ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ଯାଜପୁର ଜିଲ୍ଲା ଗସ୍ତ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ୱ ବିଭାଗୀୟ ଅଧିନ ୪ ଗୋଟି ଜିଲ୍ଲାର ନିର୍ବାଚନ ଅଗ୍ରଗତି କାର୍ଯ୍ୟ ସମୀକ୍ଷା


ଯାଜପୁର;୦୧/୦୫(ବ୍ୟୁରୋ): ମଙ୍ଗଳବାର ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ନିକୁଂଜ ବିହାରୀ ଧଳ ଏକ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କେନ୍ଦ୍ରାଞ୍ଚଳ ରାଜସ୍ୱ ବିଭାଗୀୟ ଅଧିନ ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମୟୁରଭଂଜକୁ ନେଇ ୪ ଗୋଟି ଜିଲ୍ଲାର ନିର୍ବାଚନ ସମ୍ୱନ୍ଧୀୟ ଅଗ୍ରଗତି କାର୍ଯ୍ୟର ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ସମୀକ୍ଷା କରିଥିଲେ । ଏହି ବୈଠକରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ରଂଜନ କୁମାର ଦାସ, ଆଇ.ଜି. (ସେଣ୍ଟ୍ରାଲ ରେଂଜ) କଟକ ଶ୍ରୀ ସଂଜୟ କୁମାର କୈାଶଲ, ଆଇ.ଜି. (ଇଷ୍ଟର୍ଣ୍ଣ ରେଂଜ) ବାଲେଶର ଡଃ ଦୀପକ କୁମାର ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ସମୀର ଦାସ ଯୋଗଦେଇ ୪ ଗୋଟି ଜିଲ୍ଲାର ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚେନ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକ ମାନଙ୍କ ସହ ଏକକାଳୀନ ଲୋକସଭା ଏବଂ ରାଜ୍ୟ ବିଧାନସଭା ନିର୍ବାଚନକୁ ଶାନ୍ତନି ଶୃଙ୍ଖଳାର ସହ ଜିରୋ କାଜୁଆଲିଟିକୁ ଲକ୍ଷ୍ୟ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନର ନିର୍ବାଚନର ବିଭିନ୍ନ ପଦକ୍ଷେପ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଜୁନ୍ ୧ ତାରିଖରେ ବାଲେଶ୍ୱର-୬ ଲୋକସଭା ଆସନ ଅନ୍ତର୍ଗତ ୩୫-ଜଳେଶ୍ୱର ବିଧାନସଭା ଆସନ, ୩୬-ଭୋଗରାଇ, ୩୭-ବସ୍ତା, ୩୮-ବାଲେଶ୍ୱର, ୩୯-ରେମୁଣା, ୪୦-ନୀଳଗିରି, ୪୧-ସୋରୋ, ୪୨-ସିମୁଳିଆ ବିଧାନସଭା ନିର୍ବାଚନ ମଣ୍ଡଳୀ, ଭଦ୍ରକ-୭ ଲୋକସଭା ଆସନ ଅନ୍ତର୍ଗତ ୪୩-ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ, ୪୪-ଭଦ୍ରକ, ୪୫-ବାସୁଦେବପୁର, ୪୬-ଧାମନଗର ଏବଂ ୪୭-ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ, ୮-ଯାଜପୁର ଲୋକସଭା ଆସନ ଅନ୍ତର୍ଗତ ୪୮-ବିଂଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀ, ୪୯-ବରୀ, ୫୦-ବଡଚଣା, ୫୧-ଧର୍ମଶାଳା, ୫୨-ଯାଜପୁର, ୫୩-କୋରାଇ ଏବଂ ୫୪-ସୁକିନ୍ଦା ବିଧାନସଭା ନିର୍ବାଚନ ମଣ୍ଡଳୀ, ୫-ମୟୁରଭଂଜ ଲୋକସଭା ଆସନ ଅନ୍ତର୍ଗତ ୨୬-ଯଶିପୁର ବିଧାନସଭା ନିର୍ବାଚନ ମଣ୍ଡଳୀ, ୨୭-ସାରସକଣା, ୨୮-ରାଇରଙ୍ଗପୁର, ୨୯-ବାଙ୍ଗୀରପଶି, ୩୦-କରଂଜିଆ, ୩୧-ଊଦଳା, ୩୨-ବଡସାହି, ୩୩-ବାରିପଦା, ୩୪-ମୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ମତଦାନ ଅନୁଷ୍ଠିତ ହେବ । ଏହି କ୍ରମେ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଆରକ୍ଷୀ ଅଧିକ୍ଷକମାନେ ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ପ୍ରିଜାଇଡିଂ ଅପିଂସର ଓ ପୁଲିଂ ଅପିଂସର ମାନଙ୍କୁ ତାଲିମ କାର୍ଯ୍ୟକ୍ରମ, ବିଭିନ୍ନ ଟିମ୍ ର କାର୍ଯ୍ୟକାରିତା, ସଖୀ ବୁଥ୍‌ରେ ମହିଳା ପୁଲିଂ ପର୍ସୋନେଲ ନିଯୁକ୍ତି ଏବଂ ବୁଥ୍‌ରେ ମହିଳା ପୋଲିସ କର୍ମଚାରୀ ନିଯୁକ୍ତି, ପୋଷ୍ଟାଲ ବାଲାଟ୍ ରେ ଭୋଟ ଦେବାପାଇଁ ପଂର୍ମ ୧୩-ଏ, ୧୩-ବି ଓ ୧୩-ସି ର ପ୍ରଦାନ ଓ ବ୍ୟବହାର, ଦିବ୍ୟାଙ୍ଗ ଭୋଟର ମାନଙ୍କ ନିମନ୍ତେ ସର୍ବାଧିକ ଶତକଡା ୧୦ ଭାଗ ହୋମ୍ ଭୋଟିଂ ବ୍ୟବସ୍ଥା କରିବାକୁ ନିର୍ବାଚନ ଅଧିକାରୀ ମାନଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଚ୍ଥନ୍ତି । ନାମାଙ୍କନ ପତ୍ର ଦାଖଲ ଦିନ ପ୍ରାର୍ଥୀ ମାନଙ୍କର ସୂଚନାକୁ ବିଧି ଅନୁଯାୟୀ ଯାଂଚ କରିବା, ପଂର୍ମ-ଏ ଓ ପଂର୍ମ-ବି କୁ ତନଖି କରିବା, ହୋମ୍ ଭୋଟିଂର ପଂର୍ମ ୧୨-ବି କୁ ବି.ଏଲ୍‌.ଓ. ମାନେ ବାଣ୍ଟିବା, କାଉଣ୍ଟିଂ ପ୍ରପୋଜାଲରେ ଲୋକସଭା ପାଇଁ ପଂର୍ମ-ଡି ଓ ବିଧାନସଭା ପାଇଁ ପଂର୍ମ-ଇ ର ବ୍ୟବହାର ଦିଗରେ ଆଲୋଚନା କରିଥିଲେ । ସେହିପରି ଜିଲ୍ଲାର ସୀମା ଗୁଡିକୁ ସିଲ୍ କରିବା, ଷ୍ଟାଟିକ୍ ସର୍ଭିଲାନ୍ସ ଟିମ୍ କୁ ଜାଗ୍ରତ କରି ରଖିବା ଏବଂ ସିସି କ୍ୟାମେରା ଲଗାଇବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ନିର୍ବାଚନ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସି-ଭିଜିଲ, ସୁଇଭ କାର୍ଯ୍ୟକ୍ରମରେ ବ୍ୟାପକ ଭୋଟଦାନ ସଂପର୍କରେ ଜନ ଜାଗରଣ କରିବା, ଚଳିତ ଗ୍ରୀଷ୍ମ ପ୍ରବାହ ଓ କାଳବୈଶାଖୀକୁ ଆଖିରେ ରଖି ଡିସ୍ପର୍ଶାଲ ଏବଂ ରିସିଭିଂ ସେଣ୍ଟର ନିକଟରେ ଏସି ରୁମ୍ ର ବ୍ୟବସ୍ଥା କରିବା ଓ ପୋଷ୍ଟାଲ ବାଲାଟ ଗଣତି କେନ୍ଦ୍ରରେ ବାରିକେଡିଂ କରିବାକୁ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଭୋଟ ଗଣିତି ଦିନ ଗଣମାଧ୍ୟମକୁ ସୂଚନା ଦେବା ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ପ୍ରସ୍ତୁତ କରିବା, ବୁଥ୍ ମାନଙ୍କରେ ସର୍ବନିମ୍ନ ମୈାଳିକ ସୁବିଧା ଯୋଗାଇବା ସହ ବିଜୁଳି ଆଲୋକ ଯୋଗାଣକୁ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପ୍ରିଜାଇଡିଂ ଓ ପୁଲିଂ ଅପିଂସର ମାନଙ୍କୁ ପ୍ରଥମ ପର୍ଯ୍ୟାୟ ଟ୍ରେନିଂ, ରିପେଂ୍ରସର ଟ୍ରେନିଂ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଟ୍ରେନିଂ, ବୁଥ୍ ଚେକ୍ ଲିଷ୍ଟ, ଷ୍ଟାଚ୍ୟୁଟାରୀ ଓ ନନ୍‌-ଷ୍ଟାଚ୍ୟୁଟାରୀ ବୁକ୍‌ଲେଟ୍ ପ୍ୟାକେଟସ୍‌, ଷ୍ଟେସନାରୀ ପ୍ଳାଷ୍ଟିକ ବକ୍ସ, ଭୋଟିଂ କମ୍ପୋନେଣ୍ଟ, ମାର୍କଡ୍ କପି ଅପଂ ଇଲେକ୍ଟୋରାଲ ରୋଲ ଏବଂ ଯୁବ ଭୋଟର ମାନଙ୍କୁ ଭୋଟ୍ ଦେବାପାଇଁ ସଚେତନତା କରିବା ଦିଗରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉତ୍ତେଜନା ପ୍ରବଣ ବୁଥ୍ ଗୁଡିକୁ ସୁରକ୍ଷା ଦେବା, ଜଣେ ବିବାହିତା ମହିଳା, ଅବିବାହିତା ମହିଳା ଏବଂ ସାଧାରଣ ପୁରୁଷ ଗହଣା ବ୍ୟବହାର କରିବାର ନିର୍ବାଚନ କମିଶନଙ୍କ ବିଧି, ପଚାଶ ହଜାରରୁ ଅଧିକ ଟଙ୍କା ନେଇ ଯାଉଥିଲେ ତାକୁ ସିଜ୍ କରିବା, ୧୦୭ ସିପିସି ଏବଂ ୧୧୦ ସିପିସି କଡାକଡି ଭାବେ ପାଳନ କରିବା, ପଂ୍ଳାଇଂ ସ୍କା୍ୱର୍ଡ ଟିମ୍ ମଦ, ଗଂଜେଇ, ଅପିଂମ, ବ୍ରାଉନ୍‌ସୁଗାର ଯାଞ୍ଚ କୁ କଡାକଡି କରିବା ତଥା ଅବକାରୀ ବିଭାଗ ଏ ଦିଗରେ କଡା ପଦକ୍ଷେପ ନେବାକୁ ଏବଂ ୬୦ ଭାଗ ବୁଥ୍‌କୁ ୱେବ୍‌କାଷି୍ଟଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆର୍ମ ଲାଇସେନ୍ସ ଡିପୋଜିଟ୍‌, ଇଲିଗାଲ ଆର୍ମ ଲାଇସେନ୍ସ ଊପରେ ପାଂଇନ୍‌, ସାଡୋ ବୁଥ୍ କୁ ସଠିକ ଭାବେ ପରିଚାଳନା କରିବା, କାଉଣ୍ଟିଂ ହଲକୁ ତ୍ରିସ୍ତରୀୟ ପୋଲିସ୍ କଡନ୍ ରେ ରଖିବା, ସମସ୍ୟା ଥିବା ଓ ଊତ୍ତେଜନା ପ୍ରବଣ ବୁଥ୍ ଗୁଡିକୁ ସୁ ପରିଚାଳନା କରିବା ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡିକୁ ସଠିକ ଢଙ୍ଗରେ ଆଦର୍ଶ ଆଚରଣ ବିଧି ଅନୁଯାୟୀ ସଂପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଯାଜପୁର ଶ୍ରୀ ନିଖିଲ ପବନ କଲ୍ୟାଣ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ବାଲେଶ୍ୱର ଶ୍ରୀ ଆଶିଷ ଠାକରେ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ମୟୁରଭଂଜ ଶ୍ରୀ ଦତ୍ତ ରାୟ ଭାଉସାହେବ ସିନ୍ଦେ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, ଭଦ୍ରକ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ, କଟକ ଶ୍ରୀ ଅରିନ୍ଦମ ଡାକୁଆ, ଆରକ୍ଷୀ ଅଧିକ୍ଷକ, ଯାଜପୁର ଶ୍ରୀ ଭିନୀତ୍ ଅଗ୍ରୱାଲ, ଆରକ୍ଷୀ ଅଧିକ୍ଷକ, ମୟୁରଭଂଜ ଏସ୍‌. ସୁଶ୍ରୀ, ଆରକ୍ଷୀ ଅଧିକ୍ଷକ, ଭଦ୍ରକ ବରୁଣ ଗୁଣ୍ଟୁପାଲି ଏବଂ ଆରକ୍ଷୀ ଅଧିକ୍ଷକ, ବାଲେଶ୍ୱର ସାଗରିକା ନାଥ ଙ୍କ ସମେତ ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବକ୍ରିଷ୍ଣ ଜେନା, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେହୁରିଆ, ଉପ-ଜିଲ୍ଲାପାଳ ଶ୍ରୀ ଅଂଶୁମାନ ଶତପଥୀ, ଅତିରିକ୍ତ ଉପ-ଜିଲ୍ଲାପାଳ ଶ୍ରୀମତୀ ମନୋରମା ଜାଲି, ଡେପୁଟୀ କଲେକ୍ଟର, ରଶ୍ମି ରଂଜନ ମଲିକ, ସାଶ୍ୱତୀ ସାଡୁଆଳ ଏବଂ ମୟୁରଭଂଜ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଳ୍‌ାର ଆର୍‌.ଓ. ଏବଂ ଏ.ଆର୍‌.ଓ. ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଂଜ ବିହାରୀ ଧଳ ଯାଜପୁର ନରସିଂହ ଚୈାଧୁରୀ ମହାବିଦ୍ୟାଳୟ ପରିଦର୍ଶନ କରି କାଉଣି୍ଟଂ ହଲ ନିରୀକ୍ଷଣ କରିଥିଲେ ।

 

 

व्हाट्सप्प आइकान को दबा कर इस खबर को शेयर जरूर करें

ବିଜ୍ଞାପନ ବାକ୍ସ (ଦୟାକରି ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ)


ଦୟାକରି ଉତ୍ତର ଦିଅ |

क्या आप मानते हैं कि कुछ संगठन अपने फायदे के लिए बंद आयोजित कर देश का नुकसान करते हैं?

View Results

Loading ... Loading ...


Related Articles

Back to top button
Close
Website Design By Bootalpha.com +91 84482 65129