ବ୍ୟାସ ସରୋବର ମେଳାରେ ବଉଳଫୁଲ ସାହିତ୍ୟ ସଂସଦ ତରଫରୁ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ଶିଶୁ ସାହିତ୍ୟ ଭବିଷ୍ୟତ ସଂପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ

ଯାଜପୁର/ବ୍ୟାସନଗର;୨୭/୦୨(ନି ପ୍ର): ଚଳିତ ବର୍ଷ ସ୍ଥାନୀୟ ବ୍ୟାସ ସରୋବର ମେଳାରେ ବଉଳଫୁଲ ସାହିତ୍ୟ ସଂସଦ ତରଫରୁ ଏକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ଶିଶୁ ସାହିତ୍ୟ ଭବିଷ୍ୟତ ସଂପର୍କରେ ଡ଼. ଅକ୍ଷୟ କୁମାର ପଣ୍ଡାଙ୍କ ସଭାପତିତ୍ବରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।ଏହି ଆଲୋଚନା ଚକ୍ରକୁ ବ୍ୟାସନଗର ପୌରପରିଷଦର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ବଳ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ଏଥିରେ ବିଶିଷ୍ଟ ଅତିଥି ଭାବେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ତରୁଣ କୁମାର ମହାପାତ୍ର, ସୁକିନ୍ଦା କଲେଜର ଅଧ୍ୟାପକ ହିମାଂଶୁ ଦ୍ବିବେଦୀ ଯୋଗ ଦେଇ ଶିଶୁ ସାହିତ୍ୟିକ ମାନେ ବାସ୍ତବ ଧର୍ମୀ ଓ ଯୁଗପୋଯୋଗୀ ଶିଶୁ ସାହିତ୍ୟ ସୃଷ୍ଟି କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ବଉଳଫୁଲ ପତ୍ରିକାର ସଂପାଦିକା ସଂପାଦକୀୟ ବିବରଣୀ ପଠନ କରିଥିଲେ। କବିତା ଗୁଡିକ ସଂଯୋଜନା କରିଥିଲେ ଶରତ ଦାସ ଏବଂ ନଟବର ସେଠୀ ।ଲବଙ୍ଗ ଲତା ପରିଡା, ସୀମା ମିଶ୍ର,, ମଞ୍ଜୁଲତା ନାୟକ, ମଧୁସ୍ମିତା ନାୟକ, ଗାୟତ୍ରୀ ନାୟକ କୈଳାଶ ପାତ୍ର, ନାରଣ ଶତପଥି, ଲବଙ୍ଗ ଲତା ପରିଡା, ବୃନ୍ଦାବନ ସାହୁ, ନିର୍ମଳ ଚନ୍ଦ୍ର ରାଉତ, ଅଚ୍ୟୁତ ନନ୍ଦ ପାତ୍ର, ପ୍ରଭାତ ସାହୁ, ଅମୁଲ୍ୟ ବେହେରା,ପ୍ରଭାତୀ ରାଉତ, ଭୁବନ ମୋହନ ମହାନ୍ତି, କଳ୍ପନା ରାଉତ ଇତ୍ୟାଦି ଚାଳିଶିରୁ ଉର୍ଦ୍ଧ କବି କବିତାପାଠ କରିଥିଲେ । ବିଭିନ୍ନ କ୍ଷେତ୍ରରେ
ଉଲ୍ଲେଖନୀୟ ଅବଦାନ ପାଇଁ ଧରିତ୍ରୀର ଜିଲ୍ଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରା,ବ୍ୟଙ୍ଗ କବି ବାଇଧର ମାଝୀ ଏବଂ ଜାତୀୟ କ୍ରିକେଟ ଉଦଘୋଷକ ତ୍ରିଲୋଚନ ଖିଲାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପ୍ରାରମ୍ଭରେ ଝୁମୁକା ଏକାଡେମୀ ଡ୍ୟାନ୍ସ ଗ୍ରୁପର କଳାକାର ସାଇଲାନି ସ୍ୱାଗତ ନୃତ୍ୟ ପରିବେଷଣ କରିଥିବା ବେଳେ ବିକାଶ ଦାସ ଓ ମଦନ ମୋହନ ବେହେରା ମଞ୍ଚ ପରିଚାଳନା କରିଥିଲେ ।ଶେଷରେ ବଉଲଫୁଲର ସହ ସଂପାଦକ ଅଧ୍ୟାପକ ମଳୟ କୁମାର ମଲ୍ଲିକ ଧନ୍ୟବାଦ ଦେଇଥିଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129