ଯାଜପୁର ଜିଲ୍ଲାରେ ବିଜେପିର ନୂଆ ମୋଡ଼ , ନୂଆ ମୁହଁକୁ ଜନସାଧାରଣଙ୍କ ଅପେକ୍ଷା

ଯାଜପୁର/ବ୍ୟାସନଗର ; ୨୭/୦୨(ବସନ୍ତ କୁମାର ପାତ୍ରଙ୍କ ଠାରୁ) : ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କୁ ଭୁବନେଶ୍ୱର କାର୍ଯ୍ୟାଳୟରେ ଭେଟ କଲେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦ । ଆଗାମୀ ସାଧାରଣ ନିର୍ବାଚନରେ ଭାରତୀୟ ଜନତା ପାଟିକୁ ଯାଜପୁର ଲୋକସଭା ଓ ୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାଥୀରୂପେ ସଙ୍ଘ ପରିବାରର କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ନିର୍ବାଚନରେ ପ୍ରାର୍ଥୀ ଦଳ ବିଜୟ ପ୍ରାପ୍ତ କରିପାରିବ ଓ ଭଲ ପ୍ରଦର୍ଶନ କରିବ ବୋଲି ଦାବି ଜଣାଇଥିଲେ ଶ୍ରୀଯୁକ୍ତ ନନ୍ଦ ।ଏକ ସ୍ଵତନ୍ତ୍ର ସାକ୍ଷାତ କରି ବିଜେପି ରାଜ୍ୟ ସଭାପତିଙ୍କ ସହ ଯାଜପୁର ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଶୋକ ସାମଲ ଓ ଶ୍ରୀଯୁକ୍ତ ଅଜୟ ବିଶ୍ୱାଳ, ପୂର୍ବତନ ଜିଲ୍ଲା ଉପ ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ସାହୁ, ଯାଜପୁର ଜିଲ୍ଲାର ମୂଳଦୁଆ ସ୍ଥାପନ ଓ ପୂର୍ବତନ ପାଞ୍ଚ ପାଞ୍ଚ ଥର ଜିଲ୍ଲା ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟକରୁଥିବା ଶ୍ରୀଯୁକ୍ତ ଗୋପାଳ ଚନ୍ଦ୍ର ପଣ୍ଡା ଙ୍କ ସମେତ ଦୁଇ ଜଣ ଜିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଆଲୋଚନା କରିଥିଲେ l ଏହି ଆଲୋଚନା ସହାୟତା ପୂର୍ଣ୍ଣ ଏବଂ ପ୍ରଗତି ଶିଳ ଥିଲା ଯାହାକି ଯାଜପୁର ଜିଲ୍ଲାରେ ହିନ୍ଦୁତ୍ୱ ବାଦୀ ରାଜନୀତିକୁ ଖୋରାକ ଯୋଗାଇବାର ସୂଚନା ମିଳୁଅଛି ।ବରିଷ୍ଠ ଆଇନଜିବି ତଥା ସଙ୍ଘ ପରିବାରର ବରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ନନ୍ଦ ଙ୍କ ରାଜନୀତିରେ ପ୍ରବେଶକୁ ଯାଜପୁର ଜିଲ୍ଲା ଏବଂ ବିଶେଷ କରି କୋରେଇ ବିଧାନ ସଭା ମଣ୍ଡଳୀରେ ଏକ ଉତ୍ସାହ ପୂର୍ଣ୍ଣ ବlର୍ତlବରଣ ସୃଷ୍ଟି କରିବ ବୋଲି ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ର ଉତ୍ସାହ ଦୁଇ ଗୁଣ ବଢିଯାଇଥିବା ଦେଖାଯାଇଛି l ଦେଖାଯାଉ କୋରେଇରେ ପ୍ରଗତିଶୀଳ ତଥା ହିନ୍ଦୁତ୍ୱ ବାଦୀ ରାଜନୀତି ସହ ଭଣ୍ଡ ଧର୍ମ ନିରପେକ୍ଷ ବାଦୀଙ୍କର ରାଜନୀତିଙ୍କ ଗୋଟି ଚାଳନା କେଉଁ ଦିଗକୁ ଦିଗକୁ କରୁଛି ତାହା ସମୟ କହିବ ।ଦେଖିବାକୁ ଗଲେ ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ନନ୍ଦ ବିଶ୍ୱହିନ୍ଦୁ ପରିଷଦ ର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଏବଂ ସୁସଂଗଠକ ଅଟନ୍ତି । ଦୀର୍ଘଦିନ ଧରି ସେ ଓକିଲାତି କରୁଥିଲେ ମଧ୍ୟ ସଂଗଠନ ପ୍ରତି ତାଙ୍କର ଅନେକ ଅବଦାନ ରହିଛି l ଏହି ଭଳି ବ୍ୟକ୍ତିତ୍ଵଙ୍କୁ କୋରେଇ ବାସୀ ଚାହୁଁଥିବା ଜନସାଧାରଣରେ ଚର୍ଚ୍ଚା ହେଉଛି l 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129