ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ୭୫ ତମ ସାଧାରଣତନ୍ତ୍ର ଦିବସ ଉତ୍ସାହର ସହ ପାଳିତ, ଭାରତର ସୁରକ୍ଷା ଆମର ନୈତିକ ଅଧିକାର ଓ କର୍ତ୍ତବ୍ୟ : ମୁଖ୍ୟ ଅତିଥି

ବ୍ୟାସନଗର; ୨୬/୦୧(ବ୍ୟୁରୋ): ଯାଜପୁର ଜିଲ୍ଲା କଳିଙ୍ଗନଗର ଅଞ୍ଚଳ କୁସୁନପୁର ସ୍ଥିତ ” ଦେବ ଇଣ୍ଟର ନ୍ୟାସନାଲ ସ୍କୁଲରେ ୭୫ ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ନାରାୟଣ ଚନ୍ଦ୍ର ପତି ଓ ବିଦ୍ୟାଳୟର ମୁଖ୍ୟ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା , ଅଧ୍ୟକ୍ଷ ବୁଦ୍ଧଦେବ ରାଉତ, ଉପପ୍ରଧାନାଚାର୍ୟ ଆର ଏନ ରୟତ ସିଂ , ଏକାଡେମୀକ କୋର୍ଡିଁନେଟର ସୋନିଆ ବେଦୀ,ସି ସି ଏ ପରିଚାଳକ ବଲବିର୍ ସିଂ ଓ ଯୋଗେନ୍ଦ୍ର କୁମାର ପଣ୍ଡା ଯୋଗଦେଇ ପ୍ରଥମେ ଶହୀଦ ମାନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଆନୁଷ୍ଠାନିକ ଢଙ୍ଗରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଓ ଦେଶାତ୍ମବୋଧକ ସଙ୍ଗୀତ ଗାନ କରାଯାଇଥିଲା।ଛାତ୍ରଛାତ୍ରୀ ମାନେ ଜାତୀୟ ପତାକାକୁ ଅଭିବାଦନ ଜଣାଇ ସମ୍ମାନ ଓ ଅଖଣ୍ଡତା ବଜାୟ ରଖିବାକୁ ପ୍ରତିଶ୍ରୁତି ଦେବା ସହ ଚିତ୍ତାକର୍ଷକ ପ୍ୟାରେଡ ପରିବେଷଣ କରିଥିଲେ। ଜୟକାର ଧ୍ବନିରେ କମ୍ପି ଉଠିଥିଲା ବିଦ୍ୟାଳୟ ପରିସର। ମୂଖ୍ୟ ଅତିଥି ଓ ପ୍ରଶାସନିକ ଅଧିକାରୀ ନିଜ ଅଭିଭାଷଣରେ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ମାତୃଭୂମି ପ୍ରତି ଉତ୍ସାହ ଏବଂ ପ୍ରେମ ଜାଗୃତ କରାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ସମସ୍ତଙ୍କୁ ଦେଶ ପାଇଁ ଉତ୍ସର୍ଗୀକୃତ ହେବା ପାଇଁ ପ୍ରେରଣା ପ୍ରଦାନ କରିଥିଲେ। କୁନି କୁନି ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା।ନୃତ୍ୟ ଗୀତର ତାଳେ ତାଳେ ମଜିଥିଲେ ଛାତ୍ରଛାତ୍ରୀ ଓ ଆନନ୍ଦ ଉତ୍ସାହର ସହ ଉପଦ୍ଭୋଗ କରିଥିଲେ ଅଭିଭାବକଗଣ।ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବିଦ୍ୟାଳୟର ଅଧ୍ୟାପକ ସହଦେବ ପଣ୍ଡା, ସତ୍ୟନାରାୟଣ ପଣ୍ଡା,ବିଦ୍ୟାଧର ପରିଡା, ସ୍କାଉଟ୍ ମାଷ୍ଟର ଶ୍ରିମନ୍ତ କୁମାର ରାୟ,ଏନ୍ ସି ସି ମାଷ୍ଟର ସୁକାନ୍ତ ପାତ୍ର,ନୃତ୍ୟ ଶିକ୍ଷିକା ପ୍ରିୟଙ୍କା ଓ କିରଣ ମ୍ୟାଡମ୍, ମଞ୍ଚ ସଜବାଜ କରିଥିଲେ ଚିତ୍ରକାର ଅରୁଣ କୁମାର ଜେନା ଓ ଉଦୟ କୁମାର ଓଝା ଏଥିସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପୂର୍ଣ୍ଣ ସହଯୋଗ କରିଥିଲେ।ଶେଷରେ କୋର୍ଡିନେଟର ସୋନିଆ ବେଦୀ ଧନ୍ୟବାଦ ଅର୍ପଣ କରିଥିଲେ।

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129