ଏମ୍‌.ପି ଆଶାରେ ଏବେ ଟିକି ବେହେରା

ବ୍ୟାସନଗର,୦୧/୦୩(ବସନ୍ତ କୁମାର ପାତ୍ରଙ୍କ ଠାରୁ ): ୨୯ ଫେବୃଆରୀ (ଗୁରୁବାର) ଏଗାର ଘଟିକା ସମୟରେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲଙ୍କ କୋପଣ୍ଡ ସ୍ଥିତ ବାସଭାବନରେ ସକାଳ ୧୦ ଘଟିକା ସମୟରେ ବି.ଜେ.ପି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବି.ଜେ.ପିର ଏମ୍‌.ପି ଆଶାୟୀ ପ୍ରାର୍ଥୀ ଶ୍ରୀମତୀ ଟିକି ବେହେରା ଯୋଗ ଦେବା ସହିତ ତାଙ୍କ ସହକର୍ମୀଙ୍କ ମଧ୍ୟରୁ ଅନିରୁଦ୍ଧ ସାହୁ, ଶର୍ମିଳା ଦେଓ, ମହେନ୍ଦ୍ର ଓଝା, ବିରଜା ପ୍ରସାଦ ଦାସ, ବସନ୍ତ ଜେନା, ସୁକାନ୍ତ ରାଉତ, ସଞ୍ଜୟ ସାହୁ, ବି.ଜେ.ପିର ଟାଣୁଆ ନେତା ଅରୁଣ ଦାସ, ନିରଞ୍ଜନ ଭାଟିଆ, ସଦାନନ୍ଦ ଭାଇ, ଜଗନ୍ନାଥ ମଲ୍ଲିକ, ବି.ଜେ.ପିର ଆଗଧାଡିର ବରିଷ୍ଠ ଟାଣୁଆ ନେତା ତଥା ସମାଜ ସେବୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ସାମଲ, ବିଶ୍ୱନାଥ ସିଂ ପ୍ରମୁଖ ଯୋଗ ଦେଇ କିଭଳି ଶ୍ରୀମତି ବେହେରାଙ୍କୁ ସହଯୋଗ କରିବେ ଓ ଜିଲ୍ଲାରେ ନୂଆ ବାତାବରଣ ସୃଷ୍ଟି କରିବେ ଏହାକୁ ନେଇ ଏକ ବିଶେଷ ଆଲୋଚନା ହୋଇଯାଇଛି । ଶେଷରେ ବି.ଜେ.ପିର ଛାମୁଆ ନେତା ପଦ୍ମଲୋଚନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129