ବ୍ୟାସନଗର ମଧୁସୂଦନନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ରାଷ୍ଟୀୟ ସ୍ୱୟଂସେବକ ସଂଘ ତରଫରୁ ହିନ୍ଦୁ ନବବର୍ଷ ପାଳିତ

ବ୍ୟାସନଗର;  ୧୩/୦୪(ଅସିତ କୁମାରଙ୍କ ଠାରୁ ): ମଙ୍ଗଳବାର ବ୍ୟାସନଗର ସ୍ଥିତ ମଧୁସୂଦନନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ରାଷ୍ଟୀୟ ସ୍ୱୟଂ ସେବକ ସଂଘ ଦ୍ୱାରା ହିନ୍ଦୁ ନବବର୍ଷ ବହୁତ ଧୁମଧାମ ରେ ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ପୂର୍ବରୁ ଆଦ୍ୟ ସରସଂଘ ପ୍ରଣାମ ସଂଘ ର ପ୍ରତିଷ୍ଠାତା ଡ଼କ୍ଟରଜୀ ଦିଆଯାଇଥିଲା l ତାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ନଗର ସଂଘ ଚାଳକ ରବି ନାରାୟଣ ରାଉତ, ବାଲେଶ୍ୱର ବିଭାଗ ର ସହ -ବିଭାଗ କାର୍ଯ୍ୟାବାହ ବରୁଣ ଭାଇ, ମୁଖ୍ୟ ଅତିଥି ଅବସର ପ୍ରାପ୍ତ ଅଧକ୍ଷ ସୁକିନ୍ଦା ମହାବିଦ୍ୟାଳୟର ଦେବେନ୍ଦ୍ର ଚକ୍ର, ମୁଖ୍ୟ ବକ୍ତା ଭାବେ ଯାଜପୁର ଜିଲ୍ଲାର ସେବା ପ୍ରମୁଖ ରମେଶ ନାୟକ ଉପସ୍ଥିତ ଥିଲେ l ମୁଖ୍ୟ ଶିକ୍ଷକ ଭାବେ ରାଜୁ ଭାଇ, ପ୍ରାର୍ଥନା ପ୍ରମୁଖ ବିଷ୍ଣୁ ଭାଇ ଥିଲେ l ମୁଖ୍ୟ ବକ୍ତା ରମେଶ ଭାଇ ଡ଼କ୍ଟର ଜି ଙ୍କ ଜୀବନୀ ଉପରେ ଆଲୋକ ପାତ କରିବା ସହିତ ନବ ବର୍ଷ ବିଷୟରେ ଆଲୋକ ପାତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ସହଭୋଜର ମଧ୍ୟ ବ୍ୟବସ୍ଥା ହୋଇଥିଲା l କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ନଗର ର ସମସ୍ତ ସ୍ୱୟଂ ସେବକ ଏବଂ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ତପନ ଭାଇ।

ଅସିତ କୁମାର ଦାସ (ଜିଲ୍ଲା ପ୍ରତିନିଧି)

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129