ୍ଡ ରୁ ଦିଲୀପ ଦିବେଦୀ , ଶ୍ରୀରାମ ପୁର ପ୍ରଖଣ୍ଡରୁ ଯଶବନ୍ତ ଦାସ ସମେତ ୨୭ ଜଣ ପ୍ରମୁଖ କାର୍ଯ୍ୟକର୍ତା ଙ୍କ ନାମ ଘୋଷଣା କରାଯାଇଛି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129