ଓଡ଼ିଶାରେ ବଢ଼ିଛି ମହାବଳ ବାଘ ସଂଖ୍ୟା

ଭୁବନେଶ୍ୱର;୨୭/୦୨(ଜ୍ୟୋତି ରଞ୍ଜନ ଙ୍କ ଠାରୁ): ରାଜ୍ୟରେ ୩୦ଟି ବାଘ ଓ ୮ ଶାବକ ଅଛନ୍ତି ବୋଲି ସୂଚନା ପ୍ରାପ୍ତ ହୋଇଛି। ଓଡ଼ିଶାରେ ବଢ଼ିଛି ମହାବଳ ବାଘ ସଂଖ୍ୟା ପ୍ରଥମ ଓଡ଼ିଶା ବ୍ୟାଘ୍ର ଗଣନାରୁ ଏହି ତଥ୍ୟ ସାମନାକୁ ଆସିଛି । ୨୦୨୨ରେ ଓଡ଼ିଶାରେ ବାଘଙ୍କ ସଂଖ୍ୟା ଥିଲା ୨୦ । ଶିମିଳିପାଳ ଅଭୟାରଣ୍ୟରେ ଅଛନ୍ତି ସର୍ବାଧିକ ୨୭ଟି ମହାବଳ ଓ ୮ ଶାବକ । ଏମାନଙ୍କ ଭିତରେ ୧୪ଟି ମାଈ ଓ ୧୩ଟି ଅଣ୍ଡିରା ବାଘ।ଶିମିଳିପାଳରେ ୧୧ଟି ବାଘ ଓ ୧୩ଟି କଳାବାଘ ଅଛନ୍ତି । ୧୧ ବାଘ ଭିତରେ ୭ ମାଈ ଓ ୪ଟି ଅଣ୍ଡିରା ।ସେହିପରି ୧୩ କଳାବାଘରେ ଅଛନ୍ତି ୭ଟି ମାଈ ଓ ୬ଟି ଅଣ୍ଡିରା ପ୍ରଜାତିର । ରାଜ୍ୟରୁ ଚିହ୍ନଟ ହୋଇଥିବା ସବୁ ବାଘୁଣୀ ଶିମିଳିପାଳରେ ଅଛନ୍ତି । ଏଠାରୁ ଠାବ ହୋଇଥିବା ୧୩ଟି କଳାବାଘ ପୃଥିବୀର ଅନ୍ୟ କୌଣସି ଜଙ୍ଗଲରେ ଦେଖାଯାଆନ୍ତି ନାହିଁ । ୨୦୨୩ ଅକ୍ଟୋବର ୧୫ ତାରିଖରୁ ଫେବ୍ରୁଆରୀ ୧୦ ତାରିଖ ଯାଏ ବାଘ ଗଣନା ହୋଇଥିଲା । ଏଥିପାଇଁ ବ୍ୟବହାର କରାଯାଇଥିଲା ୧୪ଶହ ୩୨ଟି ଟ୍ରାପ କ୍ୟାମେରା । ୪୭ ବନଖଣ୍ଡରେ ଚାଲିଥିବା ବାଘ ଗଣନାରେ ମୋଟ୍ ୫୬୭ଟି ଫଟୋ ଉତ୍ତୋଳନ ହୋଇଥିଲା । ଶିମିଳିପାଳ ବ୍ୟତୀତ କେନ୍ଦୁଝର, ହୀରାକୁଦ ଓ ପାରଳାଖେମୁଣ୍ଡି ବନ୍ୟପ୍ରାଣୀ ଡିଭିଜନରେ ଗୋଟିଏ ଲେଖାଏ ବାଘ ରହିଛନ୍ତି। ଗଣନାରୁ ଠାବ ହୋଇଥିବା ବାଘ ଶାବକଙ୍କ ବୟସ ବର୍ଷେରୁ କମ୍ । ଜାତୀୟ ପଶୁଙ୍କ ବଂଶ ବୃଦ୍ଧି ଓ ସେମାନଙ୍କ ପାଇଁ ଏକ ସୁରକ୍ଷିତ ଆବାସସ୍ଥଳୀ ସୃଷ୍ଟି କରିବାକୁ ନିରନ୍ତର ଉଦ୍ୟମ ଚଳାଇଛି ବନ ବିଭାଗ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129