ଲୋକ ସଂପର୍କ ବିଭାଗ କର୍ମଚାରୀଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା

ଯାଜପୁର;୦୧/୦୫(ଅସିତ କୁମାର ଦାସଙ୍କ ଠାରୁ): ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଯାଜପୁରର ଯାନଚାଳକ ଶ୍ରୀ ସୁରେନ୍ଦ୍ର କୁମାର ସାହୁ ମଙ୍ଗଳବାର ସରକାରୀ କାର୍ଯ୍ୟରୁ ଅବସର ନେଇଚ୍ଥନ୍ତି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ତାଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ । ଏ ସଂପର୍କରେ ଏକ ବୈଠକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଅନୁିଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ବେହେରା ଶ୍ରୀ ସାହୁଙ୍କର ନିଷ୍ଠାପର ଓ ଉତ୍ସର୍ଗୀକୃତ କାର୍ଯ୍ୟ ଶୈଳୀ ବିଭାଗକୁ ଅନେକ ସହଯୋଗ ଦେଇଚ୍ଥି ଓ ବିଭାଗର ସୁନାମ ବୃଦ୍ଧିରେ ସହାୟକ ହୋଇଚ୍ଥି ବୋଲି କହିବା ସହ ତାଙ୍କର ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି କାମନା କରିଥିବା ବେଳେ ପ୍ରୋଭିଜିନାଲ ପେନ୍‌ସନ ଅର୍ଡର ସହ ମାନପତ୍ର, ଟ୍ରପିଂ, ଊତ୍ତରୀୟ ଓ ପୁଷ୍ପଗୁଚ୍ଚ୍ଥ ପ୍ରଦାନ କରିଥିଲେ । ଅନ୍ୟ ସମସ୍ତ କର୍ମଚାରୀମାନେ ତାଙ୍କର ଅମାୟିକ ବ୍ୟବହାର ଓ ଆନ୍ତରିକ କାର୍ଯ୍ୟ ପରିଚାଳନାକୁ ପ୍ରଶଂସା କରିଥିଲେ । ନିଜ ଅଭିଜ୍ଞତାକୁ ବର୍ଣ୍ଣନା କରି ଶ୍ରୀ ସାହୁ ନିଜ ଚାକିରୀରେ ବେଶ ସନ୍ତୁଷ୍ଟ ଓ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ସୁସଂପର୍କ ତାଙ୍କୁ ଭଲ କାମ କରିବାକୁ ପ୍ରେରଣା ଦେଇଥିଲା ବୋଲି କହିଥିଲେ । ଏଥିରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ମିନତୀ ଦାଶ, ସାନ୍ତନୁ କୁମାର ସାହୁ, ନିତ୍ୟାନନ୍ଦ ନାୟକ, ସତ୍ୟଜିତ୍ ନାୟକ, ରତିକାନ୍ତ ମହାନ୍ତି, ରବିନ୍ଦ୍ର କୁମାର ଦାସ, ବାରୁଣୀ ସେଠୀ, ଯୋଗ ଦେଇଥିଲେ । ଏହି ବିଦାୟ କାଳୀନ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳା କାର୍ଯ୍ୟାଳୟର କର୍ମଚାରୀ ବିନୋଦ କୁମାର ସିଂ ସିଙ୍କୁ, ଚକବନ୍ଦୀ କାର୍ଯ୍ୟାଳୟର ଅଶୋକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129