ଯାଜପୁର ଜିଲ୍ଲା ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ୪ ଗୋଟି ବ୍ଳ୍‌କର ବୁଥ୍ ଦାୟିତ୍ୱ ସଂପାଦନ ନିମନ୍ତେ ଅପିଂସରଙ୍କୁ ତାଲିମ

ଯାଜପୁର;୨୫/୦୪(ବ୍ୟୁରୋ): ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ସଦର ମହକୁମାର ନୃସିଂହ ଚୈାଧୁରୀ ଅଟୋନମସ ମହାବିଦ୍ୟାଳୟରେ ଚଳିତ ଏକକାଳୀନ ଯାଜପୁର ଜିଲ୍ଲା ସାଧାରଣ ନିର୍ବାଚନ -୨୦୨୪ ବୁଥ୍ ଦାୟିତ୍ୱ ସଂପାଦନ କରିବା ନିମନ୍ତେ ଜିଲ୍ଲାର କୋରାଇ, ସୁକିନ୍ଦା, ରସୁଲପୁର ଏବଂ ଦାନଗଦୀ ବ୍ଳକରେ ବୁଥ୍ କାର୍ଯ୍ୟ ଆସନ୍ତା ଜୁନ୍ ୧ ତାରିଖ ମତଦାନ ଦିବସରେ ସୁଚାରୁ ରୂପେ ସମ୍ପାଦନ ନିମନ୍ତେ ୧୪୦୦ ପାଂଷ୍ଟ ପୁଲିଂ ଓ ପ୍ରିଜାଇଡିଂ ଅପିଂସରଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ୧୫ ଗୋଟି ପ୍ରଶସ୍ତ କକ୍ଷ ମଧ୍ୟରେ ତାଲିମ ପ୍ରଦାନ କରାଯାଇଚ୍ଥି । ଏହି ତାଲିମ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ନିର୍ଦ୍ଦେରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବଂ ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଲିକ ଏବଂ ଶାଶ୍ୱତୀ ସାଡୁଆଳଙ୍କ ସଂଚାଳନରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମାଷ୍ଟର ଟ୍ରେନର ଭାବେ ବିଡିଓ, ଦାନଗଦୀ ଶ୍ରୀ ସାରଦା ପ୍ରସନ୍ନ ପଣ୍ଡା, ବିଡିଓ, ସୁକିନ୍ଦା ଶ୍ରୀ ଅଭିଷେକ ସ୍ୱାଇଁ, ବିଡିଓ, କୋରାଇ ଶ୍ରୀ ଅଶୋକ କୁମାର ମାଝି, ତହସିଲଦାର, ସୁକିନ୍ଦା ଦମୟନ୍ତୀ ସାହୁ, ତହସିଲଦାର, ବ୍ୟାସନଗର ଶ୍ରୀ ଦେବାଶିଷ ରାଉତ, ବ୍ୟାସନଗର ପୈାର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ତରୁଣ କୁମାର ମହାପାତ୍ର, ଅତିରିକ୍ତ ତହସିଲଦାର, ସୁକିନ୍ଦା ଶ୍ରୀ ପ୍ରିୟ ରଂଜନ ଜେନା, ଅତିରିକ୍ତ ତହସିଲଦାର, ବ୍ୟାସନଗର ଶ୍ରୀ ପ୍ରସନ୍ନ କୁମାର ମହାନ୍ତି, ଏବିଡିଓ, ଦାନଗଦୀ ଶ୍ରୀ ଦେବୀ ପ୍ରସାଦ ଜେନା, ଏବିଡିଓ, କୋରାଇ ଶ୍ରୀ ଭରତ କୁମାର ବେହେରା, ବି.ଇ.ଓ., ଦାନଗଦୀ ଶ୍ରୀ ଶୁଭ୍ରାଂଶୁ ପୁହାଣ, ସହକାରୀ ନିବିାହୀଯନ୍ତ୍ରୀ, ଦାନଗଦୀ ଶ୍ରୀ ଦେବୀଦତ୍ତ ରାଉତ ଙ୍କ ସମେତ ସହକାରୀ ନିର୍ବାହୀ ଯନ୍ତ୍ରୀ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ, ଜିପିଇଓ, ବ୍ଳକ କନିଷ୍ଠ ଯନ୍ତ୍ରୀ, ସିଆର୍‌ସିସି, ସହକାରୀ ଶିକ୍ଷକ, ବିଏସ୍‌ଏସ୍‌ଓ, ବୁଥ୍ ସୁପରଭାଇଜର ଙ୍କୁ ନେଇ ୨୬ ଜଣ ମାଷ୍ଟର ଟ୍ରେନର ଅଧିକାରୀ ତାଲିମ ପ୍ରଦାନ କରିଥିଲେ ।

ଏହି ପ୍ରଶିକ୍ଷଣ ପ୍ରକ୍ରିୟାରେ ନୂଆ କରି ନିଯୁକ୍ତି ମିଳିଥିବା ୪୨୯ ଜଣ କର୍ମଚାରୀଙ୍କୁ ପ୍ରଥମ ପର୍ଯ୍ୟାୟ ତାଲିମ ଦିଆଯାଇଥିବା ବେଳେ ୯୭୧ ଜଣ କର୍ମଚାରୀଙ୍କୁ ରିଫ୍ରେଶର ତାଲିମ ଦିଆଯାଇଥିଲା । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରିଜାଇଡିଂ ଅପିଂସର ଏବଂ ପାଂଷ୍ଟ ପୁଲିଂ ଅପିଂସର ମାନଙ୍କୁ ପ୍ରାଂଜଳ ଭାବେ ମତଦାନ ଦିବସ ଦିନ ପର୍ଯ୍ୟାୟ କ୍ରମେ ସମସ୍ତ କାର୍ଯ୍ୟ ଓ ଦାୟିତ୍ୱବୋଧତାର ନିର୍ବାଚନ ଆଦର୍ଶ ଆଚରଣ ବିଧି ଅନୁଯାୟୀ ଭୋଟ କେନ୍ଦ୍ରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ମକ୍‌ପୋଲ କରିବା, ଷ୍ଟାଚ୍ୟୁଟାରୀ ଓ ନନ୍‌-ଷ୍ଟାଚ୍ୟୁଟାରୀ ସାମଗ୍ରୀ ଗୁଡିକର ବ୍ୟବହାର ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରତ୍ୟେକ ବୁଥ୍‌ର ୧୦୦ ମିଟର ଚର୍ତୁପାଶ୍ୱର୍ରେ କୈାଣସି ପ୍ରଚାରଜନିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ ନାହିଁ ବୋଲି ମାଷ୍ଟର ଟ୍ରେନରମାନେ ପ୍ରିଜାଇଡିଂ ଅପିଂସର ଓ ପାଂଷ୍ଟ ପୁଲିଂ ଅପିଂସର ମାନଙ୍କୁ ବୁଝାଇ ଥିଲେ । ବୁଥର ମତଦାନ କକ୍ଷରେ ବାଲାଟ୍ ୟୁନିଟ୍ ରହୁଥିବା ସ୍ଥାନକୁ ବୁଥ୍ ନିମନ୍ତେ ନିଯୁକ୍ତି କର୍ମଚାରୀ, ଏଜେଣ୍ଟ ସମସ୍ତଙ୍କ ପାଇଁ ଗୋପନୀୟତା ବଜାୟ ରଖିବା ନିମନ୍ତେ ୩ ପାଶ୍ୱର୍ ଆବଦ୍ଧ କରିବା ଏବଂ ସେହି କକ୍ଷ ସଂଲଗ୍ନ ସମସ୍ତ ଝରକା, କବାଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମତଦାନ ସରିବା ପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରିଜାଇଡିଂ ଅପିଂସର ପ୍ରାର୍ଥୀ ମାନଙ୍କ ଏଜେଣ୍ଟ ସମ୍ମୁଖରେ ସେହି ବୁଥ୍‌ର ଇ.ଭି.ଏମ୍‌. କୁ ସିଲ୍ କରିବା ଏବଂ ଷ୍ଟାଚ୍ୟୁଟାରୀ ଓ ନନ୍‌-ଷ୍ଟାଚ୍ୟୁଟାରୀ ସାମଗ୍ରୀ ଗୁଡିକୁ ସିଲ୍ କରିବାକୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଉକ୍ତ ବୁଥ୍ ର ଇ.ଭି.ଏମ୍‌. ଓ ଜଉମୁଦ ପଦାର୍ଥ ଗୁଡିକୁ ସଂପୃକ୍ତ ନିର୍ବାଚନ ମଣ୍ଡଳୀର ଏନ୍‌.ସି. କଲେଜ ପରିସରରେ ଆର୍‌.ଓ. ଙ୍କ ପ୍ରାପ୍ତି କାଉଣ୍ଟରରେ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭୋଟରମାନେ ଶାନ୍ତି ଶୃଙ୍ଖଳାର ସହ ଧାଡି ବାନ୍ଧି ନିର୍ଭିକ ଓ ନିରପେକ୍ଷ ଭାବେ ଖୁସିରେ ମତଦାନ ସାବ୍ୟସ୍ତ କରିବାକୁ ଆହ୍ୱାନ ଦିଆଯାଇଚ୍ଥି । ଆସନ୍ତା କାଲି ଯାଜପୁର, ବିଂଝାରପୁର ଏବଂ ଦଶରଥପୁର ବ୍ଳକର ଏବଂ ୨୭ ତାରିଖରେ ଧର୍ମଶାଳା, ବଡଚଣା ଓ ବରୀ ବ୍ଳକର ପ୍ରିଜାଇଡିଂ ଓ ପୁଲିଂ ଅପିଂସର ମାନଙ୍କୁ ରିଫ୍ରେସର ଟ୍ରେନିଂ ପ୍ରଦାନ କରାଯିବ ବୋଲି ସୂଚନା ମିଳିଚ୍ଥି ।

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129