ଓଡ଼ିଶାର ଜନ୍ମ ମାଟିରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର; ୨୮/୦୨(ବ୍ୟୁରୋ): ନିଜର ଜନ୍ମ ମାଟି ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଝାଡଖଣ୍ଡ ରାଞ୍ଚିରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ସେ ସୁକ୍ରୁଲି ପାଣ୍ଡୁରସିଲୀ ଫୁଟବଲ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି। ସେଠାରୁ ସେ ଖିଚିଂ ଯାଇ ମାଆ କୀଚକେଶ୍ୱରୀଙ୍କୁ ଦର୍ଶନ କରିଥିଲେ। ସେଠାରେ ସେ ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି। ଅତିଥିଙ୍କ ସହ ତଳେ ବସି ରାଷ୍ଟ୍ରପତି ପ୍ରସାଦ ସେବନ କରିବେ।ରାଷ୍ଟ୍ରପତିଙ୍କ ପାଇ ଖେଚେଡ଼ି, ଖିରି, ପାୟସ୍‌ ଓ ଶାଗ ଭଜା ହୋଇଛି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଓ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ପ୍ରସାଦ ସେବନ କରିବେ।ପ୍ରସାଦ ସେବନ ପରେ ରାଷ୍ଟ୍ରପତି ରାଇରଂଗପୁର ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱରେ ଥିବା ହଲି ଡେ ହୋମ୍‌ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବେ। ତା’ପରେ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ସେଠାରୁ ସେ ରାଇରଂଗପୁର ମହୁଲଡିହା ସ୍ଥିତ ବାସଭବନକୁ ଯାଇ ନିଜର ସମ୍ପର୍କୀୟମାନଙ୍କୁ ଭେଟିବା ସହ ରାତ୍ରି ଭୋଜନ କରିବେ। ଆସନ୍ତାକାଲି କେନ୍ଦୁଝର ଧରଣୀଧର ବିଶ୍ୱ ବିଦ୍ୟାଳୟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଆସନ୍ତା ୨୯ ତାରିଖରେ କେନ୍ଦୁଝର ଗୋନାସିକାସ୍ଥିତ କଦଳୀବାଡ଼ି ଗ୍ରାମର ପିଭିଟିଜି ସଦସ୍ୟଙ୍କ ସହ ଆଲୋଚନା କରିବେ। ଏହାପରେ ସେ ‘କେନ୍ଦୁଝରର ଜନଜାତି: ଲୋକ, ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ରକୁ ଉଦଘାଟନ କରିବା ସହ ଧରଣୀଧର ବିଶ୍ୱବିଦ୍ୟାଳୟର ଉତ୍ତର କ୍ୟାମ୍ପସ, କେନ୍ଦୁଝର ଠାରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବେ।ସନ୍ଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଆସନ୍ତା ୧ ତାରିଖରେ ରାଷ୍ଟ୍ରପତି ଭଞ୍ଜ ବିହାରସ୍ଥିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129