୨୦୨୪ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ

ଭୁବନେଶ୍ୱର ୦୨/୦୪(ବ୍ୟୁରୋ): ଓସେପା ପକ୍ଷରୁ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀ ପାଇଁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଛି।୨୦୨୪ ଶିକ୍ଷାବର୍ଷ ପାଇଁ ପ୍ରକାଶିତ କ୍ୟାଲେଣ୍ଡରରେ ସମସ୍ତ ଛୁଟି ବିବରଣୀ ପ୍ରକାଶ ପାଇଛି । ଏହି ପରିପ୍ରେକ୍ଷୀରେ ଆସନ୍ତା ମେ ୬ରୁ ସ୍କୁଲରେ ଖରା ଛୁଟି ।ଚଳିତ ବର୍ଷ ମେ ୬ ତାରିଖରୁ ସ୍କୁଲରେ ଖରାଛୁଟି ଆରମ୍ଭ ହୋଇ ୧୭ ଜୁନ ପର୍ଯ୍ୟନ୍ତ ଛୁଟି ରହିବ।ତେବେ ଶିକ୍ଷା କ୍ୟାଲେଣ୍ଡରକୁ କଡ଼ାକଡ଼ି ପାଳନ ଲାଗି ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସ୍କୁଲରେ କେତେ ସମୟ ରହିବେ ଶିକ୍ଷକ ଶିକ୍ଷୟତ୍ରୀ:-
୨୦୨୪ ଶିକ୍ଷାବର୍ଷରେ ୨୩୧ଟି କାର୍ଯ୍ୟ ଦିବସ ରହିଛି । ଆସନ୍ତା ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ଖରାଛୁଟି ପାଇଁ ସମସ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ବିଶେଷ ଭାବରେ ବିଦ୍ୟାଳୟରେ କାର୍ଯ୍ୟ ସମୟ ସକାଳ ସାଢ଼େ ୯ଟା ୩୦ରୁ ଅପରାହ୍ନ ସାଢ଼େ ୪ଟା ୩୦ ପର୍ଯ୍ୟନ୍ତ ପାଠପଢା ରଖାଯାଇଛି । ଶନିବାର ଦିନ ସକାଳ ୭ଟାରୁ ଦିନ ୧ଟା ଯାଏଁ ପାଠପଢ଼ା ହେବ । ଏହା ସହ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଶିକ୍ଷକ ଶିକ୍ଷୟତ୍ରୀ ରହିବା ବାଧ୍ୟତାମୂଳକ । ତେବେ ସ୍କୁଲରେ ୨୩୧ଟି କାର୍ଯ୍ୟ ଦିବସ ରହିଛି । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୨୨/୧୪୪୧୭ ଦିଆଯାଇଛି ।
କେଉଁ ମାସରେ କେତେଟା କାର୍ଯ୍ୟ ଦିବସ:-

ଏପ୍ରିଲ ମାସରେ ୨୩ଟି କାର୍ଯ୍ୟଦିବସ ରହିଥିବା ବେଳେ ମଇରେ ୪ଟି, ଜୁନରେ ୧୧ଟି, ଜୁଲାଇରେ ୨୫, ଅଗଷ୍ଟରେ ୨୪ ଲେଖାଏଁ କାର୍ଯ୍ୟ ଦିବସ ରହିଛି । ସେହିପରି ଭାବରେ ସେପ୍ଟେମ୍ବରରେ ୨୨, ଅକ୍ଟୋବରରେ ୧୭, ନଭେମ୍ବରରେ ୨୩, ଡିସେମ୍ବରରେ ୧୮, ଜାନୁଆରୀରେ ୨୨, ଫେବୃଆରୀରେ ୨୩ ଓ ମାର୍ଚ୍ଚରେ ୨୧ଟି ଲେଖାଏଁ କାର୍ଯ୍ୟ ଦିବସ ରହିଛି । ମୋଟ ଆକାରରେ ୮୨ଟି ଛୁଟି ରହିଥିବା ବେଳେ ୫୨ଟି ରବିବାର ରହିଛି ।
ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଆସେସମେଣ୍ଟ:-
୨୦୨୪ ଜୁଲାଇ ଚତୁର୍ଥ ସପ୍ତାହରେ ଫରମେଟିଭ୍-୧, ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମ୍ମେଟିଭ୍-୧, ୨୦୨୫ ଜାନୁଆରୀ ପ୍ରଥମ ସପ୍ତାହରେ ଫରମେଟିଭ୍-୨ ଏବଂ ମାର୍ଚ୍ଚ ତୃତୀୟ ସପ୍ତାହରେ ସମ୍ମେଟିଭ୍-୨ ପାଇଁ ଧାର୍ଯ୍ୟ କରାଯାଇଛି । ଫେବୃଆରୀ ଦ୍ଵିତୀୟ ସପ୍ତାହରେ ପାଠ ପଢାର ରିଭିଜନ୍ କରିବେ । ଅନ୍ୟପଟେ ମାର୍ଚ୍ଚ ୪ର୍ଥ ସପ୍ତାହରେ ଖରା ଛୁଟି କରାଯିବ । ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଆସେସମେଣ୍ଟ :-
ଏପଟେ ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ଆସେସମେଣ୍ଟ ରହିଛି । ତେବେ ଏକାଡେମିକ କ୍ୟାଲେଣ୍ଡର ଅନୁଯାୟୀ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ୨୦୨୫ ମସିହା ଫେବୃଆରୀ ମାସରେ ଶେଷ ସପ୍ତାହରେ ବାର୍ଷିକ ପରୀକ୍ଷା ଦେବେ । ଏପଟେ ନବମ ଶ୍ରେଣୀ ପିଲାଙ୍କର ୨୦୨୫ ମସିହା ମାର୍ଚ୍ଚ ଦ୍ଵିତୀୟ ସପ୍ତାହରେ ବାର୍ଷିକ ପରୀକ୍ଷା ଦେବେ।ସୂଚନା ଯେ, ଅସହ୍ୟ ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ ଆରମ୍ଭ ହୋଇଯାଇଛି। ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ମର୍ଣ୍ଣିଂ କ୍ଲାସ ଆରମ୍ଭ ହେବ। ସକାଳ ୭ଟାରୁ ୧୧ଟା ୩୦ ମିନିଟ ଯାଏଁ ସକାଳୁଆ କ୍ଲାସ ସମୟ ରହିଛି।ତେବେ ଏହି କ୍ୟାଲେଣ୍ଡରର ଅନୁପାଳନ ଲାଗି ପ୍ରଧାନଶିକ୍ଷକଙ୍କ ସମେତ ଜିଲ୍ଲା ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129