ଯୋକଡିଆ ନିକଟ ଖରସ୍ରୋତା ନଦୀରେ ଅଘଟଣ , ନଦୀରେ ଗାଧାଉଥିବା ବେଳେ ପାଣିରେ ଭାସିଯାଇ ୨ ଭାଇ ନିଖୋଜ

ବ୍ୟାସନଗର;୧୮/୦୪ (ଅସିତ୍ କୁମାର ଦାସ ଙ୍କ ଠାରୁ): ଯାଜପୁର ରୋଡ ଯୋକଡିଆ ନିକଟ ଖରସ୍ରୋତା ନଦୀରେ ଅଘଟଣ , ନଦୀରେ ଗାଧାଉଥିବା ବେଳେ ପାଣିରେ ଭାସିଯାଇ ୨ ଭାଇ ନିଖୋଜ। ବ୍ୟାସନଗର ସହରରୁ ୦୫ କି.ମି ଦୂରରେ ଅବସ୍ଥିତ ଯୋକଡ଼ିଆ ନିକଟରେ ବହିଯାଇଥିବା ପ୍ରଖର ‘ଖରସ୍ରୋତା ନଦୀ’ରେ ବ୍ୟାସନଗର ସହରର ଫେରୋକ୍ରୋମ କଲୋନି ଗେଟ୍ ଅଞ୍ଚଳର ତଥା ୦୩ନଂ ୱାର୍ଡ଼ର ୦୫ ଜଣ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ବିପଦ ଭଂଜନ ସ୍ୱାଇଁଙ୍କ ୦୨ ନାତି, ଶିବାନନ୍ଦ କ୍ଲବର ଦୁଇ ଉଦୀୟମାନ ଯୁବକ ତଥା ଦୁଇଭାଇ ଶାଶ୍ୱତ କୁମାର ସ୍ୱାଇଁ (ସିପୁ),୨୪ ବର୍ଷ  ଓ ସାନଭାଇ ସ୍ୱସ୍ତିକ ରଂଜନ ସ୍ୱାଇଁ (ଗୁଲୁ), ୨୦ ବର୍ଷ, ଗଭୀର ନଦୀ ଜଳରେ ବୁଡ଼ିଯାଇ ନିଖୋଜ ହୋଇଥିବା ସୂଚନା ମିଳିଛି । ପ୍ରବଳ ଗରମ ପଡ଼ିଥିବା ବେଳେ ଏଥିରୁ ସାମୟିକ ଖୁସି ହେବା ପାଇଁ ନିକଟସ୍ଥ ଯୋକଡ଼ିଆ ଯାଇ ପାଞ୍ଚ ଜଣ ସାଙ୍ଗ ନଦୀ କୂଳରେ ପ୍ୟାଂଟ ସାର୍ଟ ରଖି ଗାଧୋଇବାକୁ ଯାଇଥିଲେ ।ବାଡି ଜରିଆରେ ପାଣିର ଉଚ୍ଚତା ମାପୁଥିବା ବେଳେ ବଡ ଭାଇ ଗଣ୍ଡରେ ବୁଡ଼ି ଯାଇଥିଲେ । ବଡ ଭାଇ ନ ଉଠିବା ଫଳରେ ସାନ ଭାଇ ତାଙ୍କୁ ଖୋଜିବାକୁ ଯାଇଥିବା ବେଳେ ସେ ମଧ୍ୟ ଗଭୀର ଜଳରେ ଫସି ଯାଇଥିଲେ । ଅନ୍ୟ ୦୩ ଜଣ ସାଙ୍ଗ ଏକଥା ଦେଖି ଅବାକ ହୋଇଯାଇଥିଲେ । ଶାଶ୍ୱତ ବିବାହିତ ଅଟନ୍ତି । ତାଙ୍କ ଜେଜେ ବିପଦ ଭଂଜନ ସ୍ଥାନୀୟ ଫେରୋକ୍ରୋମ କାରଖାନାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟକରି କିଛି ବର୍ଷ ତଳୁ ଅବସରଗ୍ରହଣ କରି ଫେରୋକ୍ରୋମ କଲୋନି ନିକଟସ୍ଥ ଶିବାନନ୍ଦନଗରରେ ବସବାସ କରୁଥିଲେ । ନିଖୋଜ ୦୨ ଭାଇଙ୍କ ମାଆ ଉତ୍କଟ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ କିଛିଦିନ ପୂର୍ବେ ଅପେରେସନ୍ ହୋଇଥିଲେ । ଏକଥା ପ୍ରଘଟ ହେବା ପରେ ଯାଜପୁରରୋଡ଼ ଅଂଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ବହୁ ବ୍ୟକ୍ତି ଓ ଯୁବକ ଯୋକଡ଼ିଆକୁ ଯାଇ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି । ହେଲେ ସେ ଦୁହିଁଙ୍କୁ ଏବେ ସୁଦ୍ଧା ଠାବ କରାଯାଇପାରିନାହିଁ । ପୋଲିସ, ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବାବେଳେ କୌଣସି ସନ୍ଧାନ ମିଳି ପାରିନାହିଁ। ଘଟଣା ପରେ ଯୋକଡ଼ିଆ ଅଂଚଳ ଲୋକାରଣ୍ୟ ହୋଇପଡିଛି ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129