କୋରାଇ ସଂଗ୍ରାମ ସମିତି ଚଳିତ ନିର୍ବାଚନ ରେ କୌଣସି ଦଳୀୟ ପ୍ରାର୍ଥୀ ଙ୍କ ପାଇଁ ପ୍ରଚାର କରିବ ନାହିଁ

ଯାଜପୁର /ବ୍ୟାସନଗର;୧୯/୦୪(ଅସିତ କୁମାର ଦାସଙ୍କ ଠାରୁ ): ଶୁକ୍ରବାର କୋରାଇ ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କୋରାଇ ନିର୍ବାଚନ ମଣ୍ଡଳୀରେ ଆଜକୁ ୧୫ ବର୍ଷଧରି ବିଭିନ୍ନ ଜନ ସମସ୍ୟାକୁ ନେଇ ସଂଗ୍ରାମ ସମିତି ଆନ୍ଦୋଳନ କରିଆସୁଥିବାରୁ ବିଭିନ୍ନ ରାଜନୈତିକ ଦଳର ଆକ୍ରୋଶ ରେ ଶିକାର ହୋଇ ବହୁ କାର୍ଯ୍ୟକର୍ତା ମାନଙ୍କ ଉପରେ ଏବେବି ମିଥ୍ୟା ମକଦମା ଚାଲୁ ରହିଛି । ବହୁ ସମୟଧରି ବିଜେଡି ବିଜେପି ଦଳର ବିଧାୟକ ମାନେ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ବୈତରଣୀ ନଦୀ ଅଂଚଳରେ ବିଶେଷ କରି ରଣପୁର ଠାରୁ ମକୁନ୍ଦପୁର ବନ୍ଦlଳୋ ଅମୃତିଆ ଦେଇ ମୂଳାପାଳ ପର୍ଯ୍ୟନ୍ତ ଯାଇ ଥିବା ଆଡିବନ୍ଧକୁ ସଠିକ ଭାବେ ନିର୍ମାଣ ନ ହେବା ଦ୍ଵାରା ବନ୍ୟା ରେ ବହୁ ଧନ ଜୀବନ ଓ ଚାଷ ଜମି କ୍ଷତି ହୁଏ । କୋରାଇ ଅଂଚଳରେ ଜମିକୁ ଜଳସେଚନ ନ ହେବାରୁ ଶହ ଶହ ଏକର ଜମି ପଡିଆ ପଡିଛି, ଯାହା ସମଗ୍ର ଚାଷୀକୁଳ ସର୍ବଶାନ୍ତ ହେଇଥିବା ବେଳେ ବୈତରଣୀ ନଦୀକୁଳ ଠାରେ ୭ ଗୋଟି ବାଲି ଘାଟ ବେଆଇନ ଭାବେ ବାଲି ମାଫିଆ ମାନେ ବିନା ଲିଜ ରେ କଲିକତା ପରିବହନ କରିବା ଦ୍ଵାରା ସାଧାରଣ ରାସ୍ତା ଗୁଡିକ ଯାତାୟତ ବିପଯ୍ୟସ୍ତ ହୋଇ ପଡିଛି ।କୋରାଇ ନିର୍ବାଚନ ମଣ୍ଡଳୀ ରେ ବ୍ଲକ ଠାରୁ ଆରମ୍ଭ କରି ତହସିଲ ପର୍ଯ୍ୟନ୍ତ ସରକାରୀ ମାଫିଆ ମାନେ କାର୍ଯ୍ୟଳୟ ଗୁଡିକୁ ଦଖଲ କରି ବ୍ୟାପକ ଦୁର୍ନୀତି କରିବାକୁ ନେଇ ସଂଗ୍ରାମ ସମିତି ତାହାର ଆନ୍ଦୋଳନ ଜାରିରଖିବା ସହିତ ୨୦୧୮ମସିହା ରେ ତତ୍କାଳୀନ ବିଧାୟକ ବ୍ୟାସନଗର କୁ ସବଡ଼ିଭିଜନ ଘୋଷଣା କରି କାର୍ଯ୍ୟ ନ କରି ଘୋଷଣା ରେ ସୀମିତ ରଖିଵା ବ୍ୟାସନଗର ପୌରାଅଞ୍ଚଳ ରେ ରହିଥିବା ଜମିଜମା ମାମଲାକୁ ଫଇସଲା ନ ହେବା ଦ୍ଵାରା ବିକ୍ରୀ ଖରିଦ ହୋଇପାରୁ ନାହିଁ । ଏପରି କି ପୌରାଅଞ୍ଚଳ ରେ ବିଭିନ୍ନ ୱାର୍ଡ ରେ ପିଇବା ପାଣି ର ସମସ୍ୟା ଉତ୍କଟ ପରିଲକ୍ଷିତ ହେଉଥିବା ବେଳେ କଳିଙ୍ଗନଗର ଶିଳ୍ପାଞ୍ଚଳ ରେ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ନ ଦେଇ ଅଣ ଓଡ଼ିଆ ବାହର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି ।ଏପରିକି ବ୍ୟାସନଗର ଅଞ୍ଚଳ ରେ ବିଭିନ୍ନ ସରକାରୀ ଦପ୍ତର ଗୁଡିକୁ ଯାଜପୁର ଉଠାଇ ନେବା ପଦକ୍ଷପ କୁ ଆଜିର ଆଲୋଚନା ଚକ୍ର ରେ ମୁଖ୍ୟ ପ୍ରସଙ୍ଗ ଥିଲା କୋରାଇ ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତି ଙ୍କୁ କଂଗ୍ରେସ ଦଳ କୋରାଇ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାଥୀ ଚୟନ କରି ଶେଷମୁହୂର୍ତ ରେ ପରିବର୍ତନ କରିବା ଘଟଣା ଆଜିର ଆଲୋଚନା ଚକ୍ର ରେ କର୍ମୀ ମାନଙ୍କ ମଧ୍ୟ୍ୟ ରେ ଉଦବେଗ ପ୍ରକାଶ ପାଇଥିଲା । ବୈଠକ ଶେଷରେ ଆଲୋଚନାର ସିଦ୍ଧାନ୍ତ ଅନୁଯାଇ କୋରାଇ ନିର୍ବାଚନ ମଣ୍ଡଳୀ ରେ ପ୍ରତିଦ୍ବନ୍ଦିତା କରୁଥିବା ବିଭିନ୍ନ ଦଳର ପ୍ରାଥୀ ମାନଙ୍କ ପ୍ରଚାର ପ୍ରକ୍ରିୟା ରେ ସାମିଲ ନ ହେବା ପାଈଁ ଏକ ଘୋଷଣା ପତ୍ର ଜାରି କରାଯାଇଥିଲା ଏହାର ପ୍ରତିବାଦ ରେ କୋରାଇ ବୁଥ କମିଟିରେ ଥିବା ୬୪ଜଣ କାର୍ଯ୍ୟକର୍ତ୍ତା ନିଜ ଦାୟିତ୍ୱରୁ ଇସ୍ତଫା ଦେଇ ଥିବା ଏକ ପତ୍ର ରେ ପ୍ରକାଶ କରିଥିଲେ । ଏହି ଆଲୋଚନା ଚକ୍ର ରେ ସଂଗ୍ରାମ ସମିତି ର ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର ବିଭିନ୍ନ ଆନ୍ଦୋଳନ ଓ ଏହାର ସଫଳତା ଉପରେ ଆଲୋକପାତ କରି ଥିଲେ ।ସମିତିର ଉପସଭାପତି ଆଲୋକ ମହାନ୍ତି, ନିତ୍ୟାନନ୍ଦ ମହାଳିକ ,ମହେନ୍ଦ୍ର କୁମାର ନାୟକ ଓ ବରିଷ୍ଠ ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ ନିରଞ୍ଜନ ପରିଡା ପ୍ରଫୁଲ୍ଲ କୁମାର ନାୟକ ରାମଚନ୍ଦ୍ର ଦାସ, ପଦ୍ମନାଭ ନାୟକ, ପରୀକ୍ଷିତ ମଲିକ, ସତ୍ୟାନନ୍ଦ କାଣ୍ଡି, ବିଦ୍ୟାଧର ଜେନା ,ବସନ୍ତ ଜେନା, ମହେନ୍ଦ୍ର ମହାପାତ୍ର, ଦିଲୀପ ରଥ ,ସୁକାନ୍ତ ରଣା, ଅଜୟ ପଣ୍ଡା ,ଅଶୋକ ଜେନା, ବେଣୁଧର ରଣା, ରାଘବ ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ ,ମଧୁସୂଦନ ରାଉତ, ଆଲୋକ ଜେନା, ବ୍ରଜକିଶୋର ପଟନାୟକ, ମାଗୁଣି ଓଝା ,ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରି ଆଗାମୀ ଦିନରେ କୋରାଇ ଅଂଚଳରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ |

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129