କେନ୍ଦୁଝର ଗୋନାସିକାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ – ଜନଜାତିଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ଉପରେ ଗୁରୁତ୍ବ

କେନ୍ଦୁଝର ;୨୯/୦୨(ବ୍ୟୁରୋ): କେନ୍ଦୁଝରର ଗୋନାସିକାରେ ଜୁଆଙ୍ଗ ଜନଜାତିଙ୍କ ସହ ଆଲୋଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜନଜାତିଙ୍କ ଆର୍ଥିକ ବିକାଶ ସହ ସ୍ୱାବଲମ୍ବୀ ଉପରେ ଗୁରୁତ୍ୱ ଦିଆଯିବ ବୋଲି କହିଥିଲେ। ଦେଶ, ସମାଜ, ଘରର ଉନ୍ନତି ପାଇଁ ପୁରୁଷ ଓ ମହିଳାଙ୍କ ଉନ୍ନତି ଆବଶ୍ୟକ । ଶିକ୍ଷା ହିଁ ଜୀବନକୁ ଭଲ ଭାବରେ ବଞ୍ଚିବାର ମାର୍ଗ ଦେଖାଇଥାଏ ।ଯେତେ କଠିନ ପରିସ୍ଥିତି ହେଲେ ବି ପାଠ ପଢ଼ିବା ବୋଲି କହିଛନ୍ତି ରାଷ୍ଟ୍ରପତି । କୌଶଳ ବିକାଶ ଉପରେ ଗୁରୁତ୍ବ ଦିଆଯାଉଥିବା କହିଛନ୍ତି ମହାମହିମ ।
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ର ଗୋନାସିକାର ସ୍କୁଲ ପଡିଆ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଆଙ୍ଗ ଓ ପାଉଡି ଭୂୟାଁ ଜନଜାତିଙ୍କୁ ମିଳୁଥିବା ସରକାର ଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଜନଜାତିର ଗ୍ରାମ ମୁଖ୍ୟ ତଥା ସର୍ଦ୍ଦାରମାନଙ୍କୁ ପୁରସ୍କୃତ କରିଥିଲେ । ତାପରେ ଚାଲି ଚାଲି ଯାଇ ରାସ୍ତା ରେ ଛୋଟ ଛୁଆଙ୍କୁ ଚକୋଲେଟ ବଣ୍ଟନ କରିଥିଲେ । ଏହାପରେ ରାଷ୍ଟ୍ରପତି ଧରଣୀଧର ବିଶ୍ବବିଦ୍ୟାଳୟରେ ଜନଜାତି ଶୀର୍ଷକ ଓ ଆଲୋଚନାଚକ୍ରକୁ ଉଦଘାଟନ କରିଛନ୍ତି । ପରେ ଭୁବନେଶ୍ବର ଆସି ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ। ଟ୍ବିନ୍ ସିଟିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ପାଇଁ ୫୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129