ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ , କଳିଙ୍ଗନଗର ତରଫରୁ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ ଓ ଏକ ବିଶାଳ ସଚେତନତା ରାଲି ସହ ସହର ପରିକ୍ରମା

ଯାଜପୁର;୦୮/୦୪(ବ୍ୟୁରୋ): ରବିବାର ବିଶ୍ଵ ସ୍ବାସ୍ଥ୍ୟ ଦିବସ ଅବସରରେ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ, କଳିଙ୍ଗନଗର ତରଫରୁ ଏକ ବିଶାଳ ସଚେତନତା ରାଲି ଆୟୋଜିତ ହୋଇଯାଇଛି। ଏଥି ସହ ଇଣ୍ଡିଆନ ମେଡ଼ିକାଲ ଆସୋସିଏସନ୍ ଯାଜପୁର ରୋଡ଼, ଲାଏନସ୍ କ୍ଳବ୍ ଯାଜପୁର ରୋଡ଼, ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ର ମିଳିତ ସହଯୋଗରେ ବିଶ୍ଵ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ଟାଟା ମେଡ଼ିକାର ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରି ଓ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲ ର ଛାତ୍ରଛାତ୍ରୀ ଓ ଆଇ ଏମ ଏ ର ସଦସ୍ୟଙ୍କୁ ପ୍ରଥମେ ଟାଟା ମେଡିକା ତରଫରୁ ସମସ୍ତଙ୍କୁ ଟି ସାର୍ଟ ଓ ଟୋପି ପ୍ରଦାନ କରାଯାଇଥିଲା।ସକାଳ ସାତ ଘଟିକାରେ କାଳୀ ମେଲଣ ପଡିଆ ଠାରୁ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଏକ ବିଶାଳ ସଚେତନତା ରାଲି ସହର ପରିକ୍ରମା କରିଥିଲା। ଛାତ୍ର ଛାତ୍ରୀ ଓ ଡାକ୍ତର ଙ୍କ ହାତରେ ମୋ ସ୍ବାସ୍ଥ୍ୟ ମୋ ଅଧିକାର ସହ ଅନେକ ସଚେତନତାର ବାର୍ତ୍ତା ଲିଖିତ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା। ସ୍ବାସ୍ଥ୍ୟ ସଚେତନତା ନାରା ରେ ସହର କମ୍ପି ଉଠିଥିଲା।ସଙ୍ଗୀତ ନିର୍ଦ୍ଦେଶକ ପ୍ରିୟରଞ୍ଜନ ବାନାର୍ଜୀଙ୍କ ଦ୍ଵାରା ମ୍ୟୁଜିକ୍ ପରିବେଷଣ କରାଯାଇଥିଲା। ଭାରତୀୟ ଚିକିତ୍ସକ ସଂଘ ସଂପାଦକ ଡ଼ ଗୌରୀ ଶଙ୍କର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡ଼ ପ୍ରସନ୍ନ କୁମାର ସାହୁ,ଟାଟା ମେଡିକା ର ଡ଼ ସୁଧାଂଶୁ ଶେଖର ସୁତାର, ଟାଟା ମେଡିକା ର ଏ ଜି ମ ଅପରେଶନ ମାନବେନ୍ଦ୍ର ରାୟ, ମାର୍କେଟିଂ ଵିଭାଗର ଜ୍ୟୋତି ରଞ୍ଜନ କର ଏବଂ ଅଜୟ ବେହେରା, ଡ଼ ସୁଦେଷ୍ଠା ଷଡ଼ଙ୍ଗୀ, ଡ଼ ହେମନ୍ତ କୁମାର ସାହୁ, ଡ଼ ନୃସିଂହ ଚରଣ ପରିଡା, ଡ଼ ସୁରେନ୍ଦ୍ର ସାହୁ, ଡ଼ ପ୍ରଶାନ୍ତ ଦାସ, ଡ଼ ରୁପାବର୍ଷାଣି ଘୋଷଙ୍କ ସହ ଲାଏନସ୍ କ୍ଲବ ର ହୃଦାନନ୍ଦ ସାମଲ, ପ୍ରଲବ୍ଧ ଜେନା, ପ୍ରଫୁଲ୍ଲ ସାମଲ,ଉପ ନଗରପାଳ ସୁବାସ ବଳ, ବରିଷ୍ଠ ସାମ୍ବାଦିକ ହାରାଧନ ବାନାର୍ଜୀ, ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ ଓ ଦେବ ଇଣ୍ଟର ନ୍ୟାସନାଲ ସ୍କୁଲର ଏକାଡେମିକ କୋର୍ଡିନେଟର ସୋନିଆ ବେଦୀଙ୍କ ସହ ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେବା ସହ ମୋ ସ୍ବାସ୍ଥ୍ୟ ମୋ ଅଧିକାର ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ। ସମସ୍ତଙ୍କର ପୂର୍ଣ୍ଣ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129