ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ପ୍ରଥମ ପର୍ଯ୍ୟାୟ ତାଲିମ ଅନୁଷ୍ଠିତ

ଯାଜପୁର; ୧୩/୦୪(ଅସିତ୍ କୁମାର ଙ୍କ ଠାରୁ): ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆଙ୍କ ଅଧ୍ୟକ୍ଷତାରେ ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କ ପ୍ରଥମ ପର୍ଯ୍ୟାୟ ତାଲିମ ଅନୁଷ୍ଠିତ ହୋଇଯାଇଚ୍ଥି । ଏହି କାର୍ଯ୍ୟକ୍ରମକୁ ଓଡିଶା ଜୀବିକା ମିଶନ ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ପ୍ରଶାନ୍ତ କୁମାର ପାଢୀ ସଂସାଧକ ଭାବେ ଯୋଗ ଦେଇ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବା ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ଗୁଡିକୁ କିଭଳି ଭାଭେ ଖର୍ଚ୍ଚ ରେଜିଷ୍ଟରରେ ଲିପିବଦ୍ଧ କରିବେ, ସେ ସମ୍ୱନ୍ଧରେ ପାୱାର ପଏଣ୍ଟ ଉପକରଣରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବେହୁରିଆ କହିଲେ ଯେ, ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ମାନଙ୍କ ପ୍ରାର୍ଥୀ ମାନଙ୍କ ଖର୍ଚ୍ଚକୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶମତେ ତଦାରଖ କରି ସେଗୁଡିକୁ ଖର୍ଚ୍ଚ ରେଜିଷ୍ଟରରେ ନିୟମିତ ଲିପିବଦ୍ଧ କରିବା ସହ ପ୍ରାର୍ଥୀ ମାନଙ୍କର ଖର୍ଚ୍ଚ ନିର୍ବାଚନ କମିଶନ ସ୍ଥିର କରିଥିବା ସିଲିଂ ରେ ଲୋକସଭା ପ୍ରାର୍ଥୀ ଓ ବିଧାନ ସଭା ପ୍ରାର୍ଥୀ ମାନଙ୍କ ନିମନ୍ତେ ଯଥାକ୍ରମେ ୯୫ ଲକ୍ଷ ଓ ୪୦ ଲକ୍ଷ ଖର୍ଚ୍ଚ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକମାନେ ସାଡୋ ରେଜିଷ୍ଟରରେ ସେମାନେ ନିଯୁକ୍ତ ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ଲିପିବଦ୍ଧ କରିବାକୁ ପରାମର୍ଶ ଦେଇଥିଲେ । ସି ଭିଜିଲ ସେଲ, ଷ୍ଟାଟିଂ ସର୍ଭେଲାନ୍ସ ଟିମ୍‌, ଭିଡିଓ ସର୍ଭେଲାନ୍ସ ଓ ଭିଡିଓ ଭ୍ୟୁଇଂ ଟିମ୍ ଓ ଏମ୍‌ସିଏମ୍‌ସି ସହ ସମନ୍ୱୟ ରକ୍ଷା କରି ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ବା ତାଙ୍କ ପ୍ରତିନିଧିଙ୍କ ଦ୍ୱାରା ସେମାନେ ନିଜର ପ୍ରଚାର ପାଇଁ ଖର୍ଚ୍ଚ କରୁଥିବା ବିଭିନ୍ନ ଦିଗର ଖର୍ଚ୍ଚକୁ ଉଭୟ ରେଜିଷ୍ଟର ସହ ୩ ଥର ପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସହକାରୀ ଆୟୁକ୍ତ, ସିଟିଜିଏସ୍‌ଟି ସହକାରୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇ ତାଲିମ ଗ୍ରହଣ କରିଥିବା ବେଳେ ସେମାନଙ୍କ ସହିତ ଆକାଉଣ୍ଟିଂ ଟିମ୍ କର୍ମକର୍ତ୍ତାମାନେ ପ୍ରଶିକ୍ଷଣ ନେଇଥିଲେ ।

ଅସିତ୍ କୁମାର ଦାସ (ଜିଲ୍ଲା ପ୍ରତିନିଧି )

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129